ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡକାୟତି ଭାବି ନିରୀହଙ୍କୁ ପିଟିବା ଘଟଣାରେ ୪ ଅଭିଯୁକ୍ତ ଗିରଫ

ଜୁନାଗଡ଼,୯/୮ ଜୁନାଗଡ଼ ବ୍ଲକ ଅନ୍ତର୍ଗତ ସାନଫୁର୍ଲା ଗାଁ ରେ ଗତ ୨ ତାରିଖ ଦିନ ବଲଧିଆମାଲ ଗ୍ରାମର ଯୁଗସନ ପରାଭୂଏ ଓ ତାଙ୍କ ନିଜ ସମ୍ପର୍କୀୟ ମଧୁ ପରାଭୂଏ ଦୁହେଁ ମିଶି କାମ କରିଥିବା ଟଙ୍କା ମାଗିବା ପାଇଁ କାଲୋପଲା ଗାଁକୁ ଯାଇଥିଲେ । ସେଠାରୁ କାମ ସାରି ଏକ କେନାଲ ରାସ୍ତା ଦେଇ ସାନଫୁର୍ଲା ଗାଁ ପଟ ହୋଇ ନିଜ ଗାଁ ବଲଧିଆମାଲକୁ ଫେରୁଥିଲେ । ଦୁହିଁ ଙ୍କୁ ଶୋଷ ହେବାରୁ ସାନଫୁର୍ଲା ଗାଁ ରାସ୍ତା ପାଖରେ ଥିବା ଏକ ନଳକୂପର ପାଣି ପିଉଥିବା ବେଳେ ଗାଁର ଲିଙ୍ଗରାଜ ବନ୍ଧିଛୋଡ, ସତ୍ୟରାଜ ବନ୍ଦିଛୋଡ ଦୁହେଁ ଏହି ଦୁଇ ଜଣଙ୍କୁ ଅଟକ ରଖି ଚୋର ଚୋର ବୋଲି ଗ୍ରାମବାସୀଙ୍କୁ ଡାକିଥିଲେ । ଫଳରେ ଗ୍ରାମବାସୀ ଆସି ଗାଁ ରେ ଥିବା କ୍ଳବରେ ଦୁହିଁଙ୍କୁ ଅଟକ ରଖି ନିସ୍ତୁକ ମାଡ଼ ମାରି ମରଣାନ୍ତକ ଆକ୍ରମଣ କରିଥିଲେ ।ଏହି ଘଟଣାକୁ ସବୁ  ମହଲରେ ତୀବ୍ର ନିନ୍ଦା କରାଯିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ ଦାବୀ କରାଯାଇଥିଲା।ଏ ସଂକ୍ରାନ୍ତରେ ଜୁନାଗଡ଼ ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇଏକ ସ୍ୱତନ୍ତ୍ର ଟିମ ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସଫଳ ହୋଇ ଥିଲା।ଗିରଫ ଅଭିଯୁକ୍ତ ମାନେ ହେଲେ ସାନଫୁର୍ଲା ଗ୍ରାମର ଚିତ୍ର ଓରଫ ଖଗେଶ୍ୱର ଅଧିକାରୀ, ପ୍ରେମଲଲ ମାଝୀ, ମହେନ୍ଦ୍ର ବନ୍ଦୀଛୋଡ, ଦିବାକର ନାଏକ। ସମସ୍ତ ଅଭିଯୁକ୍ତଙ୍କୁ ଆଜି ସ୍ଥାନୀୟ ଯେଏମ ଏଫସି କୋର୍ଟ କୁ ଚାଲାଣ କରାଯାଇଛି ।ମାନ୍ୟବର କୋର୍ଟ ସେମାନଙ୍କ ଜାମିନ ନମାଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି ଥିବା ଜଣାଯାଇଛ।

ଜୁନାଗଡ଼ ରୁ ନରେନ୍ଦ୍ର ଖୀତି ଙ୍କ ରିପୋର୍ଟ 

Related posts

ରିଷିଡା କପ ଫୁଟବଲ: ଶୁକ୍ରବାର ସୋନପୁର ଓ ତୁଷୁରା ମଧ୍ୟରେ ପ୍ରଥମ ସେମିଫାଇନାଲ

Sunil Chandra Nayak

ପୋଲରୁ ଖସି ବୃଦ୍ଧଙ୍କ ମୃତ୍ୟୁ

ରାଉରକେଲା ସ୍ମାର୍ଟ ସିଟି ପକ୍ଷରୁ ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ ପାଳିତ

Leave a Comment

error: Content is protected !!