ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶ୍ୱ ଆଦିବାସୀ ଦିବସ ପାଳିତ

ପାପଡାହାଣ୍ଡି,9/8, ମନିସ —– ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଦର ମହକୁମାରେ ମଙ୍ଗଳବାର ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି | ଏହି ଅବସରରେ ଶହୀଦ ମିନାର ପରିସରରେ ବହୁ ଆଦିବାସୀ ଭାଇ ଓ ଭଉଣୀ ମାନେ ଯୋଗ ଦେଇଥିଲେ | ପ୍ରାରମ୍ଭରେ ଶହୀଦ ମିନାରରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇବା ସହ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ଉପସ୍ଥିତ ଜନ ସାଧାରଣ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ | ଏକ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରିଥିଲେ | ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଦେଇଥିଲେ | ଡାକ ବଙ୍ଗଳା ଠାରେ ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ଗୋପୀନାଥ ମାଝୀଙ୍କ ଅଧକ୍ଷତାରେ ଆୟୋଜିତ ବୈଠକରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ, ପୂର୍ବତନ ବିଧାୟକ ସଦନ ନାୟକ, ପୂର୍ବତନ ରାଜ୍ୟସଭା ଏମପି ଭଗବାନ ମାଝୀ, ମଞ୍ଜୁଳା ମାଝୀ ସହ ବହୁ ଅତିଥି ଯୋଗ ଦେଇଥିଲେ | ବୈଠକରେ ଆଦିବାସୀ ମାନଙ୍କ ଲୁପ୍ତ ହେଉଥିବା ପରମ୍ପରା ଓ ସଂସ୍କୃତି ବିଷୟରେ ଆଲୋଚନା ହୋଇଥିଲା | ଏହି ସଂସ୍କୃତି ସମସ୍ତେ ବଜାୟ ରଖିବାକୁ ଆହ୍ୱାନ ଦିଆଯାଇଥିଲା | ସମସ୍ତେ ପରମ୍ପରା ଓ ସଂସ୍କୃତି କୁ ଆଗେଇଵା ଲାଗି ପରାମର୍ଶ ଦିଆଯାଇଥିଲା | ବୈଠକରେ ବହୁ ସରପଞ୍ଚ ଓ ସମିତି ଯୋଗ ଦେଇଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ବିରାଗ

ନିକୁଞ୍ଜ କୁମାର ଘୋଷ ଙ୍କ କବିତା ପାର୍ବଣେ ନବଦୁର୍ଗା 

Sunil Chandra Nayak

ଟ୍ରେଞ୍ଚ ନିର୍ମାଣ ନାମରେ ଚଞ୍ଚକତା, ସନ୍ଦେହରେ ଗ୍ରାମ ରୋଜଗାର ସେବକ, ଉଚ୍ଚ ଅଧିକାରୀ ନିରବଦ୍ରଷ୍ଟା ? 

Sunil Chandra Nayak

Leave a Comment

error: Content is protected !!