ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଘୁଚାପ ଜନିତ ଲଗାଣ ବର୍ଷା,ହାତୀନଦୀରେ ବନ୍ୟା, ଅନେକ ଚାଷଜମି ପାଣି ଘେରରେ, ବିଭିନ୍ନ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ

ଜୁନାଗଡ଼,୯/୮(ମ ନି ସ) ଲଘୁଚାପଜନିତ ବର୍ଷାରେ ହାତୀ ନଦୀରେ ବନ୍ୟା ଯୋଗୁଁ ଅନେକ ଚାଷଜମି ପାଣି ଘେରରେ ରହିଥିବା ବେଳେ ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଯୋଗାଯୋଗ ବିଛିନ୍ନ ହୋଇଛି।ଏପଟେ ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ରଭାବିତ ସ୍ଥାନ ଗସ୍ତ କରି ପରିସ୍ଥିତି ଅନୁଧ୍ୟାନ କରୁଥିବା ଜଣାଯାଇଛି।ଗତ ଦୁଇ ଦିନ ହେଲା ହାତୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।ଫଳରେ ଅନେକ ନଈକୂଳିଆ ଅଂଚଳ ଜଳମଗ୍ନ ହେବାସହ ଅନେକ ସ୍ଥାନରେ ବନ୍ୟା ଜଳ ମାଡିଯାଇ ଚାଷୀଙ୍କ ଡାଳି ଏବଂ ପରିବା ଚାଷ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି। ଜୁନାଗଡ଼ ବ୍ଲକ୍ ଅଂଚଳରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଲାଗି ରହିଛି।ଏପରିକି ହାତୀ ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ରୁ ହାତୀ ନଦୀରେ ପ୍ରଥମ ବନ୍ୟାଜଳ ଆସି ପରିସ୍ଥିତି ଆହୁରି ସଙ୍ଗୀନ ହୋଇଛି। ଯାହା ଫଳରେ ହାତୀ ନଦୀ କୂଳରେ ଅବସ୍ଥିତ ବଳିଛଡ଼ା ଦାସିଗାଁ, କୋଟେନଗାଁ, ଚିଲିଗୁଡା,ପୁରୁଣାସର,ବଣିଜରା, ବରଗାଁ, ବାଗଡ଼ଙ୍ଗରି, ସାହଜକନା, କେନ୍ଦୁପାଟି ନନ୍ଦୋଳ, ପ୍ରଭୃତି ଅଂଚଳରେ ବନ୍ୟା ଜଳ ମାଡିଯାଇ ଅନେକ ଅଂଚଳ ଓ ଚାଷ ଜମି ପ୍ରଭାବିତ ହୋଇଛି।ଏହିସବୁ ଅଂଚଳରେ ରହିଥିବା ଚାଷୀଙ୍କ ଧାନ ତଳି ଓ ପନିପରିବା ସମ୍ପୂର୍ଣ ନଷ୍ଟ ହୋଇ ଯାଇଛି।ଫଳରେ ଚାଷୀ ଙ୍କ ସମସ୍ୟା ଆହୁରି ବଢିଯାଇଛି ।ଯାହା ତାଙ୍କର ଗୁଜୁରାଣ ମେଣ୍ଟାଉଥିଲା ତାହା ଉଜୁଡିଯାଇଛି।ଏପଟେ ପ୍ରବଳ ବର୍ଷା ଯୋଗୁଁ ଧର୍ମଗଡ଼ ଜୁନାଗଡ଼ ଜାତୀୟ ରାଜପଥ ହଲେର ଜୋର ଆପ୍ରୋଚ ରୋଡ଼ରେ ବନ୍ୟାଜଳ ପ୍ରବାହିତ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।ଏପରିକି ବ୍ଲକର ଆଭ୍ୟନ୍ତରୀଣ ଅଂଚଳରେ ଅନେକ ରାସ୍ତା ରେ ଜଳ ପବହିତ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।ନନ୍ଦୋଳ -କେନ୍ଦୁପାଟି ,ଚିଙ୍ଗୁଡିସର -ପୁରାଗାଁ ,ବାଗଡ଼ଙ୍ଗରି-ଆଟିଗାଁ ରାସ୍ତାରେ ପାଣି ପ୍ରଭାବିତ ହୋଇ ଏହିସବୁ ଅଂଚଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଜୁନାଗଡ଼ ସହରରେ ତାଲବନ୍ଧପଡା, ଡଙ୍ଗାଘଟ ପଡା ଗୋତିପଡା ସହର ତଳି ଅଂଚଳରେ ବନ୍ୟାଜଳ ମାଡିଯାଇଥିବା ଦେଖିବାକୁ ମିଳିଛି।ସହରର ମୁଖ୍ୟ ରାସ୍ତା ରେ ରହିଥିବା ଡ୍ରେନ ଉଦ୍ବୃବୂତ ଜଳ ପ୍ରଭାହିତ ହୋଇ ଅ ସ୍ୱାସ୍ଥ କର ପରିସ୍ଥିତି ସୃଷ୍ଟି କରିଛି।ଅନ୍ୟପକ୍ଷରେ ବ୍ଲକ ପ୍ରଶାସନ ପକ୍ଷରୁ ବିଡ଼ିଓ ତୁଲାରାମ ମାରାଣ୍ଡି ବ୍ଲକ ମଙ୍ଗଳ ଅଧିକାରୀ ସୁମନ୍ତ ମାଝୀ,ସମାଜ ମଙ୍ଗଳ ଅଧିକାରୀ ତୁଷାର ସାହୁ ପ୍ରମୁଖ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରି ଲୋକଙ୍କ ଅବସ୍ଥା ବୁଝିବା ସହ କ୍ଷୟ କ୍ଷତି ଆକଳନ କରିଥିବା ଜଣାଯାଇଛି।ହାତୀନଦୀ କୂଳରେ ଥିବା କୋଟେନଗାଁ ଓ ସାହାଜକନା ଗ୍ରାମ ବର୍ତମାନ ବିପଦ ମୁକ୍ତ ରହିଥିବା ।ଓ ଲୋକଙ୍କୁ ସତର୍କ କରାଯିବ ସହ ପ୍ରଶାସନ ପକ୍ଷରୁ ସଜାଗ ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ଜୁନାଗଡ଼ ରୁ ନରେନ୍ଦ୍ର ଖୀତି ଙ୍କ ରିପୋର୍ଟ 

Related posts

ଦୁଇ ଦିନିଆ ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ

ଖୁବଶୀଘ୍ର ଜୟପୁର ବିମାନବନ୍ଦରରୁ ଉଡ଼ିବ ବିମାନ

Sunil Chandra Nayak

ବନ୍ଧୁତ୍ବ ଇଜି ବଲ ମ୍ୟାଚ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!