ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାଝୀଗୁଡା ବଡ ରଣାପଡାରେ କୁରାଲ ଦେବତାଙ୍କ ପୂଜା ସମାପିତ

କୋକସରା,୨/୧୨- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମାଝୀଗୁଡା ଗ୍ରାମ ବଡ଼ ରଣାପଡାରେ କୁମ୍ଭାର ସମ୍ପ୍ରଦାୟ ପକ୍ଷରୁ କୁରାଲ ଦେବଙ୍କ ପୂଜାର୍ଚ୍ଚନା ରବିବାର ଅଧିବାସ ଓ କଲସ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ମାର୍ଗଶିର କୃଷ୍ଣପକ୍ଷ ପଞ୍ଚମୀ ତିଥୀ ସୋମବାର ସକାଳରୁ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ହୋଇଥିଲା । ପୂଜାକର୍ତ୍ତା ଭାବେ ପ୍ରେମଲାଲ ରଣା ଓ ମାଲତି ରଣା ସପତ୍ନୀକ ଦାୟିତ୍ଵ ତୁଲାଇ ଥିଲେ। ପୂଜକ ଜନ୍ମେଜୟ ଦାସ କୁରାଲ ଦେବଙ୍କ ପୂଜାର୍ଚ୍ଚନା କରିଥିଲେ । କୁରାଲ ଦେବଙ୍କ ପୂଜାପାଠ ପାଇଁ ମାଝୀଗୁଡାରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଥିଲା । ୫ ଦିନ ଧରି ଚାଲିଥିବା ପୂଜାରେ ଗଣେଶ, ବ୍ରହ୍ମା, ବିଷ୍ଣୁ, ମହେଶ୍ବର, ଲକ୍ଷ୍ମୀ, ପାର୍ବତୀ, ସାବିତ୍ରୀ, ରତ୍ନେଶ୍ୱରୀ,ରୁଦ୍ରପାଲ ନିରାକାର ପ୍ରଭୁଙ୍କୁ ପୂଜା କରାଯାଇଥିଲା । ଗୁରୁବାର ପୂଜା ସମାପନ ହୋଇଯାଇଛି । ପୂଜା କମିଟି ପକ୍ଷରୁ ପ୍ରତିଦିନ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ଗତକାଲି ରାତିରେ ନାଟକ ଅନୁଷ୍ଠିତ ହୋଇଥିଲା। ପୁଜା କମିଟିର ସଭାପତି ଧନୁର୍ଯ୍ୟ ରଣା, ସମ୍ପାଦକ ଭବିତ ରଣା, କୋଷାଧ୍ୟକ୍ଷ ସିଦ୍ଧେଶ୍ୱର ରଣା, ଯଦୁମଣି ରଣା, ବିପିନ୍ଦ୍ର ରଣା, ପ୍ରତାପ ରଣା, ଘନଲାଲ ରଣା, ପ୍ରସନ୍ନ ରଣା, ବଣ୍ଟି ନାଏକ, ତୋଫାନ ରଣା, ଜଳେଶ୍ବର ରଣା ସମେତ ବଡ ରଣାପଡାର ସମସ୍ତ ଗ୍ରାମବାସୀ ମାନେ କୁରାଲ ପୂଜା କାର୍ଯ୍ୟକ୍ରମ ପାଳନରେ ସହଯୋଗ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ରାଜ୍ୟ ବାହାର ଓଡ଼ିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁମ୍ବାଇ ସ୍ଥିତ ଓଡ଼ିଶା ଭବନର ସମ୍ପ୍ରସାରଣର ଭିତ୍ତିପ୍ରସ୍ତର ସ୍ଥାପନ କଲେ

Sunil Chandra Nayak

ସର୍ପାଘାତରେ ୮ମ ଶ୍ରେଣୀ ଛାତ୍ରର ମୃତ୍ୟୁ

Sunil Chandra Nayak

ନବନିର୍ବାଚିତ ପୌର ପ୍ରତିନିଧିଙ୍କୁ ସିଟିଜନ ଫୋରମର ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!