ରାଉରକେଲା/ ସେକ୍ଟର ୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ବିଦ୍ୟାଳୟର ଯୁବ ରେଡକ୍ରସ ୟୁନିଟ ତରଫରୁ ବିଶ୍ଵ ଏଡ୍ସ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମର ସରଣୀ ଅନୁଯାୟୀ ଅନୁଷ୍ଠାନ ଦ୍ବୟର ସମସ୍ତ ଛାତ୍ର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ରେଡକ୍ରସ ୟୁନିଟର ସ୍ବେଚ୍ଛାସେବୀ ମାନେ ସକ୍ରିୟ ଅଂଶଗ୍ରହଣ କରି ଏଡ୍ସ ସଚେତନତା ରାଲିରେ ଅଂଶଗ୍ରହଣ କରିଥିଲେ । ଏହି ରାଲି ସେକ୍ଟର ୪ ସ୍ଥିତ ବସ୍ତିବାସିନ୍ଦାଙ୍କୁ ଏଡ୍ସ ର ଭୟାବହତା ଏବଂ ନିରାକରଣ ଉପରେ ବୁଝାଇଥିଲେ। ଏହାପରେ ରେଡକ୍ରସ ୟୁନିଟ ଦ୍ବାରା ଏକ ସଭାର ଆୟୋଜନ କରାଯାଇଥିଲା । ମହାବିଦ୍ୟାଳୟ ର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନ ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ ଏଡ୍ସ ସଂପର୍କରେ ଅନେକ ତଥ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡଃ ରବିନ୍ଦ୍ର କୁମାର ଜେନା, ଉଭୟ ଅନୁଷ୍ଠାନର ରେଡକ୍ରସ କାଉନସିଲର ମନୋଜ କୁମାର ଦଳେଇ, ରଶ୍ମିରଂଜନ ରାଉତ ଉପସ୍ଥିତ ରହି ଏଡ୍ସ ର କାରଣ ନିରାକରଣ ଓ ପ୍ରତିକାର ସଂପର୍କରେ ବକ୍ତବ୍ଯ ରଖିଥିଲେ । ପରେ ରେଡକ୍ରସ ବାଳିକା ବିଭାଗର କାଉନସିଲର ଅଧ୍ୟାପିକା ବୈଜୟନ୍ତୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ, ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀଗଣ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।
previous post