ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲା କଲେଜରେ ବିଶ୍ବ ଏଡ୍ସ ଦିବସ ପାଳନ

ରାଉରକେଲା/ ସେକ୍ଟର ୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ବିଦ୍ୟାଳୟର ଯୁବ ରେଡକ୍ରସ ୟୁନିଟ ତରଫରୁ ବିଶ୍ଵ ଏଡ୍ସ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମର ସରଣୀ ଅନୁଯାୟୀ ଅନୁଷ୍ଠାନ ଦ୍ବୟର ସମସ୍ତ ଛାତ୍ର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ରେଡକ୍ରସ ୟୁନିଟର ସ୍ବେଚ୍ଛାସେବୀ ମାନେ ସକ୍ରିୟ ଅଂଶଗ୍ରହଣ କରି ଏଡ୍ସ ସଚେତନତା ରାଲିରେ ଅଂଶଗ୍ରହଣ କରିଥିଲେ । ଏହି ରାଲି ସେକ୍ଟର ୪ ସ୍ଥିତ ବସ୍ତିବାସିନ୍ଦାଙ୍କୁ ଏଡ୍ସ ର ଭୟାବହତା ଏବଂ ନିରାକରଣ ଉପରେ ବୁଝାଇଥିଲେ। ଏହାପରେ ରେଡକ୍ରସ ୟୁନିଟ ଦ୍ବାରା ଏକ ସଭାର ଆୟୋଜନ କରାଯାଇଥିଲା । ମହାବିଦ୍ୟାଳୟ ର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନ ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ ଏଡ୍ସ ସଂପର୍କରେ ଅନେକ ତଥ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡଃ ରବିନ୍ଦ୍ର କୁମାର ଜେନା, ଉଭୟ ଅନୁଷ୍ଠାନର ରେଡକ୍ରସ କାଉନସିଲର ମନୋଜ କୁମାର ଦଳେଇ, ରଶ୍ମିରଂଜନ ରାଉତ ଉପସ୍ଥିତ ରହି ଏଡ୍ସ ର କାରଣ ନିରାକରଣ ଓ ପ୍ରତିକାର ସଂପର୍କରେ ବକ୍ତବ୍ଯ ରଖିଥିଲେ । ପରେ ରେଡକ୍ରସ ବାଳିକା ବିଭାଗର କାଉନସିଲର ଅଧ୍ୟାପିକା ବୈଜୟନ୍ତୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ, ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀଗଣ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ତୀର୍ଯ୍ୟକ

Sunil Chandra Nayak

ବଡଦୁନ୍ଦୁ ମସଜିଦରେ ମୁସଲମାନ ସଂପ୍ରଦାୟର ଲୋକେ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ପ୍ରାର୍ଥନା

Sunil Chandra Nayak

ସାଇଟସେଭର୍ସ ତରଫରୁ ଦୃଷ୍ଟିବାଧିତ ଝିଅମାନଙ୍କ ପାଇଁ ଆତ୍ମରକ୍ଷା କୌଶଳ ଶିବିର

Leave a Comment

error: Content is protected !!