ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ବିଭୂତି

ବିଭୂତି

 

ମାନଗୋବିନ୍ଦ ସ୍ବାଇଁ

 

ବିଭୂତି ଆଣିଛି ଠାକୁର ପାଖରୁ

     ନିତି ପିନ୍ଧି ଏ ଚନ୍ଦନ

ଶୁଦ୍ଧ ମନ୍ତ୍ର ପାଠ ସଦା କରୁଅଛି

    ବିଭୂତି ମୋ ଭଗବାନ।

 ବିଭୂତି ଲଗାଇ ଗମନ କରିଲେ

     ପବିତ୍ର ହୁଏ ଜୀବନ

କାର୍ଯ୍ୟ ସିଦ୍ଧି ହୁଏ କାମ ଫଳ ପ୍ରାପ୍ତି

     ସନ୍ତୋଷ ରହୁଛି ମନ।

ବିଭୂତି ର ବଳ କରଇ ସଫଳ

       ପଥ ମୋର ଅଗ୍ରଗତି

ଦୁଃଖ ବିନାଶନ ସୁଖକୁ ଆସନ

        ଗଢ଼ା ସମାଜ ସଂସ୍କୃତି।

ବିଭୂତି ମଥାରେ ଶିବଙ୍କ ମହିମା

        କରୁଣା ମିଳେ ଅପାର

ତାଙ୍କ ଶକ୍ତି କଥା ଜାଣନ୍ତି ସରବେ

    ଭୋଳା ଯେ ଭକ୍ତି ଈଶ୍ୱର।

ବିଭୂତି ଯେ ନିତି ସୁରକ୍ଷା ଦେବତା

     ଆମ ପାଇଁ ମୂଲ୍ୟ ବାନ

ବିଭୂତି ପିନ୍ଧିଲେ ଧ୍ୟାନରେ ବସିଲେ

     ଅମୃତ ଝରଇ ଜ୍ଞାନ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ ସତ୍ୟମ୍ ଶିବ ସୁନ୍ଦର

Sunil Chandra Nayak

ଆମଲାଵେଡାରେ ଜୁମ୍ବାଗାଡା କ୍ଷୁଦ୍ରବନ୍ଧ ଯୋଜନାର ବୈଷୟିକ ସର୍ବେକ୍ଷଣ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁଙ୍କ ଯୋଗଦାନ

Sunil Chandra Nayak

ଶିକ୍ଷୟତ୍ରୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ

Sunil Chandra Nayak

Leave a Comment

error: Content is protected !!