ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସସ୍ମିତେଶ ସାହୁ ଙ୍କ କବିତା ସକାଳ ପ୍ରାର୍ଥନା

ସକାଳ ପ୍ରାର୍ଥନା

 

କାଳିଆରେ

ଆଜି ପ୍ରାର୍ଥନା କରୁଛି ମୁଁ ତୋ ପାଖରେ

ଯିଏ ଦୁଃଖ ଭରି ଦେଇଛି ମୋ ମନରେ

ତୁ ତାକୁ ରଖିଥାଆ ବହୁତ୍ ସୁଖରେ ।

ଯିଏ ଭରିଛି ମୋ ଆଖି ପୁରା ଲୁହରେ

ଦେଇ ଦେ ପ୍ରଭୁ ହସ ସଦା ତା ଓଠରେ ।

ଯିଏ ମୁଁହକୁ ବୁଲାଏ ମୋତେ ଘୃଣାରେ

ବସା ତାକୁ ଖୁସିର ପାହାଡ ଉପରେ।

ଯିଏ ମୋ ମରଣ ଚାହୁଛି ଅନ୍ତରରେ

ତାକୁ ଏଠି ଶତାୟୁ କର ତୋ କୃପାରେ ।

ନିଜ ସ୍ୱାର୍ଥର ରକ୍ତ ବହେ ଯା ଦେହରେ

ବିଶ୍ୱାସ ଟିକେ ଭରିଦେ ତା ସମ୍ପର୍କରେ ।

ଢାଳି ଦେ ତୋ ଆଶିଷ ସଭିଙ୍କ ଉପରେ

ଆଜି ଦିନଟି କଟୁ ହସ ଆଉ ଖୁସିରେ ।।

ସସ୍ମିତେଶ ସାହୁ

ଶଙ୍ଖଚିଲା,ଯାଜପୁର

Related posts

ଓଡ଼ିଶାରେ ୩ଟି ନୂଆ ଇଏସ୍‌ଆଇ ହସ୍ପିଟାଲ ଓ ୧୨ଟି ଡିସ୍‌ପେନ୍ସରି ଖୋଲିବ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Sunil Chandra Nayak

ଚିତ୍ତ ରଞ୍ଜନ ନନ୍ଦ ଙ୍କ ପ୍ରବନ୍ଧ – ମାୟା ଜାଲରୁ ମୁକ୍ତ ହେବାର ସମୟ ଆସିଛି

Sunil Chandra Nayak

ପୋଖରୀଭଟ୍ଟାଗୁଡା ଗ୍ରାମରେ ଜିଓ ଟାୱାର ଉଦଘାଟନ

Sunil Chandra Nayak

Leave a Comment

error: Content is protected !!