ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତାରା ଶଙ୍କର ରାୟଗୁରୁ ଜୁନାଗଡ଼ ବ୍ଲକ ସରପଞ୍ଚ ସଂଘ ସଭାପତି ମନୋନୀତ

 ଚିଲିଗୁଡା – :  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବଣିଜରା ଗ୍ରାମ ପଞ୍ଚାୟତ ର କର୍ଲାକୋଟ ଗ୍ରାମର ଆମ୍ବ ବଗିଚା ଠାରେ ଉତ୍କଳ ଦିବସ ଅବସରରେ ଜୁନାଗଡ଼ ବ୍ଲକ ସରପଞ୍ଚ ସଂଘ ନୂତନ ଭାବରେ ଗଠିତ ହୋଇ ଯାଇଛି ।ଏଥିରେ ଜୁନାଗଡ଼ ବ୍ଲକ ଉପ।ଧକ୍ଷ ପ୍ରମୋଦ କୁମାର ବେହେରାଙ୍କ ଅଧକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏଥିରେ ମୁଣ୍ଡରା ଗୁଡା ସରପଞ୍ଚ ତାରା ଶଙ୍କର ରାୟଗୁରୁ ଙ୍କୁ ସର୍ବସମ୍ମତି ଭାବେ ଜୁନାଗଡ଼ ବ୍ଲକ ସରପଞ୍ଚ ସଂଘ ସଭାପତି ମନୋନୀତ କରାଯାଇ ଥିଲା ।ସେହିପରି ଉପ ସଭାପତି ଭାବେ ଆଟି ଗାଁ ସରପଞ୍ଚ ସ୍ମିତା ପ୍ରଧାନ ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇ ଥିବା ବେଳେ ସମ୍ପାଦକ ଭାବେ କଲେଇ ଗାଁ ସରପଞ୍ଚ ମଳୟ ରଞ୍ଜନ ଆଚାର୍ଯ୍ୟ ,ସହ ସମ୍ପାଦକ ଭାବେ ବଳଦିଆମାଲ ସରପଞ୍ଚ ଅର୍ଚ୍ଚନା ମେହେର, କୋଷାଦକ୍ଷ ଭାବେ ହାବସ ପୁର ସରପଞ୍ଚ ବିକାଶ ରଞ୍ଜନ ପଣ୍ଡା ଏବଂ ଉପଦେଷ୍ଟା ଭାବରେ ଗୌଡ଼ଛେଣ୍ଡିଆ ସରପଞ୍ଚ ଶିବ ହାତୀ ,ମହିଚଳ। ସରପଞ୍ଚ ଶ୍ରଦ୍ଧାଞ୍ଜଳି ବେହେରା ଏବଂ ଚିଚେୟୀ ଗୁଡା ସରପଞ୍ଚ ପରମେଶ୍ୱର ମେହେର ଙ୍କୁ ମନୋନୀତ କରାଯାଇ ଥିଲା ।ଏହି କାର୍ଯ୍ୟକ୍ରମ ରେ ବ୍ଲକ ଅଧକ୍ଷ ପ୍ରତିନିଧି ରାଜିନ୍ଦ୍ର ମେହେର ,ପୂର୍ବତନ ସରପଞ୍ଚ ଅଜୟ କୁମାର ବେହେରା ,ସରକାରୀ ଓକିଲ ପ୍ରଦ୍ୟୁମ୍ନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମ ରେ ଗ୍ରାମାଞ୍ଚଳ ରେ ରହି ଥିବ। ବିଭିନ୍ନ ସମସ୍ୟା ଗୁଡିକୁ ଦୂର କରିବା ସହ ବିକାଶ କୁ ତ୍ୱରାନ୍ୱିତ କରିବା ପାଇଁ ଏବଂ ଗ୍ରାମାଞ୍ଚଳର ହାତ ମୁଠାକୁ ଟାଣ କରିବା ପାଇଁ ଜୁନାଗଡ଼ ବ୍ଲକର ସରପଞ୍ଚ ସଂଘର ସମସ୍ତ କର୍ମ କର୍ତ୍ତା ଦୃଢ଼ ସଂକଳ୍ପ ନେଇଥିଲେ ଏବଂ ମାନ୍ୟବର ମନ୍ତ୍ରୀ କ୍ୟାପେଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ସହିତ ମିଶି ଆଗକୁ ଯିବାକୁ ଚେଷ୍ଟା କରିବା ସହ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ମତ ବ୍ୟକ୍ତ କରିଥିଲେ ।ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଡ୍ରାଇଭର ସଂଘ୍ କେଗାଁ ପକ୍ଷରୁ ବିଶ୍ଵକର୍ମା ପୂଜା ପାଳିତ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ମିଳନ

Sunil Chandra Nayak

ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ର ସମୟ ସୀମାବୃଦ୍ଧି

Sunil Chandra Nayak

Leave a Comment

error: Content is protected !!