ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଦରମଣି ପ୍ରଧାନ,ଗୋଲାପୀ ଙ୍କ କବିତା ତୁମେ କିଏ

ତୁମେ କିଏ 

 

ଆଦରମଣି ପ୍ରଧାନ,ଗୋଲାପୀ

 

ତୁମେ କିଏ ,,,

ଯିଏ ମୋର

ସାରା ଅତୀତ ହଜାଇ ଦେଲ,,,

ତୁମେ କିଏ,,,

ଯିଏ ମୋର

ସାରା ସମ୍ପର୍କ ଭୁଲେଇ ଦେଲ,,,

ତୁମେ କିଏ ,,,,,

ଯିଏ ମୋର 

ସବୁ ଦୁଃଖ ଯନ୍ତ୍ରଣାକୁ ସମାଧି ଦେଲ,,

ତୁମେ କିଏ,,,,

ଯିଏ ମୋର

ଆଞ୍ଜୁଳିରେ ଖୁସି ଭରି ଦେଲ,,,

ତୁମେ କିଏ,,,,

ଯିଏ ମୋର 

ହସ ଫୁଲ ହୋଇ ଓଠେ ଲାଗି ଗଲ,,

ତୁମେ କିଏ,,,,

ଯିଏ ମୋର

ହୃଦୟ ର ସ୍ପନ୍ଦନ ହେଇ ଗଲ,,,,

ତୁମେ କିଏ,,,,

ଯିଏ ମୋର 

ସବୁ ଲୁହ କୁ ପିଇ ଯାଉଥିଲ,,,

ତୁମେ କିଏ,,,,

ଯିଏ ମୋର

ସବୁ ସମ୍ପର୍କର ଉର୍ଦ୍ଧ୍ବ ରେ ଥିଲ,,

ତୁମେ କିଏ,,,,,

ଯିଏ ମୋର

ରକ୍ତ କଣିକାରେ ବୋହୁଥିଲ,,,

ତୁମେ କିଏ,,,,,

ଯିଏ ମୋର

ନିଶ୍ୱାସ ହୋଇ ପ୍ରବେଶ କଲ,,,

ତୁମେ କିଏ ,,,,

ଯିଏ ମୋର

ସବୁ ରୋଗର ଔଷଧ ହେଇ ଗଲ,

ତୁମେ କିଏ,,,,

ଯିଏ ମୋର 

କବିତାର ଶବ୍ଦ ଯୋଗାଇଲ,,,

ତୁମେ କିଏ,,,,

ଯିଏ ମୋର 

ପାଗଳାମି ର ପ୍ରେମ ଥିଲ,,,

ତୁମେ କିଏ,,,,

ଯିଏ ମୋର

ବିନା ଖାଦ୍ୟରେ ପେଟ ଭରୁଥିଲ,,

ତୁମେ କିଏ,,,,

ଯିଏ ମୋର

ସମ୍ମାନର ସାରଥୀ ଥିଲ,,,

ତୁମେ କିଏ,,,,

ଯିଏ ମୋର

ଜୀବନର ନୌକା ବାହୁଥିଲ,,,

ତୁମେ କଣ ସିଏ,,,,

ଯିଏ ମୋର

ବଞ୍ଚିବାର ସଂଜୀବନି ସାଜିଥିଲ,,,

ତୁମେ କଣ ସିଏ,,,

ଯିଏ ମୋତେ

ମୃତ୍ୟୁ କୋଳରୁ ଛଡେଇ ଆଣିଥିଲ,

 

ଚାନ୍ଦବାଲି, ଭଦ୍ରକ,

Related posts

ଜୁନାଗଡ଼ ରେ ଭାରତ ବନ୍ଦ, ଆଂଶିକ ସଫଳ

ନବ ନିର୍ବାଚିତ ଜିଲ୍ଲା ପରିଷଦ ସଭାପତିଙ୍କୁ ନର୍ଲାରେ ସମ୍ବର୍ଦ୍ଧନା

Sunil Chandra Nayak

ନବମୀ ରେ ପୂଜା ମଣ୍ଡପରେ ମା ଦୁର୍ଗା: ଝିପି ଝିପି ବର୍ଷା ରେ ଫିକା ପଡି ଯାଇଛି ପୂଜା ମାହୋଲ୍ 

Sunil Chandra Nayak

Leave a Comment

error: Content is protected !!