ବଢ଼ି ବାତ୍ୟାର ପିଲାଟିଏ
ଭାର୍ଗବୀ ନଦୀର କୂଳେ,
ଜନମି ବ୍ରାହ୍ମଣ କୁଳେ,
ସାରା ସଂସାରରେ ପରିଚିତ ହେଲେ,
ନିଜର ସୁଗୁଣ ବଳେ। ।୦।
ଶିକ୍ଷା ସହ ସେବା କାମ,
ପୁରୀରୁ ହେଲା ଆରମ୍ଭ,
‘ପୁରୀ ସେବା ସମିତି’ କରି ପ୍ରତିଷ୍ଠା,
ରୋଗୀ ସେବାର ପ୍ରାରମ୍ଭ। ।୧।
ବନ୍ୟା, ଦୁର୍ଭିକ୍ଷ, ମରୁଡ଼ି,
ଅନାବୃଷ୍ଟି ଆସେ ମାଡ଼ି,
ଦାସ ଆପଣେ ଚୁଡା, ଚାଉଳ ଧରି,
ସେବାରେ ଯାଆନ୍ତି ଭିଡ଼ି। ।୨।
ବଢ଼ି, ବାତ୍ୟାର ସେ ସାଥୀ,
ନ ଥାଏ ମନରେ ଭୀତି,
ଆଗୁସାର ହୋଇ ପହଞ୍ଚି ଯାଆନ୍ତି;
ଦିନ ହେଉ ଅବା ରାତି। ।୩।
ଦେଖି ତାଙ୍କ କର୍ମ ମାନ,
ବିଶ୍ଵ କଲା ଗୁଣଗାନ,
ସେଥିପାଇଁ ଜାତି ଭେଟିଦେଲା ତାଙ୍କୁ
ଉତ୍କଳ ମଣି ସମ୍ମାନ। ।୪।