ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାଓ କେଂପ ଠାବ

ନୂଆପଡା ଜିଲ୍ଲା ବୋଡେ଼ନ ଥାନା ଭଇଁସାଦାନୀ ପଞ୍ଚାୟତ ର ପlଟଧରା ଜଙ୍ଗଲ ଠାରେ ଯବାନ ଙ୍କ କୁମ୍ବୀ ଅପରେସନ ସମୟରେ ମାଓ କେଂପ ଠାବ, କେଂପ ରୁ ଏୟାର ଗନ ସହ ବିପୁଳ ମାଓ ସାମଗ୍ରୀ ଜବତ। ଗତ ୨୧ ତାରିଖ ରେ ମାଓ ବାଦୀଙ୍କ ଅତର୍କିତ ଆକ୍ରମଣ ରେ ୩ ଜଣ CRPF ଯବାନ ସହିଦ ହୋଇଥିଲେ। ସେହିଦିନ ଠାରୁ ମାଓ ଦମନ ପାଇଁ ନୂଆପଡା ପୋଲିସ ସେହି ଅଂଚଳ ରେ କୁମ୍ବି ଅପରେସନ କରିଚାଲିଛି। ଅନ୍ୟ ପଟେ ଛତିଶଗଡ଼ ପୋଲିସ ଶହ DIG ଅପଟେସନ ଙ୍କ ଆଲୋଚନା ପରେ ଛତିଶଗଡ଼ ପୋଲିସ ମଧ୍ୟ ନିଜ ସୀମା ଉପରେ ତୀକ୍ଷ୍ଣ ଦୃଷ୍ଟିଦେଇଛି। ଜାହା ଫଳରେ ଛତିଶଗଡ଼ ପୋଲିସ ଗତ କାଲି କୁମ୍ବୀ ଅପରେସନ ରେ ଥିବା ବେଳେ ମାଓ ସଂଗଠନ ଶହ ଗୁଳିବିନିମୟ ହୋଇଥିବା ଛତିଶଗଡ଼ ପୋଲିସ ଠାରୁ ସୂଚନା ମିଳିଛି।ନୂଆପଡା ଜିଲ୍ଲା ପlଟଧରା ଠାରେ ମାଓ ସଂଗଠନ ର ବର୍ବରତା କାଣ୍ଡ ପରେ ମାଓବାଦୀ ମାନେ ଛତିଶଗଡ଼ ସୀମାରେ ଡେରା ବାନ୍ଧି ଥିବା ଛତିଶଗଡ଼ ପୋଲିସ ସୂଚନା ପାଇଛି ଫଳରେ ଛତିଶଗଡ଼ ପୋଲିସ ନିଜ ସୀମା ରେ ଓ ନୂଆପଡା ପୋଲିସ ନିଜ ସୀମା ରେ କୁମ୍ବୀ ଅପରେସନ କୁ ଜୋରଦାର କରିଛି। ନୂଆପଡା ପୋଲିସ କୁମ୍ବୀ ଅପରେସନ ବେଳେ ମାଓ କେଂପ ଠାବ ଶହ ସାମଗ୍ରୀ ଜବତ କରିଥିବା ନୂଆପଡା ଆରକ୍ଷୀ ଅଧ୍ୟକ୍ଷକ ପ୍ରତୁସ ଦିବାକର ସୂଚନା ଦେଇଛନ୍ତି ।

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଶ୍ରୀମାଙ୍କ ଦର୍ଶନ ଦିବସ ପାଳିତ ସହ ସାମୁହିକ ପ୍ରାର୍ଥନା

Sunil Chandra Nayak

ଆଇନଜିବିଙ୍କୁ ମରଣାତ୍ମକ ଆକ୍ରମଣରେ ପୋଲିସର ନିସ୍କ୍ରିୟତା ପ୍ରତିବାଦରେ କାମାକ୍ଷାନଗର ୧୨ ଘଣ୍ଟିଆ ବନ୍ଦ ଡାକରା: ଡାକରାରେ ୬ ଟି ସଂଘ ସମର୍ଥନ

Sunil Chandra Nayak

ଲୁଟ୍ ହେଉଛି କେନ୍ଦୁ କାଠ, ମାଫିଆ ଙ୍କୁ ସୁରକ୍ଷା ଦେଉଛି ବନାଞ୍ଚଳ ଅଧିକାରୀ

Sunil Chandra Nayak

Leave a Comment

error: Content is protected !!