ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିତ୍ତ ରଂଜନ ନନ୍ଦ ଙ୍କ ପ୍ରବନ୍ଧ ମାନବାଧିକାର ଦିବସର ଭାବନା

     ମାନବାଧିକାର ଦିବସର ଭାବନା

ମାନବିକ ଅଧିକାର ଦିବସ ଆମେ ପାଳନ କରୁଛେ | ମାନବିକ ଅଧିକାର ସମ୍ପର୍କିତ କବିତା ପାଠ କରୁଛେ । କବି ମାନେ ମାନପତ୍ର, ଉତ୍ତରୀୟ ଏବଂ ପୁଷ୍ପମାଲ୍ୟ ପାଉଛେ | ବିଭିନ୍ନ ସନମାନ ଲାଭ କରୁଛେ | ସମ୍ବର୍ଦ୍ଧିତ ହେଉଛେ | ମାନବିକ ଅଧିକାର, ଶ୍ରମିକ ଅଧିକାର, ଶିଶୁ ଅଧିକାର, ମହିଳା ମାନଙ୍କର ଅଧିକାର ଏବଂ ଦିବ୍ୟାଙ୍ଗ ମାନଙ୍କର ଅଧିକାର ସମ୍ପର୍କରେ କବିତା ପାଠ କରୁଛେ ଏବଂ ଭାଷଣ ଦେଉଛେ । 

” ଶବ୍ଦରେ, ଭାଷଣରେ, କହୁଛେ କରିବା ରକ୍ଷା ମାନବିକ ଅଧିକାର

  ଭବିଷ୍ୟତରେ ଆମେ ସତେ କି ସମାଜ ଦେଖିବ ପରିବର୍ତ୍ତନର ସ୍ୱର “

ଜାତି, ଲିଙ୍ଗ, ଭାଷା, ଧର୍ମ ଜାତୀୟତା ଭେଦଭାବ ହଟି ସମନ୍ୱୟ ଆସିଲେ ମଣିଷର ସ୍ୱାଧୀନତା, ମୁକ୍ତି, ଶିକ୍ଷା ଅଧିକାରର ବଳୟ ସୃଷ୍ଟି ହୋଇ ପାରିବ |

ଗାଆଁରୁ ସହର, ପଲ୍ଲୀରୁ ନଗର ସବୁଆଡ଼େ ବୁଲିଲେ, ନିରେଖିଲେ, ଆମେ ପାଇବା ଯେ ବେଶ ପୋଷାକ ପିନ୍ଧି ଉଚ୍ଚ ଶିକ୍ଷିତ ବ୍ୟକ୍ତି ଅତ୍ୟନ୍ତ ସୁନ୍ଦର ଦିଶି କଥାରେ ସୁନ୍ଦର ବଚନ କହୁଛନ୍ତି କିନ୍ତୁ କାର୍ଯ୍ୟରେ ତାହାର ଓଲଟା। 

ନାରୀ ସୁରକ୍ଷାର ନାରାକୁ ଦେଇ ନାରୀ ହତ୍ୟାକାରୀ ଓ ଧର୍ଷଣକାରୀ ବନନ୍ତି | ଭଲ ମଣିଷକୁ ଖୋଜିଲେ ସେ କେଉଁମାନେ ତାହା ପ୍ରତ୍ୟକ୍ଷ ପାଇବା ବହୁତ କ୍ୱଚିତ | 

କଥାରେ କାମରେ ମେଳ ନଥାଏ | ନିର୍ମଳ ଚରିତ୍ର ଭଲ ମନ୍ଦ ଜ୍ଞାନ ବିବେକୀ ମଣିଷ ପାଇବା ମଧ୍ୟ କ୍ୱଚିତ | ପର ଉପକାରୀ ଦୟାଶୀଳ ମଣିଷ ଦେଖା ପାଇବେନି |

ଏହି ପୃଥିବୀରେ ମଣିଷ ଯିଏ ଯେଉଁଠାରେ ଅଧିଷ୍ଠାନ କରିଥାଇ ପାରେ, ସେ ଯିଏ ଯେଉଁ ଜାତି ଧର୍ମ ବର୍ଣ୍ଣର ହୋଇ ପାରେ, ସଭିଙ୍କ ରକ୍ତ ଅଭିନ୍ନ ଓ ଲାଲ | ସଭିଙ୍କର ବଞ୍ଚିବାର ଅଧିକାର ଅଛି | ବ୍ୟକ୍ତି ସ୍ବାଧୀନତା ମଣିଷର ଜନ୍ମ ଗତ ଅଧିକାର ଅଟେ| ଖାଦ୍ୟ, ବାସ, ଘର ସଭିଙ୍କର ମୌଳିକ ଆବଶ୍ୟକତା ଅଟେ | ଶାନ୍ତି ଓ ସୌହାର୍ଦ୍ଦ୍ୟରେ ଓ ଆତ୍ମ ସମ୍ମାନରେ ସଭିଏଁ ବଞ୍ଚିବା କଥା | ସଭିଙ୍କର ଲାଗି ଆଇନ କାନୁନ୍ ସମାନ ଅଟେ | ସାମାଜିକ ନ୍ୟାୟ ପାଇବା ପାଇଁ ଆମେ ସଂକଳ୍ପବଦ୍ଧ | କେହି କାହାରିକୁ ଶୋଷଣ କଷଣ ଦେଇ ପାରିବେନି | ଏହି ସତ୍ୟକୁ ଉପଲବ୍ଧି କରି ଲୋକଂକୁ ସଚେତନ କରିବା ସବୁ ସଂଗଠନର ଧର୍ମ | ଶୋଷଣର ମୂଳ ଦୁର୍ନୀତି. ଦୁର୍ନୀତି ପ୍ରଗତିର ପରିପନ୍ଥୀୃ | ଶୋଷଣ ବିହୀନ ସାମ୍ୟ ଏକତାର ମନ୍ତ୍ରରେ ଓ ଶାନ୍ତିରେ ସହାବସ୍ଥାନ କରିବାକୁ ଆମେ ସଂକଳ୍ପବଦ୍ଧ |

ହେ ବନ୍ଧୁଗଣ, ଭାଇ ଓ ଭଉଣୀ ମାନେ, ନିଜ ହୃଦୟକୁ ପଚାର | ନୂଆ ଜାଗରଣ ଆଣି ନୂତନ ଆଶାର ଆଲୋକ ପଥରେ ଅଗ୍ରସର ହୋଇ ସବୁଠି ଯେମିତି ଆଇନ ଅନୁଶାସନ ନ୍ୟାୟ ମାନବିକ ଅଧିକାର ପ୍ରତିଷ୍ଠିତ ହେବ, ସେଥିପାଇଁ ଆମର କେତେ ଜଣଂକର ଚିନ୍ତନ ଅଛି |

                ଚିତ୍ତ ରଂଜନ ନନ୍ଦ

                            କଟକ, ଓଡିଶା ଭାରତ

Related posts

ରତିନାରାୟଣ ରାଉତ ଙ୍କ କବିତା ପ୍ରତୀକ୍ଷା

Sunil Chandra Nayak

ମୟୂରଭଞ୍ଜ – ଦୁବୁଲାବେଡା ବାଇକ/ପିକଅପ ଦୁର୍ଘଟଣାର ଚିକିତ୍ସାଧୀନ ମହିଳା ଆଖି ବୁଜିଲେ

ବିଜେଡି ରାଜ୍ୟ ଛାତ୍ର ଜନତା ସାଧାରଣ ସଂପାଦକ ଭାବେ ବିକାଶ ମହାନ୍ତି ମନୋନୀତ

Sunil Chandra Nayak

Leave a Comment

error: Content is protected !!