ଥୁଆମୂଳ ରାମପୁର:୧୨/୧୨ – (ମ.ନି.ସ) – ଆଜି ଯଥା ୧୨/୧୨/୨୦୨୨ ତାରିଖ ସୋମବାର ଦିନ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ କାଣିଗୁମା ଗ୍ରାମପଞ୍ଚାୟତର ନୂତନ କାର୍ଯ୍ଯାଳୟକୁ ଲାଞ୍ଜିଗଡ ବିଧାୟକ ଶ୍ରୀ ପ୍ରଦୀପ ଦିଶାରିଙ୍କ ଦ୍ବାର ଉଦଘାଟନ କରାଯାଇଥିଲା। ଏହି ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଧାୟକ ଶ୍ରୀ ପ୍ରଦୀପ କୁମାର ଦିଶାରୀ, ସମ୍ମାନିତ ଅତିଥି ଭାବରେ ବ୍ଳକ ଅଧ୍ଯକ୍ଷ ଶ୍ରୀ ଦୟାନିଧି ମାଝୀ, ଜିଲ୍ଲା ପରିଷଦ ସଭ୍ଯା ଶ୍ରୀମତୀ ଟୁନି ଖୋସ୍ଲା, ପୂର୍ବତନ ପଶ୍ଚିମ ଓଡିଶା ବିକାଶ ପରିଷଦ ସଭ୍ଯ ଶ୍ରୀ ମାଣିକ୍ଯ ଚନ୍ଦ୍ର ନାଏକ, ପୂର୍ବତନ ବ୍ଳକ ଉପାଧ୍ୟକ୍ଷ ଶ୍ରୀ ଗୋବିନ୍ଦ ପ୍ରାଧାନୀ, ଅନ୍ତୋଦୟର ମୁଖ୍ଯ ଶ୍ରୀ ଦିଲ୍ଲୀପ କୁମାର ଦାସ, ସମିତି ସଭ୍ଯା ସୁରେନ୍ଦ୍ରି ନାଏକ, ଗ୍ରାମ ବିକାଶ ସଚନ୍ ଗୁରୁ ପ୍ରମୁଖ ଯୋଗଦେଇଥିଲେ। କାଣିଗୁମା ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀ ଧ୍ରୃବଚରଣ ମାଝୀ, ଶ୍ରୀ ଉପେନ୍ଦ୍ର ନାଏକ ସମେତ ଅନ୍ଯାନ୍ଯ କର୍ମକର୍ତ୍ତା ସହଯୋଗ କରିଥିଲେ।
ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ