ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ଫୁଟେ ସିନା ଫୁଲ କଢ଼

ଫୁଟେ ସିନା ଫୁଲ କଢ଼

     ବେଣୁଧର ସୂତାର

ଖରାମାରେ ଚାଇଁ ଚାଇଁ
ଢୋଲବାଜେ ଢାଇଁ ଢାଇଁ 
ପୋଖରିରେ ଫୁଟେ କଇଁ
ପିଆଜ ରେ ହୁଏ ସାଇଁ
ଆଖିଥାଇ ସେତ ଅନ୍ଧ ମଧ୍ୟେ ଗଣା
ପାଠ ଯିଏ ପଢ଼ି ନାହିଁ ।।
ତେଲଫୁଟେ ଟକ ଟକ
ବେଙ୍ଗ ଡିଏ ଫକ ଫକ
କଇଁଚ କାଢିଛି ବେକ
ଗାଡ଼ିରେ ଲାଗିଛି ଚକ
ଏକଥା ବାବୁରେ ମନେ ରଖୂଥିବ
ଭେକଥିଲ ମିଳେ ଭିକ ।।
ମେଘ ବର୍ଷେ ଟପ ଟପ
ବତୀକରେ ଧପ ଧପ
ବୁଲା ପାରିଦିଏ ସପ
ଆଈମା କହନ୍ତି ଗପ
ବାଡି ଗଡିଆ ରେ ଶେଉଳ ମାଛଟି
ଡେଉଁ ଥାଏ ଖପ ଖପ ।।
ବାଡ଼ିରେ ଲଗାଅ ଗଛ
ଅନାବନା ଘାସ ବାଛ
ଗାଡି ଚାଲେ ଆଗପଛ
ନକହିବ ଖଚ ମିଛ
ପାଣି ପବନକୁ ଅସନା ନକରି
ପରିବେଶ ରଖ ସ୍ୱଛ ।।
ନିଜକାମ ନିଜେ କର
ମନରେ ନରଖ ଡର
ହୁଅ ନାହିଁ ତର ତର
ଗୁରୁଜନେ ଭକ୍ତି କର
ଧୀର ପାଣି ସିନା ପଥର କାଟଇ
ବିପଦରେ ଧର୍ଯ୍ୟ ଧର ।।
ପାଠରେ ଲଗାଅ ମନ
ପାଠରୁ ମିଳଇ ଜ୍ଞାନ
ସଞ୍ଚୟ କରିବ ଧନ
ବିନୟେ ତୋଷିବ ଜନ
ବାଲ୍ୟକାଳୁ ଧର୍ମ ଧନ ଅରଜିବ
ସମୟକୁ ରଖି ଧ୍ୟାନ ।।
ପିତା ମାତା ଠାରେ ଭକ୍ତି 
ଭକ୍ତିରୁ ମିଳଇ ଶକ୍ତି
କରନି ଅଯଥା ଯୁକ୍ତି
ଅଳପେ ଲଭିବ ତୃପ୍ତି
ଠିକଣା ସମୟେ ଉପଚାର କଲେ
ରୋଗରୁ ମିଳିବ ମୁକ୍ତି ।।
ଭଲକରି ପାଠପଢ଼
ନିଜ ଭବିଷ୍ୟତ ଗଢ଼
ସମୟ ସାଥିରେ ଲଢ଼
ଜୀବନ ଚରିତ୍ର ବଡ
ଫୁଟିଲା ଫୁଲକି ଫୁଟେ ଆଉଥରେ
ଫୁଟେସିନା ଫୁଲକଢ଼ ।।

କେଶଦୁରାପାଳ କେନ୍ଦୁଝର

Related posts

ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଙ୍କ କବିତା କୃଷ୍ଣ କେଶବ

Sunil Chandra Nayak

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ମାଆର ମମତା

ତେରେସିଂହା: କେନାଲ ସଫା କଲେ ଚାଷୀ

Sunil Chandra Nayak

Leave a Comment

error: Content is protected !!