ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଥୁଆମୂଳ ରାମପୁର ବ୍ଳକ କୁମାରକାନୀ ଯୁବକ ଦାଦନ ଯାଇ କେରଳରେ ମୃତ୍ୟୁ , ଗାଁକୁ ଶବ ଫେରୁଛି

ଥୁଆମୂଳ ରାମପୁର: ୧୨/୧୨ – (ମ.ନି.ସ) :- ମାସକ ମଧ୍ୟରେ ଚାରିଜଣ ଦାଦନଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଣି ଆଉ ଗୋଟିଏ ଦାଦନ ଶ୍ରମିକ ମୃତ୍ୟୁବରଣ କରିଥିବା ସୂଚନାରୁ ଜଣାପଡିଛି। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ବାଗଡିଆଣୀ ପଞ୍ଚାୟତ କୁମାରକାନୀ ଗ୍ରାମର ଜନୈକ ବ୍ଯକ୍ତି କାଳିଆ ଅର୍ଜୁନ ନାଏକଙ୍କ ପୁଅ ରଞ୍ଜନ କୁମାର ନାଏକ (୨୧) ବାହାର ରାଜ୍ୟ କେରଳକୁ ଦାଦନ ଖଟିବାକୁ ଯାଇ ମୃତ୍ୟୁବରଣ କରିଥିବା ଜଣାପଡିଛି। ପ୍ରାପ୍ତ ସୂଚନାରୁ ଅନୁସାରେ ଜଣାଯାଏ, ରଞ୍ଜନ କୁମାର ନାଏକ ତିନିମାସ ତଳେ କେରଳ ରାଜ୍ୟ ତ୍ରିଶୁଳ ଜିଲ୍ଲାକୁ ଦାଦନ ଖଟିବାକୁ ଯାଇଥିଲେ। ତ୍ରିଶୂଳ ଜିଲ୍ଲାର ରଞ୍ଜିଦରା ବ୍ଳକ ଗୁରୁବାଇ ଗ୍ରାମର ଗୁରୁପ୍ରିୟା ହୋଟେଲରେ ଶ୍ରମିକ ଭାବରେ କାମ କରୁଥିଲେ। ଗତ ୦୯/୧୨/୨୦୨୨ ତାରିଖ ସକାଳ ୮ ଘଣ୍ଟା ସମୟରେ କାମ କରୁଥିବାବେଳେ ମୁଣ୍ତ ବୁଲାଇବାରୁ ହଠାତ ଅଚେତ୍ ହୋଇ ତଳେ ପଡିଯାଇଥିବା ସୂଚନାରୁ ଜଣାପଡିଛି। ତେବେ ରଞ୍ଜନ କୁମାର ନାଏକଙ୍କୁ ସାଙ୍ଗେ ସାଙ୍ଗେ ହୋଟେଲ କର୍ମଚାରୀ ନିକଟସ୍ଥ ଗୁରୁବାଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ରଞ୍ଜନ କୁମାର ନାଏକଙ୍କ ଦେହାବସ୍ଥାରେ ଅଧିକ ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ତ୍ରିଶୂଳ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର କରା ଯାଇଥିଲା ସେଠାରେ ଚିକିତ୍ସିତ ଅବସ୍ଥାରେ ହିଁ ଗତ ୧୦/୧୨/୨୦୨୨ ତାରିଖ ଅପରାହ୍ନ ୪ ଘଣ୍ଟା ସମୟରେ ରଞ୍ଜନ ନାଏକଙ୍କ ଦେହାନ୍ତ ହୋଇଥିବା ଜଣାଯାଏ।

ଏପରି ସ୍ଥଳ ସେଠାରେ ଥିବା ମୃତ ରଞ୍ଜନଙ୍କ ସାଙ୍ଗ ମାନେ ପରିବାର ଲୋକଙ୍କୁ ଫୋନ ଯୋଗେ ଖବର ଦେଇଥିଲେ। ଖବର ପାଇ ରୋଜଗାରିଆ ପୁଅକୁ ହରେଇ ଥିବା ପିତାମାତା ଦୁଃଖରେ ଭାଙ୍ଗିପଡି ମୃତ ଯୁବକଙ୍କ ପିତା କାଳିଆ ଅର୍ଜୁନ ନାଏକ ଲେଖିତ ଆକାରରେ ଥୁଆମୂଳ ରାମପୁର ଥାନାରେ ଜଣାଇଥିବା ଜଣାପଡିଥିଲା। ଏହା ସହିତ ପୁଅର ଶବକୁ ଗାଁକୁ ଫେରେଇ ଆଣିବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଥିଲେ। ପୁଅର ଶେଷ ଦର୍ଶନ କରିବା ପାଇଁ ଗାଁକୁ ଶବ ଫେରେଇ ଆଣିବା ପାଇଁ ଅଫିସର ଓ ନେତାଙ୍କ ଦ୍ବାରସ୍ଥ ମଧ୍ୟ ହୋଇଥିବା ସୂଚନା ମିଳିଛି। ପ୍ରକାଶ ଥାଉ କି ଯେ, ଦାଦନ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବା ସହିତ ମାସକରେ ଅଞ୍ଚଳରେ ୪ ଜଣ ଦାଦନଙ୍କ ମୁଣ୍ଡ ଗଡି ସାରିଲାଣି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ବେକାରୀ ଓ ଦାଦନ ସମସ୍ୟା କୁ ରୋକିବାରେ ବିଫଳ ହୋଇଛନ୍ତି। ସେନେଇ ବିଭିନ୍ନ ମହଲରେ ଆଲୋଚନାର ବିଷୟ ପାଲଟିଛି, ଅନ୍ଯ ପକ୍ଷରେ ଗାଁକୁ ଶବ ଫେରୁଥିବା ଜଣାପଡିଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଲଡୁଗାଁ କଲେଜରେ ସମ୍ବିଧାନ ଦିବସ ପାଳନ

Sunil Chandra Nayak

କୈଳାସ ଚନ୍ଦ୍ର ପାଢ଼ୀ ଙ୍କ କବିତା କାହାନ୍ତି ସେ ଗାନ୍ଧୀ ଗୋପବନ୍ଧୁ

ମୟୂରଭଞ୍ଜ:ବଜ୍ରାଘାତରେ ୩ମୃତ,ଜଣେ ଗୁରୁତର

Sunil Chandra Nayak

Leave a Comment

error: Content is protected !!