ଗୋଲାମୁଣ୍ଡା,ତା.୨୩ା୦୪(ମସିହା) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସର୍ଗିଗୁଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ବଦଳି ଓ ଗ୍ରାମର ଏସଏଚଜିଙ୍କୁ ମଧ୍ୟାହ୍ନ ଭୋଜନ ଦାୟୀତ୍ୱ ଦେବା ଦାବୀରେ ଆଜି ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଛନ୍ତି ପରିଚାଳନା କମିଟି ,ଗ୍ରାମବାସୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ।
ଅଭିଯୋଗରୁ ଜଣାଯାଏ ଯେ ସର୍ଗିଗୁଡା ଗ୍ରାମରେ ୧୬ ଗୋଟି ସକ୍ରିୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଅଛି । ସର୍ଗିଗୁଡା ଗ୍ରାମରେ ଥିବା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଯୋଗାଇବା ପାଇଁ ଏହି ଗ୍ରାମର କୌଣସି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନଦେଇ ବାବେଗୁଡା ଗ୍ରାମର ଏକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଦାୟୀତ୍ୱ ଦିଆଯାଇଛି । ଯାହାକି ସଂପୂର୍ଣ୍ଣ ନିୟମ ବାହରେ ହୋଇଛି । ଅପର ପକ୍ଷରେ ପ୍ରଧାନ ଶିକ୍ଷକ କୌଣସି ନୋଟିସ ଜାରି ନକରି ଓ ବିଦ୍ୟାଳୟର ସଭାପତି ତଥା ପରିଚାଳନା କମିଟିକୁ ନଜଣାଇ କିପରି ବାହାର ଗାଁର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ମଧ୍ୟାହ୍ନ ଭୋଜନ ଦାୟୀତ୍ୱ ଦିଆଗଲା ଏହା ସମସ୍ତଙ୍କୁ ସନ୍ଦେହ ସୃଷ୍ଟି କରିଛି । ଏଣୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବଦଳି ସହିତ ଗ୍ରାମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ମଧ୍ୟାହ୍ନ ଭୋଜନ ଯୋଗାଣ ଦାୟୀତ୍ୱ ଦେବା ଦାବୀ ନେଇ ବିଦ୍ୟାଳୟର ପରିଚାଳନା କମିଟି,ଗ୍ରାମବାସୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଆଜି ସକାଳ ସମୟରୁ ବିଦ୍ୟାଳୟରେ ତାଲା ମାରି ଧାରଣାରେ ବସିଛନ୍ତି । ଖବରପାଇ ବିଦ୍ୟାଳୟ ପରିଶରକୁ ବ୍ଲକ ଶିକ୍ଷା ଅଧିକାରୀ ନବ କିଶୋର ସାହୁ ଯାଇ ଧାରଣାକାରୀଙ୍କୁ ବୁଝା ସୁଝା କରିଥିଲେ ସୁଦ୍ଧା ଦାବୀ ପୁରଣ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଧାରଣାକାରୀମାନ ପ୍ରକାଶ କରିଥିଲେ । ଆସନ୍ତା ସୋମବାର ଦିନ ଏହି ଦାବୀ ପୁରଣ ହେଲେ ଧାରଣା ପ୍ରତ୍ୟାହୃତ ହେବ ନଚେତ ଧାରଣ ଜାରୀ ରହିବ ବୋଲି ପରିଚାଳନା କମିଟି ଓ ଗ୍ରାମବାସୀ ପ୍ରକାଶ କରିଛନ୍ତି ,
ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ମସିହା ନିଉଜ୍,