ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁଇ ଦଫା ଦାବୀ ନେଇ ସର୍ଗିଗୁଡା ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଗ୍ରାମବାସୀ

ଗୋଲାମୁଣ୍ଡା,ତା.୨୩ା୦୪(ମସିହା) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସର୍ଗିଗୁଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ବଦଳି ଓ ଗ୍ରାମର ଏସଏଚଜିଙ୍କୁ ମଧ୍ୟାହ୍ନ ଭୋଜନ ଦାୟୀତ୍ୱ ଦେବା ଦାବୀରେ ଆଜି ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଛନ୍ତି ପରିଚାଳନା କମିଟି ,ଗ୍ରାମବାସୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ।

 ଅଭିଯୋଗରୁ ଜଣାଯାଏ ଯେ ସର୍ଗିଗୁଡା ଗ୍ରାମରେ ୧୬ ଗୋଟି ସକ୍ରିୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଅଛି । ସର୍ଗିଗୁଡା ଗ୍ରାମରେ ଥିବା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଯୋଗାଇବା ପାଇଁ ଏହି ଗ୍ରାମର କୌଣସି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନଦେଇ ବାବେଗୁଡା ଗ୍ରାମର ଏକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଦାୟୀତ୍ୱ ଦିଆଯାଇଛି । ଯାହାକି ସଂପୂର୍ଣ୍ଣ ନିୟମ ବାହରେ ହୋଇଛି । ଅପର ପକ୍ଷରେ ପ୍ରଧାନ ଶିକ୍ଷକ କୌଣସି ନୋଟିସ ଜାରି ନକରି ଓ ବିଦ୍ୟାଳୟର ସଭାପତି ତଥା ପରିଚାଳନା କମିଟିକୁ ନଜଣାଇ କିପରି ବାହାର ଗାଁର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ମଧ୍ୟାହ୍ନ ଭୋଜନ ଦାୟୀତ୍ୱ ଦିଆଗଲା ଏହା ସମସ୍ତଙ୍କୁ ସନ୍ଦେହ ସୃଷ୍ଟି କରିଛି । ଏଣୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବଦଳି ସହିତ ଗ୍ରାମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ମଧ୍ୟାହ୍ନ ଭୋଜନ ଯୋଗାଣ ଦାୟୀତ୍ୱ ଦେବା ଦାବୀ ନେଇ ବିଦ୍ୟାଳୟର ପରିଚାଳନା କମିଟି,ଗ୍ରାମବାସୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଆଜି ସକାଳ ସମୟରୁ ବିଦ୍ୟାଳୟରେ ତାଲା ମାରି ଧାରଣାରେ ବସିଛନ୍ତି । ଖବରପାଇ ବିଦ୍ୟାଳୟ ପରିଶରକୁ ବ୍ଲକ ଶିକ୍ଷା ଅଧିକାରୀ ନବ କିଶୋର ସାହୁ ଯାଇ ଧାରଣାକାରୀଙ୍କୁ ବୁଝା ସୁଝା କରିଥିଲେ ସୁଦ୍ଧା ଦାବୀ ପୁରଣ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଧାରଣାକାରୀମାନ ପ୍ରକାଶ କରିଥିଲେ । ଆସନ୍ତା ସୋମବାର ଦିନ ଏହି ଦାବୀ ପୁରଣ ହେଲେ ଧାରଣା ପ୍ରତ୍ୟାହୃତ ହେବ ନଚେତ ଧାରଣ ଜାରୀ ରହିବ ବୋଲି ପରିଚାଳନା କମିଟି ଓ ଗ୍ରାମବାସୀ ପ୍ରକାଶ କରିଛନ୍ତି ,

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ମସିହା ନିଉଜ୍,

Related posts

ସାହିତ୍ୟିକ କବି ବନ୍ଧୁ ପରିବାରର ଗୀତାମୃତ କାର୍ଯ୍ୟକ୍ରମ 

Sunil Chandra Nayak

ସର୍ପାଘାତରେ ୮ମ ଶ୍ରେଣୀ ଛାତ୍ରର ମୃତ୍ୟୁ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Leave a Comment

error: Content is protected !!