ରାଉରକେଲା/ ସେକ୍ଟର ୧୭ କମ୍ୟୁନିଟି ସେଣ୍ଟର୍ ଠାରେ ନ୍ୟାସନାଲ ଇନସ୍ୟୁରାନ୍ସ କମ୍ପାନୀ ତରଫରୁ ମଧୁସୂଦନ ଶିକ୍ଷା ନିବାସ ର ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଇଥିଲା। ଅଶୋକ କୁମାର ବଳଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ର ଭିଜିଲାନ୍ସ ଅଫିସର ଜଗଦୀଶ ଚନ୍ଦ୍ର ନାୟକ, ବରିଷ୍ଠ ଡିଭିଜିନାଲ ପ୍ରବନ୍ଧକ ମାନସ ରଂଜନ ବେହେରା, ସହ ପ୍ରବନ୍ଧକ ବିଜୟ କୁମାର ନାୟକ ଓ ମଧୁସୂଦନ ଶିକ୍ଷା ନିବାସ ର ବରିଷ୍ଠ ଶିକ୍ଷୟିତ୍ରୀ ନିରୁପମା ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ଦୁର୍ନୀତିମୁକ୍ତ ଭାରତ ଗଠନ ସଂପର୍କରେ ଉଦବୋଧନ ଦେଇଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ବକୃତା ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ନିରାକାର ଜେନା ବିଚାରକ ଦାୟିତ୍ୱ ତୁଲାଇ ଥିବାବେଳେ ସହ ପ୍ରବନ୍ଧକ ପ୍ରଶାନ୍ତ ଯୋଶୀ ତିର୍କୀ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ନୀନାରାଣୀ ଜେନା ମୁଦାଲି ଧନ୍ୟବାଦ ଅର୍ପଣ କରିଥିଲେ ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ