ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଘାସିରାମ ମେମୋରିଆଲ ଫୁଟବଲ ଉଦଘାଟିତ, ୩/୦ ଗୋଲ ରେ ବଗାଡ଼ ଦଳ ବିଜୟୀ

କୋକସରା,୧୩/୧୨/ କୋକସରା ବ୍ଲକ କୋକସରା ସଦର ମହକୁମା କସ୍ତୁରବା ଖେଳ ପଡ଼ିଆରେ ସ୍ପୋର୍ଟସ କ୍ଲବ ଆନୁକୂଲ୍ୟରେ ଘାସିରାମ ବାଗ ମେମୋରିଆଲ ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ସୋମବାର ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କୋକସରା ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ଅଭିଷେକ ବେହେରା, ପୁର୍ବତନ ଫୁଟବଲ ଖେଳାଳି ବିନୋଦ ବିହାରୀ ରାଉତ, ନବୀନ ନାଏକ, ବବ୍ରୁ ବାହାନ ନାଏକ, ମହେନ୍ଦ୍ର ନେଗି ଯୋଗଦେଇ କ୍ରୀଡା ଦିବସ ପତାକା ଉତ୍ତୋଳନ କରିବା ସହ ଜାତୀୟ ସଙ୍ଗିତ ଗାନ କରି ମ୍ୟାଚକୁ ଉଦଘାଟନ କରିଥିଲେ। ମ୍ୟାଚ ପୂର୍ବରୁ ଉଭୟ ଦଳ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।ଉଦଘାଟନୀ ମ୍ୟାଚ ଟେମରା ଓ ବଗାଡ଼ ଦଳ ମଧ୍ୟରେ ଚିତ୍ତାକର୍ଷକ ଖେଳ ଦେଖିବାକୁ ମିଳିଥିଲା। ପ୍ରଥମ ଦିନ ଫୁଟବଲ ମ୍ୟାଚକୁ ଖେଳ ଶିକ୍ଷକ ଅମିତ ମହାନ୍ତିଙ୍କ ସହ ନିର୍ମଳ ଦଣ୍ଡସେନା, ଶଙ୍କର ପୋଢ଼ ଓ ତାପସ ଦାସ ପରିଚାଳନା କରିଥିଲେ। ମୋହନ ବାଗ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ସ୍ପୋର୍ଟସ କ୍ଲବର ସଭାପତି ତ୍ରିମୋହନ ନାଏକ, ସମ୍ପାଦକ କ୍ଷୀରସିନ୍ଧୁ ନେଗି, ମହେଶ ଗୁପ୍ତା, ସୁରେନ୍ଦ୍ର ମାଝୀ, ଜିତାମିତ୍ର ପ୍ରଧାନୀ, ସିଦ୍ଧାର୍ଥ ଶଙ୍କର ପ୍ରଧାନୀ, ସଚିନ ଗୁପ୍ତା, କାମାକ୍ଷ ପ୍ରସାଦ ନାଏକ, ସ୍ୱାଧୀନ ଦଣ୍ଡସେନା, ଚିତ୍ତରଞ୍ଜନ ଠାକୁର, ସୁବ୍ରତ ପୁଝାରି, କିଶନ ନାଏକ, ସୁରଜ ନାଏକ, କ୍ଷୀରସିନ୍ଧୁ ପ୍ରଧାନୀ, ମାନସ ରଞ୍ଜନ ବେହେରା ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ। ଉଦଘାଟନୀ ଫୁଟବଲ ଖେଳରେ ବଗାଡ଼ ଦଳ ୩/୦ ଗୋଲରେ ଟେମରାକୁ ହରାଇ ବିଜୟୀ ହୋଇଛନ୍ତି ମ୍ୟାଚ ଦେଖିବାକୁ ପଡ଼ିଆରେ ଭରପୁର ଦର୍ଶକ ଉପସ୍ଥିତ ରହିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ବାବା ଭୈରବ ୟୁଥ୍ କ୍ଲବ ତରଫରୁ ସଫା କରାଗଲା ଗଛ ମୁଳର ଘାସ

Sunil Chandra Nayak

ଆନନ୍ଦପୁର ଓକିଲ ସଂଘ ଦ୍ବାରା ଆୟୋଜିତ ୨ୟ ଏବିସିସି କ୍ରିକେଟ କପ ୨୦୨୨ ଉଦଯାପିତ

ଧର୍ମକବି ସୁଧୀର ପଣ୍ଡା ଙ୍କ କବିତା ଧର୍ମ ସମନ୍ଧ 

Sunil Chandra Nayak

Leave a Comment

error: Content is protected !!