ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ପ୍ରଗତି ମହାବିଦ୍ୟାଳୟରେ ବିଶାଳ ରକ୍ତଦାନ ଶିବିର ଆୟୋଜିତ

ଭବାନୀପାଟଣା ସହରସ୍ଥିତ ପ୍ରଗତି ଅନୁଷ୍ଠାନର ମୁଖ୍ୟ ଇଂ ଅଜୟ କୁମାର ପଣ୍ଡାଙ୍କ ଜନ୍ମଦିନ ପାଳନ ଅବସରରେ ପ୍ରଗତି ମହାବିଦ୍ୟାଳୟରେ  ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଗତି ମହାବିଦ୍ୟାଳୟର ଏନସିସି, ଏନଏସଏସ ଏବଂ ଯୁବ ରେଡକ୍ରସର ସ୍ବେଚ୍ଛାସେବୀମାନଙ୍କ ସହଯୋଗରେ ପ୍ରଗତି ଶିକ୍ଷାନୁଷ୍ଠାନର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଅଭିଭାବିକା,  ଛାତ୍ରଛାତ୍ରୀ ତଥା ଅଣଶୈକ୍ଷିକ କର୍ମଚାରୀ ପ୍ରମୂଖ ରକ୍ତଦାନ କରିଥିଲେ । ପ୍ରଗତି ଶିକ୍ଷାନୁଷ୍ଠାନର ମୁଖ୍ୟ ଅଜୟ କୁମାର ପଣ୍ଡା  ଚେୟାର ପରସନ ସୁଶ୍ରୀ ସଙ୍ଗୀତା ପଣ୍ଡା, ପ୍ରଗତି ମହାବିଦ୍ୟାଳୟର ଅଧ୍ୟକ୍ଷ ଜଗନ୍ନାଥ ତ୍ରିପାଠୀ ପ୍ରଥମେ ରକ୍ତ ଦାନ କରି ରକ୍ତଦାନ ପ୍ରକ୍ରିୟାକୁ ଆରମ୍ଭ କରିଥିଲେ ।  କଳାହାଣ୍ଡି ଏ ଡି ଏମ ଡ. ନିହାର ରଞ୍ଜନ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଏହି ରକ୍ତଦାନ ଶିବିରରେ ସମୁଦାୟ ୧୦୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଉକ୍ତ ରକ୍ତଦାନ ଶିବିରରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ଡ . ସଞ୍ଜୟ କୁମାର ଶତପଥୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ ପୂର୍ବକ ଏହି ଶିବିରକୁ ଉଦଘାଟନ କରି ରକ୍ତଦାନ ମହତ ଦାନ ବୋଲି ମତପ୍ରକାଶ କରିବା ସହିତ ଆୟୋଜକମାନଙ୍କୁ ପ୍ରଶଂସା କରିଥିଲେ । ବିଗତ ଦିନମାନଙ୍କ ଭଳି ପ୍ରଗତି ଶିକ୍ଷାନୁଷ୍ଠାନ ଆଗାମୀ ଦିନମାନଙ୍କରେ ମଧ୍ୟ ସାମାଜ ସେବା କ୍ଷେତ୍ରରେ ନିଜକୁ ନିୟୋଜିତ ରଖିଥିବ ବୋଲି ପ୍ରଗତି ଶିକ୍ଷାନୁଷ୍ଠାନର ମୁଖ୍ୟ ଇଂ ଅଜୟ କୁମାର ପଣ୍ଡା ମତ ପ୍ରକାଶ କରିଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଚଢେଇପାହାଡିରେ ଶ୍ରୁଶ୍ରୂଷା ହେଲଥ ରିସର୍ଚ ଫାଉଣ୍ଡେସନ ଆନୁକୁଲ୍ୟରେ ମାଗଣାରେ ଇଲେକ୍ଟ୍ରୋ ହୋମିଓ ଚିକିତ୍ସା ଶିବିର

ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ରକ୍ତ ଦାନ ଶିବିର

Sunil Chandra Nayak

ଯୋରାଡବରା ଛକରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!