ଧର୍ମଗଡ:୧୯/୧୨/୨୨/ ଧର୍ମଗଡ ଠାରେ ଆୟୋଜିତ ହେବାକୁ ଥିବା ସମ୍ପ୍ରସାରିତ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୩ ପାଇଁ ଆଜି କୋର କମିଟି ର ବୈଠକ ସ୍ଥାନୀୟ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇ ଯାଇଛି । ଧର୍ମଗଡ ଉପଜିଲ୍ଲାପାଳ ତଥା ଉତ୍ସଵ କମିଟି ଅଧ୍ୟକ୍ଷ ବେଦ ଭୂଷଣ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ତହସିଲଦାର ହରେକୃଷ୍ଣ ବରିହା, ଉପଖଣ୍ଡ ପୁଲିସ ଅଧିକାରୀ ଧିରଜ କୁମାର ଚୋପଦାର,ନଗରପାଳ ଅଶୋକ କୁମାର ମହାନ୍ତି, ସହଯୋଗୀ ଜିଲ୍ଲା ପାଳ ଚିନ୍ମୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।ଏହି ବୈଠକରେ ବିଭିନ୍ନ ଉପ କମିଟି ଦ୍ବାରା ପ୍ରଦତ୍ତ ପ୍ରାକ ବଜେଟ ଉପରେ ସବିଶେଷ ଆଲୋଚନା ହୋଇଥିଲା।
ଏହି ବୈଠକରେ ଅର୍ଥ କମିଟି ଅଧ୍ୟକ୍ଷ ଵିଷ୍ଣୁ ପ୍ରସାଦ ଅଗ୍ରୱାଲ, ପ୍ରଚାର ଓ ପ୍ରସାର କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ଜାଲ,ଷ୍ଟେଜ ପରିଚାଳନା କମିଟିର ଆବାହକ ଲିଙ୍ଗରାଜ ପାତ୍ର,କ୍ରୀଡା କମିଟି ଅଧ୍ୟକ୍ଷ ସନ୍ତୋଷ ପାଣିଗ୍ରାହୀ, ଘୁମୁରା କମିଟି ଅଧ୍ୟକ୍ଷ ରମଣୀ କାନ୍ତ ଜାଲ, ଏନଜିଓ କମିଟି ଅଧ୍ୟକ୍ଷ ବ୍ରଜେଶ ପଣ୍ଡା, ଭାଇକେଲ କମିଟି ଅଧ୍ୟକ୍ଷ ସୁନିଲ ମେହେର,ମଞ୍ଚ ନିର୍ମାଣ କମିଟି ଅଧ୍ୟକ୍ଷ ହଲଧର ନିଆଲ, ଖାଦ୍ୟ କମିଟି ଅଧ୍ୟକ୍ଷ ଅମରଜିତ ଦାସ,ଗ୍ରୀନ ରୁମ କମିଟି ଅଧ୍ୟକ୍ଷ ନିରଞ୍ଜନ ମହାପାତ୍ର, କଳସ ଯାତ୍ରା କମିଟି ଅଧ୍ୟକ୍ଷ ଅଜୟ ନାୟକ, ବରିଷ୍ଠ ସଦସ୍ୟ ହୃଷିକେଶ ମିଶ୍ର, ଭବାନୀ ଚରଣ ଦାସ,ସୁବାସ ଚନ୍ଦ୍ର ପାଣିଗ୍ରାହୀ, ପୂର୍ଵତନ ନଗରପାଳ ହୀରା ବାଗ, ଅଂଶୁମାନ ପାତ୍ର,ସୁମନ୍ତ ପଣ୍ଡା, ଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ।ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ସିଂ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍


