ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଭାରତ ବାୟୋଟିକର ନାଜାଲ ଭ୍ୟାକ୍ସିନର ଦାମ୍ ଘୋଷଣା , ବୁଷ୍ଟର ଡୋଜ୍ ପାଇଁ ମଞ୍ଜୁରୀ ଦେଇଛନ୍ତି ସରକାର

ନିକଟରେ ଭାରତ ବାୟୋଟିକ୍ ଦ୍ୱାରା ପ୍ରସ୍ତୁତ ନାଜାଲ ଭ୍ୟାକ୍ସିନ ‘INCOVACC’ କୁ ଦେଶରେ ବୁଷ୍ଟର ଡୋଜ୍ ପାଇଁ ମଞ୍ଜୁରୀ ଦେଇଛନ୍ତି ସରକାର । ବୁଷ୍ଟର ଡୋଜ୍ ପାଇଁ ଏହାର ମାତ୍ର ୨ ବୁନ୍ଦା ନାକରେ ପକାଯିବ । ଆଇଏମଏ ସେକ୍ରେଟାରୀ ଅନିଲ ଗୋୟଲଙ୍କ କହିବା ମୁତାବକ, ଏହି ନାଜାଲ ଭ୍ୟାକ୍ସିନ୍ ଅନ୍ୟ ଭ୍ୟାକ୍ସିନ ଭଳି ପ୍ରଭାବୀ । ଏହାକୁ କୌଣସି କଷ୍ଟରେ ଲୋକେ ଗ୍ରହଣ କରିପାରିବେ । ଏବେ ଏହାର ମାର୍କେଟ ଦର ଘୋଷଣା କରାଯାଇଛି ।

ସୂଚନା ମୁତାବକ, ଇନକୋଭାକ୍ ନାଜାଲ ଭ୍ୟାକ୍ସିନର ମୂଲ୍ୟ ୮୦୦ । ଏହା ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ହେବ । ଏହି ମୂଲ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବାବେଳେ ଏହାକୁ ୧୦୦୦ଟଙ୍କାକୁ ବଢାଇବାକୁ କମ୍ପାନୀ ଚାହୁଁଥିବା ଜଣାପଡିଛି । କୋବିନ୍ ପ୍ଲାଟଫର୍ମରେ ମଧ୍ୟ ଏହି ନାଜାଲ ଭ୍ୟାକ୍ସିନ୍ ଉପଲବ୍ଧ ହେବ । ଏହାକୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଲୋକଙ୍କୁ ଦିଆଯାଇପାରିବ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

କଙ୍କଡ଼ାହାଡ଼ଠାରେ ବିଶାଳ ନିଶୁଳ୍କ ସ୍ଵାସ୍ଥ୍ୟ ଶିବିର ଅନଷ୍ଠିତ

Sunil Chandra Nayak

ସତ୍ୟ ସାଇ ସେବା ସଂଗଠନ ତରଫରୁ ଅମୃତ ବିନ୍ଦୁ କାର୍ଯ୍ୟକ୍ରମ

ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତର ଖାନାରୁ ହଟାଇ ନିଆଗଲା ଆଉ ଜଣେ ଡାକ୍ତର ଙ୍କୁ : ତେଜୁଛି ଅସନ୍ତୋଷ 

Leave a Comment

error: Content is protected !!