ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ସୁନେତ୍ର ଯୋଜନାରେ ୩୪୩ ଜଣ ଶିକ୍ଷାର୍ଥୀଙ୍କ ଚକ୍ଷୁ ପରୀକ୍ଷା

ଡାବୁଗାଁ, ୪/୧ (ମ.ନି.ସ.)- ରାଜ୍ୟ ସରକାରଙ୍କ ସୁନେତ୍ର ଯୋଜନାରେ ୩୪୩ ଜଣ ବିଦ୍ୟାର୍ଥୀଙ୍କ ଚକ୍ଷୁ ପରୀକ୍ଷା ଡାବୁଗାଁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭଗବାନ ମାଝୀଙ୍କ ତତ୍ଵାବଧାନ ମେଦନା ସ୍ଥିତ ବୋରିଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଚଚରାଗୁଡା ଓ ମେଦେନା ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନରେ ଥିବା ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟର ବିଦ୍ୟାର୍ଥିମାନଙ୍କ ଚକ୍ଷୁ ପରୀକ୍ଷା କରି ପରାମର୍ଶ ଦିଆଯାଇଛି । ସୁନେତ୍ର ଯୋଜନାର ଜିଲ୍ଲା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡା. ଏନ. ଆର. ବେହେରା ଓ ଡା. କୁନାଲ ମହାନ୍ତି ଚକ୍ଷୁ ପରୀକ୍ଷା କରି ଥିବା ନେଇ ଡାବୁଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ଡା. ଅଶୋକ କୁମାର ବେହେରା, ପ୍ରଦ୍ୟୁମ୍ନ କର, ମୋନାଲିଶା ପାତ୍ର, ଟି. ଶୋଭା, ଫାର୍ମାସିଷ୍ଟ ନିଳକଣ୍ଠ ଭତ୍ରା ଓ ଏମ୍. ଡି. ନାଜିରୁଲ୍ ହକ୍, ଚକ୍ଷୁ ସହାୟକ ପ୍ରମୁଖ ସହାୟତା ପ୍ରଦାନ କରିଥିଲେ । ବିଆର୍ଟି ଛନ୍ଦା ଚରଣ ମେହେର, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗୁପ୍ତ ପ୍ରସାଦ ନାଗ ଓ ହେମେନ୍ଦ୍ର ନାଥ ବେହେରା ଙ୍କ ସହ ଚଚରାଗୁଡା ଓ ମେଦେନା କ୍ଲଷ୍ଟରର ଶିକ୍ଷୟତ୍ରୀ ଶିକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଢେଙ୍କାନାଳ ଗଁଦିଆ ବ୍ଲକରେ ବିଭିନ୍ନ ପଞ୍ଚାୟତ ରେ ଧରିଲାଣି ରୋଗ ଲୋକ ଙ୍କ ପକ୍ଷରୁ ସୂଚନା , ଆଖିଧରା ସ୍ଥିତି ବିଗିଡ଼ିଲେ ଜାରି ହୋଇପାରେ ମାର୍ଗଦର୍ଶିକା: ଜନସ୍ୱାସ୍ଥ୍ୟ ନିର୍ଦେଶକ

Sunil Chandra Nayak

ଡେଙ୍ଗୁକୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ ବୋଲି ପ୍ରଚାର କରୁଛନ୍ତି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ

masiha

ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମାଗଣା ଚକ୍ଷୁ ଶିବିର ଅନୁଷ୍ଠିତ

Leave a Comment

error: Content is protected !!