ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଝାଡାବାନ୍ତି ରୋଗରେ ଆକ୍ରାନ୍ତ ସଂଖ୍ୟା ୨୩ କୁ ଛୁଇଁଥିବାବେଳେ ମୃତ୍ୟୁ ସଂଖ୍ୟା ୩ କୁ ପହଞ୍ଚିଛି

ଥୁଆମୂଳ ରାମପୁର: ୫/୯- (ମସିହା):- ବର୍ଷାର ପ୍ରକୋପ ଶେଷ ହେବା ପରେ ପରେ ସ୍ଥାନେ ସ୍ଥାନେ ଏବେ ଝାଡାବାନ୍ତି ତୋ କେଉଁଠି ଝାଡା ରୋଗରେ ଲୋକେ ଆକ୍ରାନ୍ତ ହେଉ ଥିବାବେଳେ କିଛି ଲୋକ ମୃତ୍ୟୁବରଣ ମଧ୍ୟ କରିଥିବା ସୂଚନା ମିଳିଛି। ପ୍ରାପ୍ତ ସୂଚନାରୁ ଜଣାଯାଏ ଯେ, କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପର ବ୍ଳକର ବିରିକୋଟ ଗ୍ରାମପଞ୍ଚାୟତ ନିକଟସ୍ଥ କେନ୍ଦୁପଡା ଗ୍ରାମରେ ଚଳିତ ମାସ ୩ ତାରିଖ ଦିନ ୧୭ ଜଣ ଆକ୍ରାନ୍ତ ହୋଇ ଥିବାବେଳେ ଗତ ୪/୯/୨୦୨୨ ତାରିଖ ଦିନ ପୁଣି ଅନ୍ଯାନ୍ଯ ସ୍ଥାନରୁ ୬ ଜଣ ଲୋକ ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହୋଥିଲେ। ତେବେ ଏଯାଏଁ ଆକ୍ରାନ୍ତ ସଂଖ୍ୟା ସର୍ବମୋଟ ୨୩ କୁ ଛୁଇଁଥିବା ସୂଚନା ରହିଛି। ୩ ତାରିଖ ଦିନ କେନ୍ଦୁପଡାର ଗ୍ରାମର ସୁନାଙ୍ଗ ମାଝୀଙ୍କର ମୃତ୍ଯୁ ଓ ଗତ ୪ ତାରିଖ ଦିନ ପୁଣି ୨ ଜଣ ମୃତ୍ୟୁବରଣ କରିଛନ୍ତି ମୃତକ ମାନେ ହେଲେ ବଡଛତରଙ୍ଗ ଗ୍ରାମର ଆଶାଇ ମାଝୀ (୪୫) ବଲଙ୍ଗି ଗ୍ରାମର ରଏବାରୀ ମାଝୀ (୫୦) ବୋଲି ସୂଚନାରୁ ଜଣାପଡିଛି। ଗତ ୨/୩ ତାରିଖ ମଧ୍ୟରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ମଧ୍ୟରେ ରହିଥିଲେ ସୁକ୍ରୀ ମାଝୀ (୭୦), ମନ୍ଦଙ୍ଗି ମାଝୀ (୭୨), ଟିକ୍ ମାଏ ମାଝୀ (୪୦), ନୂଆଦେଇ ମାଝୀ (୬୫), ପାଲାଏ ମାଝୀ (୬୭), ସୁମନୀ ମାଝୀ (୪୩), ଦିଆନ ମାଝୀ (୭୨), କୁନି ମାଝୀ (୯), ସୁଶୀଲା ମାଝୀ (୨୨), ବୈଦି ମାଝୀ (୩୩), ରୀମା ମାଝୀ (୧୦), ବବି ମାଝୀ (୬), ରୂପାଙ୍ଗ କବାଡି (୫୦), ରାପଣି କବାଡି (୨୦), ହୁଲମାଏ କବାଡି (୪୬), ରୀନା ମାଝୀ (୧୭), ବାରୁ ମାଝୀ (୩୫) ପୁଣି ୪/୯/୨୦୨୨ ତାରିଖ ଦିନ ୬ ଜଣ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସାଧିନ ରହିଥିଲେ। ଏହି ଭଳି ଭାବରେ ଆକ୍ରାନ୍ତ ସଂଖ୍ୟା ୨୩ କୁ ପହଞ୍ଚି ଥିବା ସୂଚନା ରୁ ରହିଛି। ଏହି ଭଳି ଭାବରେ ଥୁଆମୂଳ ରାମପୁର ବ୍ଳକର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଏବେ ଝାଡାବାନ୍ତି ର ପ୍ରକୋପ ଜାରିରହିଛି। ସେ ଅନୁସାରେ ସ୍ବାସ୍ଥ୍ୟ ବିଭାଗ ମଧ୍ୟ ସଜାଗ ରହିଛନ୍ତି। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହି କି ଦିର୍ଘ ବର୍ଷରୁ ଏହି ଭଳି ଘଟଣା ଘଟି ଆସିଛି ଏହା ପାଇଁ ସ୍ଥାୟୀ ବ୍ଯବସ୍ଥା ଏଯାଏଁ କରାଯାଇ ପାରିଲା ନାହିଁ। ଉତ୍ତମ ସ୍ବାସ୍ଥ୍ୟ ସେବାର ସୁବ୍ଯବସ୍ଥା, ଏହି ଦୁର୍ଗମ ଅଧ୍ଯୁଷିତ ଅଞ୍ଚଳ ଥୁଆମୂଳ ରାମପୁର ବ୍ଳକର ଅଧିବାସୀଙ୍କ ପାଇଁ ଅଭିଶପ୍ତ ପାଲଟିଯାଇଛି। କେଉଁଠି ରାସ୍ତା ନାହିଁ ତୋ ପୁଣି କେଉଁଠି ପାନୀୟ ଜଳର ସୁବ୍ଯବସ୍ଥା ନାହିଁ। ଯାହା ଫଳରେ ଲୋକେ ଝରଣା ଜଳକୁ ପାନୀୟ ଭାବରେ ବ୍ଯବହାର କରି ଅନେକ ସମୟରେ ପାନୀୟ ଜଳ ଜନିତ ରୋଗରେ ପୀଡିତ ହେଉଥିବା ବେଳେ ସେମାନଙ୍କ ପାଇଁ ସ୍ବାସ୍ଥ୍ୟ ସେବା ଅପହଞ୍ଚ ଭାବରେ ରହିଯାଇଛି। ଏମାନଙ୍କ ପାଖକୁ ସ୍ବାସ୍ଥ୍ୟ ସେବା ପହଞ୍ଚି ବାରେ ବିଳମ୍ବ ଯୋଗୁଁ ଲୋକେ ମୃତ୍ୟୁବରଣ କରୁଥିବା ନଜିର ରହିଛି। ଏହାର ସୁବ୍ଯବସ୍ଥା କରିବାରେ ପ୍ରଶାସନ ଓ ଜନପ୍ରତିନିଧି ଫେଲ ମାରିଥିବା ଆଲୋଚନା ହେଉଛି। ଲୋକଙ୍କର କ୍ଷତି ହେବା ପରେ ଘଟଣା ସ୍ଥଳରେ ପହଞ୍ଚି କିଛି ସହାୟତା ଯୋଗାଇ ଦେଇ ସେମିତି ସେମାନେ ପୂର୍ବଭଳି ଚୂପଚାପ ରହିଯାଉଛନ୍ତି।ତେବେ କାହିଁକି ପୂର୍ବରୁ ସମାଧାନ କରିବାରେ ଅବହେଳା କରୁଛନ୍ତି ବୋଲି ବିଭିନ୍ନ ସମୟରେ ଆଲୋଚନା ହେଉଅଛି। ଅଞ୍ଚଳରେ ଗମନାଗମନ, ସ୍ବାସ୍ଥ୍ୟ, ପାନୀୟ ଜଳ ଭଳି ଆଉ କେତେକ ସମସ୍ୟା ରହିଛି ଏହାର ସମାଧାନ କରିବା ପାଇଁ କାହିଁକି ଜନପ୍ରତିନିଧି ଆଗ୍ରହ ପ୍ରକାଶ କରିବାରେ ଅବହେଳା କରୁଛନ୍ତି ସେନେଇ ଅନେକ ସମୟରେ ପ୍ରଶ୍ନବାଚୀ ସୃଷ୍ଟି କରୁଅଛି। ବିଶେଷଜ୍ଞ ଡାକ୍ତର ନିୟୋଜିତ ସହିତ ଡାକ୍ତରଖାନାରେ ସ୍ବାସ୍ଥ୍ୟ ସେବା ସୁବ୍ଯବସ୍ଥା ଓ ଦୁର୍ଗମ ଅଞ୍ଚଳରେ ଗମନାଗମନ, ପାନୀୟ ଜଳ ସହିତ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଲେ ଲୋକେ ନିଶ୍ଚିତ ଭାବରେ ଉପକୃତ ହେବେ ବୋଲି ଆଶା ପ୍ରକଟ କରାଯାଇଛି। ଏହାକୁ ଆଖିଆଗରେ ରଖି ଆଗକୁ ଜନପ୍ରତିନିଧି ଓ ସ୍ବାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରନ୍ତୁ ବୋଲି ଅଞ୍ଚଳରେ ଦାବି ହେଉଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

 

Related posts

ସହରରେ ଡେଙ୍ଗୁ ର କାୟା ବିସ୍ତାର 

masiha

ରକ୍ତଦାନ କରି ମହାନତାର ପରିଚୟ ଦେଲେ କାର୍ଯ୍ୟରତ ପୋଲିସ କର୍ମଚାରୀ 

Sunil Chandra Nayak

ଅନ୍ତଦୟ ପକ୍ଷରୁ କାଣିଗୁମା ରେ ବିଶ୍ଵ ଋତୁସ୍ରାବ ସ୍ବାସ୍ଥ୍ୟ ଦିବସ ପାଳିତ

Leave a Comment

error: Content is protected !!