ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

କନ୍ଧମାଳ ଜିଲା ଵରିଷ୍ଠ ନାଗରିକ ସଂଘ ପକ୍ଷରୁ ଆୟୁର୍ବେଦ ଚିକିତ୍ସା ଶିଵିର

କନ୍ଧମାଳ:17/03.(ମନିସ): କନ୍ଧମାଳ ଜିଲା ଵରିଷ୍ଠ ନାଗରିକ ସଂଘ, ଫୁଲଵାଣୀ ପକ୍ଷରୁ ଏକ ଆୟୁର୍ବେଦ ଚିକିତ୍ସା ଶିଵିର ଫୁଲବାଣୀ ଡ୍ରିମଲ୍ୟାଣ୍ଡ ହୋଟେଲରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ପ୍ରଫେସର ଡାକ୍ତର ଜଗଦିଶ ଚନ୍ଦ୍ର ଵେଜ୍ ବରିଷ୍ଠ ନାଗରିକ ମାନଙ୍କ ଆଣ୍ଠୁ ଗଣ୍ଠି ଜନିତ ସମସ୍ୟାରେ ପୀଡିତମାନଙ୍କୁ ଚିକିତ୍ସା ସମ୍ଵନ୍ଧରେ ପରାମର୍ଶ ଦେବାସହିତ ମାଗଣାରେ ଔଷଧ ଵିତରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଭାପତି କମଳାକାନ୍ତ ପାଣ୍ଡେ ଓ ସାଧାରଣ ସମ୍ପାଦକ ପ୍ରଣବ ମଣ୍ଡଲ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ କନ୍ଧମାଳ ଜିଲା ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତାମାନେ ଆୟୋଜନ ଓ ପରିଚାଳନା କରିଥିଲେ।

କନ୍ଧମାଳ ଜିଲ୍ଲା ଫୁଲବାଣୀରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ 

Related posts

ବ୍ଲକ ସ୍ତରୀୟ ମେଗା ସାସ୍ଥ୍ୟ ଶିବିର

Sunil Chandra Nayak

ଆଦିତ୍ୟବାହିନୀ ଦ୍ୱାରା ଶଙ୍କରଆଚାର୍ଯ୍ୟ ମଠରେ ନିଃଶୁଳ୍କ ଦନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ

masiha

ଡେଙ୍ଗୁକୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ ବୋଲି ପ୍ରଚାର କରୁଛନ୍ତି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ

masiha

Leave a Comment

error: Content is protected !!