ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ରେ ଅପପୃଷ୍ଟି କୁ ରୋକିବା ପାଇଁ ଆଉ ପାଦେ ଆଗେଇଲା ପ୍ରଶାସନ

ଭାବାନିପାଟଣା: ତା : ୧୬/୦୩ ଆଦିବାସୀ ବହୁଳ କଳାହାଣ୍ଡି ଜିଲ୍ଲାରେ ଅପପୃଷ୍ଟି କୁ ରୋକିବା ସହିତ ମାତୃ ଓ ଶିଶୁ ମୃତ୍ୟୁହାର କୁ କମେଇବା ଉଦେଶ୍ୟରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ, ସ୍ବେଛାସେବୀ ସଂଗଠନ କୈବଲ୍ୟ ଏଜୁକେଶନ ଫାଉଣ୍ଡେସନ/ ପିରାମଲ ଫାଉଣ୍ଡେସନ ଏବଂ ରୂପାୟନ ସହଯୋଗରେ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି। ଏହି ମର୍ମରେ ଆଜି ଜିଲ୍ଲା ସମାଜ କଲ୍ୟାଣ ବିଭାଗର ମିଶନ ଶକ୍ତି ସଭାଗୃହରେ ଜିଲ୍ଲାର ସମସ୍ତ ସିଡ଼ିପିଓ ଓ ମହିଳା ସୁପରଭାଇଜର ମନକୁ ନେଇ ଏକ ଖାଦ୍ଯ ଏବଂ ପୃଷ୍ଟି ସମ୍ବନ୍ଧୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ତାଲିମ ଶିବିରକୁ ଆନୁଷ୍ଠାନିକ ଭାବେ ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ପୁଣ୍ୟବତୀ ହେଲେନ ଖେସ, ଉଦଘାଟନ କରିବା ସହିତ ଜିଲ୍ଲାରେ ଅପପୃଷ୍ଟିକୁ ରୋକିବା ଦିଗରେ ସିଡ଼ିପିଓ ଓ ସୁପରଭାଇଜରଙ୍କର ଏକ ଗୁରୁ ଦାଇତ୍ଵ ରହିଥିବାର ଉପରେ ମତବ୍ୟକ୍ତ କରିବା ସହିତ ସ୍ବେଛାସେବୀ ସଂଗଠନ କୈବଲ୍ୟ ଏଜୁକେଶନ ଫାଉଣ୍ଡେସନ/ ପିରାମଲ ଫାଉଣ୍ଡେସନ ଏବଂ ରୂପାୟନ ର ମିଳିତ ପ୍ରୟାସ ରେ ଜିଲ୍ଲାରେ ଅପପୃଷ୍ଟି କୁ ରୋକିବା ସହିତ ମାତୃ ଓ ଶିଶୁ ମୃତ୍ୟୁହାର କୁ କମେଇବା ଓ କିଶୋରୀ ସଶକ୍ତିକରଣ ର ବିଭିନ୍ନ କାର୍ଯକ୍ରମ ଉପରେ ଆଲୋକପାତ କରିଥିଲେ। ଏହି ପ୍ରଶିକ୍ଷଣରେ ସମସ୍ତ ସିଡ଼ିପିଓ ଓ ସୁପରଭାଇଜର ମାନଙ୍କୁ ପୃଷ୍ଟିହୀନତାର କାରଣ, ସନ୍ତୁଳିତ ଆହାର, ଅପପୃଷ୍ଟିର ଲକ୍ଷଣ ଏବଂ ଏହାର ନିରାକରଣ ଉପରେ ବିଶୋଦ ଭାବରେ ପ୍ରଶିଖିତ କରିବା ସହିତ ମା ଓ ଶିଶୁ ସୁରକ୍ଷା କାର୍ଡର ଉପଦେୟତା ଓ ଏହାର ବ୍ୟବହାର ଉପରେ ବିଶୋଦ ଭାବରେ ବୁଝା ଯାଇଥିଲା। ଏଠି ସହିତ ଜିଲ୍ଲାରେ ଚାଲିଥିବା ଗ୍ରାମ୍ୟ ସ୍ୱାସ୍ଥ୍ୟ ପରିମଳ ଓ ପୃଷ୍ଟି ଦିବସ କୁ ସୁଦୃଢ କରିବା, କିଶୋରୀ ମାନଙ୍କ ନିମନ୍ତେ ଉଦିଷ୍ଟ ଅଦ୍ବିକା କାର୍ଯକ୍ରମ କୁ ତ୍ବରାନିତ୍ଵ କରିବା ସହିତ ଗର୍ଭ ସମୟରେ ମା ର ଯତ୍ନ, ଅନୁଷ୍ଠାନିକ ପ୍ରସବାକୁ ଗୁରୁତ୍ଵ ଦେବା ଓ ସମ୍ପୂର୍ଣ ଟୀକା କରଣ ର ବିଭିନ୍ନ ଦିଗଉପରେ ଆଲୋଚନା କର ଯାଇଥିଲା। ପ୍ରଶିକ୍ଷକ ଭାବେ ରୂପାୟନ ଅନୁଷ୍ଠାନ ର ନିର୍ଦେଶକ ରାଜକିଶୋର ମିଶ୍ର, ଜିଲ୍ଲା କାର୍ଯକ୍ରମ ପରିଚାଳକ ବିଶ୍ଵନାଥ ଦାସ ଯୋଗଦେଇଥିବା ବେଳେ କୈବଲ୍ୟ ଏଜୁକେଶନ ଫାଉଣ୍ଡେସନ/ ପିରାମଲ ଫାଉଣ୍ଡେସନ ର କାର୍ଯକ୍ରମ ସଂଯୋଜକ ଶାଶ୍ଵତ ସୌରଭ ପଣ୍ଡା ପ୍ରଶିକ୍ଷଣ କୁ ସଂଚାଳନ କରିଥିଲେ। ଆଗାମୀ ଦିନରେ ଜିଲ୍ଲା ସମାଜ କଲ୍ଯାଣ ବିଭାଗ ଓ କୈବଲ୍ୟ ଏଜୁକେଶନ ଫାଉଣ୍ଡେସନ/ ପିରାମଲ ଫାଉଣ୍ଡେସନ ଏବଂ ରୂପାୟନ ର ମିଳିତ ସୋହଯୋଗରେ ଜିଲ୍ଲାର ସମସ୍ତ ଅଙ୍ଗନବାଡି କର୍ମୀ ମାନଙ୍କୁ ଅନୁରୂପ ଭାବରେ ପ୍ରଶିଖିତ କରାଯିବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ବିଧିବଧ ନିସ୍ପତି ନିଆଯାଇଅଛି।

ମସିହା ନିଉଜ ସର୍ଭିସ୍ 

Related posts

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଗୋବିନ୍ଦପୁରରେ କମ୍ବଳ ବାଣ୍ଟିଲା ମୋ ଅନୁଷ୍ଠାନ

masiha

ଆମ ପୋଲିସ ସମିତି ବୈଠକ 

masiha

କଳାହାଣ୍ଡି ଜିଲ୍ଲା ଯୋଗାଣ ବିଭାଗର ତୃଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ପରିବହନ କ୍ଷତି ସହୁଛି ଯୋଗାଣ ନିଗମ 

Leave a Comment

error: Content is protected !!