ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଝାଡ଼ଖଣ୍ଡ ମୁକ୍ତିମୋର୍ଚାଦଳ ର ମୟୂରଭଂଜ ଜିଲ୍ଲା କମିଟି ଘୋଷିତ

 ମୟୂରଭଞ୍ଜ -୦୫/୦୯/୨୨ (ମସିହା)  ଆଗକୁ ୨୦୨୪ ସାଧାରଣ ନିର୍ବାଚନ । ଏଥିପାଇଁ ଓଡ଼ିଶା ପ୍ରଦେଶ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ଅଂଜନୀ ସୋରେନ ଦଳର ମଙ୍ଗ ଧରିଛନ୍ତି । ତୃଣମୂଳ ସ୍ତରରୁ ଦଳର ସଂଗଠନକୁ ଦୃଢିଭୁତ କରିବାପାଇଁ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି । ଏଥିପାଇଁ କିଛି ଦିନ ପୂର୍ବେ ଦଳର ସବୁ ଛାମୁଆଁ ସଂଗଠନକୁ କିଛି ମାସ ପୂର୍ବେ ଭାଙ୍ଗି ଦେଇଥିଲେ ।ଦଳକୁ ପୁଣିଥରେ ତୃଣମୂଳ ସ୍ତରରୁ ସଜାଡ଼ିବା ପାଇଁ ସଭାନେତ୍ରୀ ଅଂଜନି ସୋରେନ ମୟୁରଭଞ୍ଜର ନୂତନ ଜିଲ୍ଲା କମିଟି ଗଠନ କରିଛନ୍ତି ।ବିଶେଷତଃ ଯୁବଗୋଷ୍ଠୀଙ୍କୁ ପ୍ରାଧାନ୍ଯ ଦେଇଛନ୍ତି ।ଆଜି ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଲକର ଘୋଡାଡେଗା ନିଜ ବାସ ଭବନ ପରିସରରେ ଦଳୀୟ କାର୍ଯ୍ୟକ୍ରମର ମହା ମିଶ୍ରଣ ପର୍ବ ଆୟୋଜନ କରିଥିଲେ ।ଏଥିରେ ଜିଲ୍ଲାର ୨୬ ଟି ବ୍ଲକ ବାରିପଦା ଏବଂ ରାଇରଙ୍ଗପୁର ମ୍ୟୁନିସିପାଲିଟି ଏବଂ ଉଦଳା ଏବଂ କରଂଜିଆ ଏନଏସିର ବହୁ ବଛା ବଛା ଦଳୀୟ କର୍ମୀବୃନ୍ଦ ଯୋଗଦେଇଥିଲେ । ସେଠାରେ ଆସିଥିବା ନବାଗତ ଦଳୀୟ କର୍ମୀଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବିଭିନ୍ନ ବ୍ଳକରୁ ଆସିଥିବା ଦଳୀୟ ନେତୃବୃଦ ନିଜ ଅଂଚଳର ସମସ୍ଯା ଉପରେ ଆଲୋକପାତ କରିଥିଲେ । ସଂଗଠନକୁ ସୁଦୃଢ କରିବା ପାଇଁ ସମସ୍ତେ ଗୁରୁତ୍ବ ଦେଇଥିଲେ ।ଦଳର ଉଚ୍ଚ ନେତୃବୃନ୍ଦ ,ରାଜ୍ୟ ଉପାଧ୍ୟକ୍ଷ ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତି ରାଜ୍ୟ ସାଂଗଠନିକ ସଂପାଦକ ଦୁବରାଜ ନାଗ, କେନ୍ଦ୍ରୀୟ କମିଟି ସଦସ୍ୟ ପବନ କୁମାର, ଶ୍ଯାମ ଚରଣ କିସ୍କୁ, ରଣଜିତ ବାସ୍କେ,ଆଦରାଣୀ ବେଶ୍ରା,ଦିଲିପ ଦାସ, ସୁନିଲ ମାଝୀ,ସାଲୁ କିସ୍କୁ, ,ସୁନ୍ଦର ମୋହନ ମୁର୍ମୁ,ଦିଲିପ ଦାସ ,ବିଶୋଇ ଜିଲ୍ଲା ପରିଷଦ ସଦସ୍ୟ ଶୀତଲ କିସ୍କୁ,ବିଜାତଳା ଜିଲ୍ଲା ପରିଷଦ ସଦସ୍ୟା ମୀନା ସୋରେନ,ଏବଂ ବହୁ ନେତୃବୃନ୍ଦ ଯୋଗ ଦେଇଥିଲେ । ରାଜ୍ୟ ସଭାନେତ୍ରୀ ଦଳର ଆଭିମୁଖ୍ୟ, ଶୃଙ୍ଖଳା, ଆଦର୍ଶ ଉପରେ ସମସ୍ତ କର୍ମୀଙ୍କୁ ଅବଗତ କରାଇଥିଲେ । ଜିଲ୍ଲାରେ ଦଳର ସ୍ଥିତି ଭଲ ଅଛି । ଗତ ତ୍ରିସ୍ତରୀୟ ନିର୍ବାଚନରେ ଦଳ କେନ୍ଦ୍ରୀୟ ବିଜେପି ଦଳ, କଂଗ୍ରେସ ଦଳକୁ ପଛକୁ ଠେଲି ଦିତୀୟ ସ୍ଥାନ ଅଧିକାର କରି ବିଜେଡି ସହିତ ଟକ୍କର ଦେଉଛି ।ଯାହାକି ସବୁ ଦଳ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଦଳୀୟ ନେତୃବୃନ୍ଦ ଜମି,ଜଳ,ଜଙ୍ଗଲ ପାଇଁ ଲଢିବା ସହ ଆଂଚଳିକ ସମସ୍ୟାକୁ ଗୁରୁତ୍ବ ଦେଇ ଆନ୍ଦୋଳନ କରି ହକ୍ ହାସଲ ପାଇଁ ଗଣତାନ୍ତ୍ରିକ ଆନ୍ଦୋଳନ କରଲେ ଲୋକେ ଦଳ ପ୍ରତି ଆସ୍ଥା ଓ ବିଶ୍ବାସ ରଖିବେ ।ଦଳ ଆଗକୁ ବଢିବ ।ଆଗାମି ୨୦୨୪ ସାଧାରଣ ନିର୍ବାଚନ ପାଇଁ ଦଳକୁ ସୁସଂଗଠିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ନିର୍ବାଚନ ଜିତିବା ହାରିବା ବଡ଼ କଥା ନୁହେଁ ।ଦଳକୁ ତୃଣମୂଳ ସ୍ତରରେ ସୁଦୃଢ କରିବା ଦାୟିତ୍ବ ସମସ୍ତେ ନେବା ଉଚିତ ବୋଲି କହିଥିଲେ ।ଶେଷରେ ପାର୍ବଣ ଋତୁରେ ସମସ୍ତଙ୍କ ଶୁଭ କାମନା କରି ମୟୂରଭଞ୍ଜ ଜିଲ୍ଲାର ନୂତନ କମିଟି କୁ ଘୋଷଣା କରିଥିଲେ । ପରେ ମୟୁରଭଞ୍ଜରେ ଥିବା ଦୁଇଟି ସାଂଗଠନିକ ଜିଲ୍ଲାକୁ ଭାଙ୍ଗି ଗୋଟିଏ ସାଂଗଠନିକ ଜିଲ୍ଲା ଘୋଷଣା କରିଥିଲେ ।ଯୁବ ଟାଣୁଆ ନେତା ସନାତନ ମୁଣ୍ଡାକୁ ଜିଲ୍ଲା ସଭାପତି,ସେକ ଅବଦୁଲ ମନାନ-ସାଧାରଣ ସଂପାଦକ, ଶ୍ରୀ ମୋଟା ବିରୁଆ-ଜିଲ୍ଲା କୋଷାଧ୍ୟକ୍ଷ, ଶ୍ରୀ ପୃଥୁରାଜ ହାଁସଦା -ଉପସଭାପତି,ଶ୍ରୀମୋଟାଇ ସିଂ ଗିଲୁଆ- ଉପସଭାପତି (କପ୍ତୀପଦା),ଶ୍ରୀ ରଣଜିତ ସିଂ -ଉପସଭାପତି(ମୋରଡ଼ା),,ଶ୍ରୀ ମାନସିଂହ ମାହାଲି -ଉପସଭାପତି(ଶାମାଖୁଣ୍ଟା),ଏସ କେ ହମରାଜ -ଉପସଭାପତି(ବାରିପଦା),ଅନଓ୍ବାର ହୁସେନ-ଉପସଭାପତି(ବିଶୋଇ),ସୁଗଧା ଚରଣ ଟୁଡୁ-ସହ ସଂପାଦକ(ଜାମଦା),,ଶ୍ରୀ ମହେନ୍ଦ୍ର ନାଥ ମୁର୍ମୁ -ସହ ସଂପାଦକ (ସାରସକଣା),ଶ୍ରୀ କିଶୋର ହାଁସଦା- ସହ ସଂପାଦକ, ଶ୍ରୀ ଯଶବନ୍ତ ବାରିକ-ସହ ସଂପାଦକ (ବିଶୋଇ),ଶ୍ରୀ ସନ୍ତୋଷ କୁମାର ମୁର୍ମୁ -ଜିଲ୍ଲା ମୁଖପାତ୍ର,ଶ୍ରୀ ମୋଟା ବିରୁଆ-କୋଷାଧ୍ଯକ୍ଷ, ଜୟନ୍ତ ମହାନ୍ତ-ସହ ସଂପାଦକ (ଖୁଣ୍ଟା),ଶ୍ରୀ ଦଳମତ ମାରଣ୍ଡୀ ଉପ କୋଷାଧ୍ୟକ୍ଷ,ମନୋଜ ବିଶ୍ବାଳ କାର୍ଯ୍ୟାଳୟ ସଚିବ(ରାଇରଙ୍ଗପୁର),ସୋନାରାମ ସୋରେନ,କାର୍ଯ୍ୟାଳୟ ସଚିବ (ବାରିପଦା) ଏବଂ ୨୧ ଜଣ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାମ ଗଣମାଧ୍ୟମ ସମ୍ମୁଖରେ ଘୋଷଣା କରିଥିଲେ ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୨୬ ଟି ବ୍ଲକ ଏବଂ ୪ଟି ପୌରାଞ୍ଚଳର ଦଳୀୟ କର୍ମୀ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଗଞ୍ଜେଇ ଜବତ, ଜଣେ ଗିରଫ

Sunil Chandra Nayak

ଦେଶୀ ମଦଭାଟି ପ୍ରସ୍ତାବକୁ ବିରୋଧ କରି ସ୍ବୟଂ ସହାୟକ ଗୋଷ୍ଠୀ ଓ ଗ୍ରାମବାସୀ ଜିଲ୍ଲାପାଳ ଙ୍କ ଦ୍ବାରସ୍ତ

Sunil Chandra Nayak

ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଅକ୍ଷୟ ତୃତୀୟାର ଭେଟି, ମିଳିବ ଦୁଇ ହଜାର ଟଙ୍କା,ଏନେଇ ଘୋଷଣା କଲେ ରାଜ୍ୟ ସରକାର

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort