ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡ. ସର୍ବପଲ୍ଲୀ ରାଧାକୃଷ୍ଣନ ଓ ଗୁରୁ ଦିବସ…..

ତସ୍ମୈ ଶ୍ରୀ ଗୁରବେ ନମଃ 

ଆଜି ଗୁରୁ ଦିବସ। ବିଶିଷ୍ଟ ଶିକ୍ଷାବିତ୍ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମତିଥିରେ ୧୯୬୨ ମସିହାଠାରୁ ଗୁରୁ ବା ଶିକ୍ଷକମାନଙ୍କୁ ସମ୍ମାନ ଜଣାଇ ଏହି ଦିବସ ପାଳନ କରାଯାଇଆସୁଛି। ଡ. ରାଧାକୃଷ୍ଣନ ଏକାଧାରରେ ଜଣେ ସୁଗୁରୁ ଏବଂ ଛାତ୍ରବତ୍ସଳ ଶିକ୍ଷକ ଥିଲେ। ସେ ମହୀଶୂର ଓ କଲିକତା ବିଶ୍ବବିଦ୍ୟାଳୟରେ ଦର୍ଶନ ପ୍ରଫେସର ଭାବେ କାର୍ଯ୍ୟ କରିଥିଲେ। ତାଙ୍କର ଜୀବନ ଶିକ୍ଷାର ବିକାଶ ନିମନ୍ତେ ସମର୍ପିତ ଥିଲା। ସର୍ବପଲ୍ଲୀ ବିଶ୍ବାସ କରୁଥିଲେ ଯେ ‘‘ଶିକ୍ଷକମାନେ ହେଉଛନ୍ତି ଦେଶର ସର୍ବୋତ୍କୃଷ୍ଟ ମସ୍ତିଷ୍କ।’’ ଭାରତର ଜଣେ ବିଜ୍ଞ ଦାର୍ଶନିକ ଭାବେ ମଧ୍ୟ ଡ. ରାଧାକୃଷ୍ଣନଙ୍କ ନାମ ସର୍ବାଗ୍ରେ ସ୍ମରଣୀୟ। ୧୯୫୪ରେ ତାଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତରତ୍ନ ପ୍ରଦାନ କରାଯାଇଥିଲା। ଗୁରୁଦିବସରେ ଛାତ୍ରଛାତ୍ରୀମାନେ ଗୁରୁବନ୍ଦନା କରିବା ସହ ସେମାନଙ୍କ ପୂଜାର୍ଚନା କରିଥାନ୍ତି। ଦେଶର ନିଷ୍ଠାପର ଓ କୃତୀ ଶିକ୍ଷକମାନଙ୍କୁ ସରକାର ଏହି ଦିନ ପୁରସ୍କାର ଓ ସମ୍ବର୍ଦ୍ଧନା ଦେଇଆସୁଛନ୍ତି।

ଡ. ସର୍ବପଲ୍ଲୀ ରାଧାକୃଷ୍ଣନ ଓ ଗୁରୁ ଦିବସ…..

ଭାରତର ପ୍ରଥମ ଉପ-ରାଷ୍ଟ୍ରପତି ତଥା ଦ୍ବିତୀୟ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକୃଷ୍ଣନ (ଜନ୍ମ: ୫ ସେପ୍‌ଟେମ୍ବର ୧୮୮୮; ମୃତ୍ୟୁ: ୧୭ ଏପ୍ରିଲ୍‌ ୧୯୭୫)ଙ୍କ ଜନ୍ମ ଦିବସକୁ ଭାରତରେ ‘ଗୁରୁ ଦିବସ’ ଭାବେ ପାଳନ କରାଯାଉଛି। ଏକଦା ବିଦ୍ୟାର୍ଥୀମାନେ ତାଙ୍କ ଜନ୍ମ ଦିନ ପାଳନ କରିବାକୁ ଅନୁରୋଧ କରିବାରୁ, ତାଙ୍କ ଜନ୍ମ ଦିବସକୁ ‘ଗୁରୁ ଦିବସ’ ଭାବେ ପାଳନ କରିବା ପାଇଁ ସେ ପରାମର୍ଶ ଦେଇଥିଲେ।

ଡ. ରାଧାକୃଷ୍ଣନ ଏକଧାରରେ ଥିଲେ ଶିକ୍ଷକ, ଶିକ୍ଷାବିତ୍‌, ଦାର୍ଶନିକ ଏବ˚ କୂଟନୀତିଜ୍ଞ। ତରୁୱଲ୍ଲୁର ଜିଲ୍ଲାର ତିରୁଟ୍ଟନୀରେ ସେ ଜନ୍ମ ହୋଇଥିଲେ। ତାଙ୍କ ଶୈଶବ ତିରୁଟ୍ଟନୀ ଏବ˚ ତିରୁପତିରେ କଟିଥିଲା। ପ୍ରାଥମିକ ଶିକ୍ଷା ଲାଭ ପରେ ସେ ମାଡ୍ରାସ୍‌ ବିଶ୍ବବିଦ୍ୟାଳୟରେ କଳା ବିଷୟରେ ସ୍ନାତକ ଶ୍ରେଣୀରେ ଭର୍ତ୍ତିହୋଇଥିଲେ। କୃତିତ୍ବର ସହ ଉତ୍ତୀର୍ଣ୍ଣ ହେବା ପରେ ୧୯୦୯ରେ ତାଙ୍କୁ ‘ମାଡ୍ରାସ୍‌ ପ୍ରେସିଡେନ୍‌ସି ମହାବିଦ୍ୟାଳୟ’ରେ ଦର୍ଶନ ବିଭାଗର ଅଧ୍ୟାପକ ଭାବେ ନିଯୁକ୍ତି ମିଳିଥିଲା। ଏହା ପରଠାରୁ ସେ ମୁଖ୍ୟତଃ ଭାରତୀୟ ଦର୍ଶନ ଶାସ୍ତ୍ର ଏବ˚ ଧର୍ମଶାସ୍ତ୍ର ଅଧୢୟନରେ ନିଜକୁ ନିୟୋଜିତ ରଖିଥିଲେ। ୧୯୧୮ରେ ସେ ‘ମୈସୂର ବିଶ୍ବବିଦ୍ୟାଳୟ’ରେ ଦର୍ଶନ ବିଭାଗର ପ୍ରଫେସର‌୍‌ ଭାବେ ନିଯୁକ୍ତ ହେଇଥିଲେ। ଏହା ପରେ ‘କୋଲକାତା ବିଶ୍ବବିଦ୍ୟାଳୟ, ଲଣ୍ତନ୍‌ର ‘ହାର୍ଭାର୍ଡ‌୍‌ ବିଶ୍ବବିଦ୍ୟାଳୟ, ‘ମାଞ୍ଚେଷ୍ଟର‌୍‌ ବିଶ୍ବବିଦ୍ୟାଳୟ’ ଏବ˚ ଶେଷରେ ‘ଅକ୍ସ୍‌ଫୋର୍ଡ‌୍‌ ବିଶ୍ବବିଦ୍ୟାଳୟ’। ନିଜର ଏହି ଲମ୍ବା ଶିକ୍ଷକ-ଜୀବନରେ ସେ ଭାରତୀୟ ଦର୍ଶନ, ଧର୍ମ-ଦର୍ଶନ, ତୁଳନାତ୍ମକ ଧର୍ମ-ଦର୍ଶନ ଏବ˚ ନୀତିଶାସ୍ତ୍ର ଆଦିରେ ଶିକ୍ଷାଦାନ କରି ବିଦ୍ୟାର୍ଥୀମାନଙ୍କର ବିଶେଷ ଶ୍ରଦ୍ଧାଭାଜନ ହୋଇପାରିଥିଲେ।

ବିଦେଶରେ ବେଶ୍‌ କିଛି ବର୍ଷ ଶିକ୍ଷାଦାନ ପରେ ସେ ଭାରତ ଫେରିଥିଲ। ସେତେବେଳକୁ ଭାରତ ସ୍ବାଧୀନ ହୋଇ ନ ଥାଏ। ପୁଣି, ଦ୍ବିତୀୟ ବିଶ୍ବ ଯୁଦ୍ଧ ଆରମ୍ଭ ସମୟ। ସମଗ୍ର ଦେଶରେ ପରିସ୍ଥିତି ଅତ୍ୟନ୍ତ ଅଶାନ୍ତ ଥିଲା। ୧୯୩୯ରେ ଯୁଦ୍ଧ ଘନଘଟାପୂର୍ଣ୍ଣ ଅଶାନ୍ତ ବାତାବରଣ ମଧୢରେ ତାଙ୍କୁ ‘ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ’ର କୁଳପତି ଭାବେ ନିଯୁକ୍ତି ମିଳିଥିଲା। ୧୯୪୮ ପର୍ଯ୍ୟନ୍ତ ପ୍ରାୟ ନଅ ବର୍ଷ ସେ କୁଳପତି ପଦରେ କାର୍ଯ୍ୟ କରିଥିଲେ। ସେହି ସମୟରେ ‘ୟୁନେସ୍କୋ’ରେ ସେ ଭାରତକୁ ପ୍ରତିନିଧିତ୍ବ ମଧୢ କରିଥିଲେ। ସ୍ବାଧୀନତା ପରେ ତାଙ୍କୁ ସାମ୍ବିଧାନିକ ସଭାର ସଦସ୍ୟ ଭାବେ ଗ୍ରହଣ କରାଯାଇଥିଲା। ୧୯୪୯ରେ ସେ ତତ୍‌କାଳୀନ ସୋଭିଏତ୍‌ ରୁଷିଆକୁ ଭାରତୀୟ ରାଷ୍ଟ୍ରଦୂତ ଭାବେ ପ୍ରେରିତ ହୋଇଥିଲେ। ୧୯୫୨ରେ ତାଙ୍କୁ ସେଠାରୁ ଫେରାଇ ଆଣି, ସ୍ବାଧୀନ ଭାରତର ପ୍ରଥମ ଉପ-ରାଷ୍ଟ୍ରପତି ପଦରେ ବସାଯାଇଥିଲା। ୧୯୬୨ ପର୍ଯ୍ୟନ୍ତ ଏହି ଦାୟିତ୍ବ ବହନ କରିବା ସହ ସେ ‘ଦିଲ୍ଲୀ ବିଶ୍ବବିଦ୍ୟାଳୟ’ର କୁଳାଧିପତି ମଧୢ ଥିଲେ। ସେହି ବର୍ଷ ସର୍ବସମ୍ମତିକ୍ରମେ ସେ ହୋଇଥିଲେ, ଭାରତର ଦ୍ବିତୀୟ ରାଷ୍ଟ୍ରପତି। ୧୯୬୭ରେ ଦାୟିତ୍ବମୁକ୍ତ ହେବା ପରେ ପୁସ୍ତକ ରଚନାରେ ନିଜକୁ ବ୍ୟସ୍ତ ରଖିଥିଲେ। ୧୯୩୧ରେ ବ୍ରିଟିସ୍‌ ସରକାର ତାଙ୍କୁ ନାଇଟ୍‌ ଉପାଧି ଦେଇଥିଲେ। ୧୯୫୪ରେ ତାଙ୍କୁ ପ୍ରଦାନ କରାଯାଇଥିଲା ସମ୍ମାନଜନକ ‘ଭାରତରତ୍ନ’।

ବିଦ୍ୟାଧର ସାହୁଙ୍କ ଉପସ୍ଥାପନା……

Related posts

ମନରେଗା, ମମତା ଓ ପେନସନ ଯୋଜନାର ବ୍ଲକ ସ୍ତରୀୟ ଜନଶୁଣାଣୀ ଶିବିର

Sunil Chandra Nayak

ମଧୁସୂଦନ ମହାପାତ୍ର ଙ୍କ କବିତା ଅମୃତ କୋଳାହଳ 

Sunil Chandra Nayak

ପ୍ରସନ୍ନ କୁମାର ସାହୁ ଙ୍କ କବିତା ଶୀତ ରାତି,,,,,,,,,

Sunil Chandra Nayak

Leave a Comment

error: Content is protected !!