ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜନରଞ୍ଜନପ୍ରଧାନ ଙ୍କ କବିତା ଗୁରୁ ହିଁ ସାକ୍ଷାତ ଇଶ୍ଵର

ଗୁରୁ ହିଁ ସାକ୍ଷାତ ଇଶ୍ଵର

ଗୁରୁ ବୋଲି ଯେଉଁ ଦୁଇଟି ଅକ୍ଷର ତାର ମହିମା ଅନେକ
ସେ ପବିତ୍ର ନାମ ତୁଣ୍ଡରେ ଧରିଲେ ଦୂର ହୁଏ ଦୁଃଖ କଷ୍ଟ।
ଗୁରୁ ଙ୍କ ପାଦ ଧୂଳି ମନ୍ଦାକିନୀ ଜଳ କିଛି ନାହିଁ ତାର ସମ
ସେହି ପାଦ ଧୂଳି ମଥାରେ ଲାଗିଲେ ଦେଖି ଡରି ଯାଏ ଯମ।
ଗୁରୁ ଡାକ ଗୋଟି ପାଟିକୁ ମଧୁର ମହମହ ପାରିଜାତ
ଜ୍ଞାନ ର ସାଗର ମମତା ର ଧାର ମୁଖେ ହସ ଅବିରତ।
ଇତିହାସ ଠାରୁ ପୁରାଣ ପର୍ଯ୍ୟନ୍ତ ରହିଛି ଗୁରୁଙ୍କ ଗାଥା
ସେହି ଗାଥା ଥରେ କର୍ଣ୍ଣରେ ଶୁଣିଲେ ଆପେ ନ‌‌ନଇଁ ଆସେ ମଥା।
ଗୁରୁଙ୍କ ଅଟନ୍ତି ଜୀବନ୍ତ ଈଶ୍ବର ମମତା ର ଗନ୍ତାଘର
ତାଙ୍କ ହାତ ଯେବେ ମଥାରେ ରହିଛି ସାତ ସିନ୍ଧୁ ହେବା ପାର।
ଆଜିର ଯୁଗରେ ଗୁରୁ ଶିଷ୍ୟ ହବୁ ଗଲଣି ଅତୀତ ଭୁଲି
ତଥାପି ରହିଛି ରହିବ ଏ ପ୍ରଥା ଗୁରୁ ବନ୍ଦନୀୟ ବୋଲି।

ଜନରଞ୍ଜନପ୍ରଧାନ

ଆଳୋଇ , ବାଲିପାଟଣା , ଖୋର୍ଦ୍ଧା

Related posts

ତେରେସିଂହା ଗ୍ରା.ପ.ରେ ଜନ ଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

କଙ୍କଡ଼ାହାଡ଼ ଅଂଚଳରେ ମରୁଡି ସମସ୍ୟା, କେନାଲରେ ପାଣି ଆସୁନାହିଁ ଚାଷୀ ହନ୍ତ ସନ୍ତ

Sunil Chandra Nayak

ପବ୍ଲିକ୍ ସ୍କୁଲ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ରାଗିଂ ପିଟିବା ସହ ଅଶ୍ଳୀଳ ଭିଡିଓ ଦେଖାଉଥିଲେ ସହପାଠୀ

Sunil Chandra Nayak

Leave a Comment

error: Content is protected !!