ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜନରଞ୍ଜନପ୍ରଧାନ ଙ୍କ କବିତା ଗୁରୁ ହିଁ ସାକ୍ଷାତ ଇଶ୍ଵର

ଗୁରୁ ହିଁ ସାକ୍ଷାତ ଇଶ୍ଵର

ଗୁରୁ ବୋଲି ଯେଉଁ ଦୁଇଟି ଅକ୍ଷର ତାର ମହିମା ଅନେକ
ସେ ପବିତ୍ର ନାମ ତୁଣ୍ଡରେ ଧରିଲେ ଦୂର ହୁଏ ଦୁଃଖ କଷ୍ଟ।
ଗୁରୁ ଙ୍କ ପାଦ ଧୂଳି ମନ୍ଦାକିନୀ ଜଳ କିଛି ନାହିଁ ତାର ସମ
ସେହି ପାଦ ଧୂଳି ମଥାରେ ଲାଗିଲେ ଦେଖି ଡରି ଯାଏ ଯମ।
ଗୁରୁ ଡାକ ଗୋଟି ପାଟିକୁ ମଧୁର ମହମହ ପାରିଜାତ
ଜ୍ଞାନ ର ସାଗର ମମତା ର ଧାର ମୁଖେ ହସ ଅବିରତ।
ଇତିହାସ ଠାରୁ ପୁରାଣ ପର୍ଯ୍ୟନ୍ତ ରହିଛି ଗୁରୁଙ୍କ ଗାଥା
ସେହି ଗାଥା ଥରେ କର୍ଣ୍ଣରେ ଶୁଣିଲେ ଆପେ ନ‌‌ନଇଁ ଆସେ ମଥା।
ଗୁରୁଙ୍କ ଅଟନ୍ତି ଜୀବନ୍ତ ଈଶ୍ବର ମମତା ର ଗନ୍ତାଘର
ତାଙ୍କ ହାତ ଯେବେ ମଥାରେ ରହିଛି ସାତ ସିନ୍ଧୁ ହେବା ପାର।
ଆଜିର ଯୁଗରେ ଗୁରୁ ଶିଷ୍ୟ ହବୁ ଗଲଣି ଅତୀତ ଭୁଲି
ତଥାପି ରହିଛି ରହିବ ଏ ପ୍ରଥା ଗୁରୁ ବନ୍ଦନୀୟ ବୋଲି।

ଜନରଞ୍ଜନପ୍ରଧାନ

ଆଳୋଇ , ବାଲିପାଟଣା , ଖୋର୍ଦ୍ଧା

Related posts

ମହାମହର୍ଷି ବ୍ୟାସଦେବଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ସ୍ବାଗତ କଲା ସଚେତନ ନାଗରିକ ମଞ୍ଚ

Sunil Chandra Nayak

ଫୁଟବଲ୍ ଟୁର୍ଣ୍ଣାମେଣ୍ଟ: ତେରେସିଂହା ଚାମ୍ପିୟାନ

Sunil Chandra Nayak

ଏନଏଚଏଆଇ ର ଗିନିଜ ବିଶ୍ୱ ରେକର୍ଡ….

Leave a Comment

error: Content is protected !!