ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ତୁମେ ହିଁ ତ ଗୁରୁ

ତୁମେ ହିଁ ତ ଗୁରୁ

   

ପ୍ରଶାନ୍ତ କୁମାର ନାଥ

ତୋ ପାଇଁ କାଳିଆ ଲେଖୁଛି ମୁଁ ପଦେ
    ଦେଏ ମୋତେ ଦିବ୍ୟ ଜ୍ଞାନ
ଅଜ୍ଞାନ ମୂରୁଖ ନାହିଁ ଵୁଦ୍ଧି ଜ୍ଞାନ
    କର ମୋ ପୁରଣ ମନ। 
ହେଲେ ତୁ ସୁଦୟା ଲଘିଂ ଯିବି ଏକା
    କାଵ୍ୟ କବିତାକୁ ଲେଖି
ଇଚ୍ଛା ନାହିଁ ମୋର ଧନ ଦୌଲତ 
    ଶବ୍ଦ ବାକ୍ୟ ଦେଏ ଯୋଖି। 
ଲେଖୁଥି ବି ମୁହିଁ ତୋର ନାମ ଗାଥା
     ଵିଦ୍ୟାର ହାଟରେ ଵସି
ଯୋଖି ଦେ ଯୋଖି ଦେ ତୋ ଆଶିଷ ବିନ୍ଦୁ
     ମୋ କଲମ ମୂନରେ ଆସି। 
ତୁ ପରା ଜଗତେ ସର୍ଵ ବିଦ୍ୟା ସାର
      ଅଵିଦ୍ୟାର ମହା ଗୁରୁ
ତୋ ଇଚ୍ଛା ମତରେ ତୋର ଚରଣରେ
     ଶିଷ୍ୟ ଅବା ଭୃତ୍ୟ କରୁ। 
ଗୁରୁଙ୍କ ହୃଦୟେ ତୁ ପରା ବିଦିତ
     ଶିକ୍ଷା ଅବା ଦିକ୍ଷା ହେଇ
ଜୀବନକୁ ମୋର ପୂର୍ଣ୍ଣ କରି ଦିଏ
    ଜ୍ଞାନର ଆଲୋକ ଦେଇ। 
ବିଦ୍ୟାର ସାଗରେ ଅଥଳ ଜ୍ଞାନରେ
     ମୁଁ ଏକ ଅଜ୍ଞାନୀ ଜନ
ଲେଖନୀ ଧରିଣ ଲଘିଂ ଵାକୁ ଇଚ୍ଛା
     କରିଅଛି ଆଜି ମନ। 
କଟାକ୍ଷ ନେତ୍ରରେ ଚାହିଁ ଦେଏ ପ୍ରଭୁ
    ଏ ମହା ମୂର୍ଖକୁ ଵାରେ
ସେ ନେତ୍ର କୋଣରେ ହୋଇ ଘନିଭୂତ
     ଶବ୍ଦ ଅଳଙ୍କାର ଝରେ।।

ପ୍ରଶାନ୍ତ କୁମାର ନାଥ

 (ଜୁଣଗଡି) ରାଜନଗର କେନ୍ଦ୍ରାପଡ଼ା

Related posts

ରେଳବାଇ କର୍ମଚାରୀ ଙ୍କ ଦିନିକିଆ ଧର୍ମଘଟ ଆଶଙ୍କା

ଅପର୍ତ୍ତି ସେଠୀ ଙ୍କ କବିତା ହଜ୍‌ବ୍ଯାଣ୍ଡ୍

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଅମୃତର ସପନ

Sunil Chandra Nayak

Leave a Comment

error: Content is protected !!