ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଶାସନିକ ଉଦାସୀନତା ଯୋଗୁଁ ସାପୁଆ ଙ୍କ ଦୁର୍ଦଶା

ଗୋଳାମୁଣ୍ଡା/ମସିହା/ତା୨/୩/କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ସ୍ଥିତ ଫରଙ୍ଗପଞ୍ଚାୟତ ଅଧୀନରେ ଥିବା ଖଇର ପଦର ଗ୍ରାମ ନିକଟରେ ଦୀର୍ଘ୧୫/୨୦ବର୍ଷ ଧରି ସାତ ପରିବାର ସାପୁଆ କେଲାମାନେ ଖରା ,ବର୍ଷା ,ଓ ଶୀତର ପ୍ରକୋପରେ ପଡି କାଳାତିପାତ କରୁଥିଲେ ସୁଦ୍ଧା ନା ବିଶୁଦ୍ଧ ପାନୀୟ ଜଳ, ଆଲୋକର ବ୍ୟବସ୍ଥା ନା ସରକାରୀ ଆବାସ ଘର ଏ ପର୍ଯ୍ୟନ୍ତ ମିଳି ପାରୁ ନାହିଁ । ଫରଙ୍ଗପଞ୍ଚାୟତ ରେ ଅନେକ ଥର ଜଣାଇ ଥିଲେ ମଧ୍ୟ ନା ସରପଞ୍ଚ ନା ପଞ୍ଚାୟତ କର୍ମଚାରୀ ମାନେ ଶୁଣିଲେ ନାହିଁ ଯାହା ଫଳରେ ଆଜି ଚୁରା ପାହାଡ଼ ନିକଟରେ ଥିବା ଏକ ନିଛାଟିଆ ସ୍ଥାନରେ ସାତପରିବାର ସାପୁଆ କେଲା ଦୀର୍ଘ ବର୍ଷ ଧରି ନିଜ ନିଜର କୋମଳ ମତି ଛୁଆ ପିଲାଙ୍କୁ ଧରି ଜୀବନ କାଟୁଥିବା ଦେଖିବାକୁ ମିଳିଛି।

ପରିବାର ପ୍ରତି ଆଜିପର୍ଯ୍ୟନ୍ତ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବା ପାଇଁ ଗୋଳାମୁଣ୍ଡା ପ୍ରଶାସନ ଙ୍କ ନିଦ ଭାଙ୍ଗି ନାହିଁ,ଗତ ବର୍ଷା ମାସରେ କେବଳ କଳା ପୋଲିଥିନ ବ୍ୟତୀତ ସରକାରଙ୍କ ପକ୍ଷରୁ କିଛିମିଳି ନାହିଁ ।,ଝାଟି କାଟି,ଖର ଛାଉଣୀ ତିଆରି କରି କୋଠର ଜୀବନଜାପାନ କାଟୁଛନ୍ତି ବୋଲି ସାପୁଆ କେଲା ପରିବାରର ତୀର୍ଥ ଶବର, ସହକାର ମାଝୀ, ସୁକୁନି ମାଝୀ, କେଶବ ମାଝୀ, ଗୌରୀ ମାଝୀ, ପ୍ରମୁଖ ଉପସ୍ଥିତ ରହି ତାଙ୍କର ଦୁଃଖର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି,ତେଣୁ ବ୍ଲକ ପ୍ରଶାସନ ପକ୍ଷରୁ ତୁରନ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି,।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ମସିହା ପ୍ରତିନିଧି,

Related posts

ମହିମା ପଞ୍ଚାୟତରେ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

Sunil Chandra Nayak

ଚିଲିଗୁଡା ମଣ୍ଡି ଉଦଘାଟିତ

Sunil Chandra Nayak

ଶ୍ରୀମଦ୍ ଭଗବତ୍ ଗୀତାର ତ୍ରୟୋଦଶ ଅଧ୍ଯାୟର ସାରକଥା-୧୩

Leave a Comment

error: Content is protected !!