ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ସମ୍ପର୍କର ଡୋରୀ

ସମ୍ପର୍କର ଡୋରୀ

    ପ୍ରଶାନ୍ତ କୁମାର ନାଥ

ମିଛ ଦୁନିଆଁରେ ଧରିଛି ହାତରେ
    ସତ ସମ୍ପର୍କର ଡୋରୀ 
କେତେ ବେଳେ ଛିଡେ କେତେ ବେଳେ ଛନ୍ଦେ
    ଜୀବନକୁ ସତ ଭରି। 
ମିଛ ସମ୍ପର୍କର ଡୋରୀ କୁ ଧରିଣ
    କରେ କିଏ ଆକର୍ଷିତ
ରେଶମୀ ଡୋରୀରେ ବାନ୍ଧେ କିଏ ମନ
    ମିଛ ହେଉ ଅବା ସତ। 
ସତ ସମ୍ପର୍କଟା ଲାଗେ ଏଠି ପିତା
    ଅଡୁଆ ସୂତାରେ ପଡି
କିଏ ସଜାଡିବ ଅଡ଼ୁଆ ସୂତାକୁ
    ସମ୍ପର୍କ ଛାଡୁଛି ରଡ଼ି। 
ସମ୍ପର୍କର ଡୋରୀ ଛିଡେ ନାହିଁ କେଵେ
     ସମ୍ପର୍କକୁ ଦେଲେ କାଟି
ଶୁକ୍ଷ୍ମ ତନ୍ତୁରେ ଯୋଡ଼ି ହୋଇଥାଏ
     ଯୁଗ ଯୁଗ ଥାଏ ନଟି। 
ସମ୍ପର୍କର ଡୋରୀ ହୃଦୟରେ ବାନ୍ଧି
     ରଖିଲେ ଆପଣା ଜନ
ଫିଟିକି ପାରିବ ସମ୍ପର୍କର ଡୋରୀ
    ଖୋଜୁଥାଏ ସଦା ମନ। 
ମିଛ ସମ୍ପର୍କରେ ଵାନ୍ଧିଲେ ରେଶମୀ
     ହେବ କି ଆପଣା ଜନ
ସ୍ଵାର୍ଥ ସରିଗଲେ ଡୋର ଛିଡି ଯାଏ
      ଆପଣା ଛାଏଁ ଏ ମନ। 
ସମ୍ପର୍କର ଡୋର ନୁହେଁ ତ ରେଶମୀ
     ନୁହେଁ କାର୍ପାଶ କି ତୁଳା
ଅଦେଖା ଡୋରୀ ସେ ସ୍ନେହ ମମତାରେ
     ହୋଇଥାଏ ପରା ଵୋଳା।।

ପ୍ରଶାନ୍ତ କୁମାର ନାଥ

 (ଜୁଣଗଡି) ରାଜନଗର କେନ୍ଦ୍ରାପଡ଼ା

Related posts

ବିଧବା ମହିଳାଙ୍କ ଉପରେ ୪ ସଦସ୍ୟଙ୍କ ବୋଝ ,ଘର ନାହିଁ ୫ କେଜି ଚାଉଳରେ ବିତୁଛି ଜୀବନ

Sunil Chandra Nayak

ନିରୁପମା ପାଣି ଙ୍କ କବିତା   ମୁଁ ନୁହେଁ ଲେଖକ

Sunil Chandra Nayak

ଟଭା ପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!