ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରସନ୍ନ କୁମାର ସାହୁ ଙ୍କ କବିତା ଆତ୍ମୀୟତା,,,,,,,,

ଆତ୍ମୀୟତା,,,,,,,,

ଆତ୍ମୀୟତା ପରା ହଜି ଯାଇଅଛି
ଆଧୁନିକ ସମାଜରେ,
ସେହି ମହାନତା ଦେଖାଯାଏ ନାହିଁ
ମଣିଷ ହୃଦ ମଧ୍ୟରେ।
କାହିଁ ଆତ୍ମିୟତା ଯୌଥ ପରିବାରେ
ନାହାନ୍ତି କେ ବୁଢ଼ା ବୁଢ଼ୀ,
ଶୁଣୁ ଅଛୁ ଖାଲି ଶବ୍ଦରେ ସିନା
ଦେଖି ନାହୁଁ ଦାଦା ଖୁଡି।
ସାଙ୍ଗ ସାଥୀ ମେଳ ଆତ୍ମୀୟତା ଭାବ
ଉଭେଇ ଯାଇଛି ଭାଇ,
ହେଲୋ ହାଇ ସିନା ବାସ୍ତବ ମିଳନ
କେଉଁଠାରେ ହୁଏ ନାହିଁ।
ଅସୁବିଧା ବେଳେ ଦେଖା ନମିଳଇ
ହଜାରେ କାମ ବାହାନା,
ଆବଶ୍ୟକ ବେଳେ ଆତ୍ମୀୟ ସ୍ୱଜନ
କାହାର ଦେଖା ମିଳେନା।
ଆତ୍ମୀୟତା ଭାବ ନାହିଁ ଭାଇ ଠାରେ
ଭାଇ ହୋଇଛି ଭଗାରି,
ରକତ ବଣ୍ଟନ ଭୁଲି ଯାଏ ଭାଇ
ସ୍ୱାର୍ଥ ଯେ ବଡ ତାହାରି।
ଆତ୍ମୀୟତା ଭାବ ଉଭେଇ ଯାଇଛି
ଜଠରୁ ଜନ୍ମିଛି ଯିଏ,
ନିଜ ସ୍ୱାର୍ଥ ପାଇଁ ଆତ୍ମୀୟତା ଭାବ
ଭୁଲିଛି ସନ୍ତାନ ହାୟେ।

ପ୍ରସନ୍ନ କୁମାର ସାହୁ

ବ୍ରହ୍ମପୁର,ଗଞ୍ଜାମ

Related posts

କାଙ୍ଗାଳୀ ଚରଣ ସେଠୀ ଙ୍କ କବିତା ସାଧବ ବୋହୂ

Sunil Chandra Nayak

ଭିଜିଲାନ୍ସ ଯନ୍ତାରେ ଲାଞ୍ଚୁଆ ରରୁଆଁ ତହସିଲଦାର ଏବଂ ଅମିନ

ଶ୍ରୀ ଉମାକାନ୍ତ ଦାସ ଙ୍କ କବିତା ପୂଜିବି ଚରଣ

Sunil Chandra Nayak

Leave a Comment

error: Content is protected !!