ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ବ୍ଲକ କାର୍ଯ୍ୟରତ ସାମ୍ବାଦିକ ଙ୍କୁ ବିଡ଼ିଓ ଙ୍କ  ସ୍ୱାମୀ ଜୀବନ ରୁ ମାରିବାକୁ ଧମକ, କୋକସରା ଥାନାରେ ଅଭିଯୋଗ କଲେ ସାମ୍ବାଦିକ

କୋକସରା,୨୮/୩-କୋକସରା ବ୍ଲକ ରେ କାର୍ଯ୍ୟରତ ସାମ୍ବାଦିକ ସମୁହ ଙ୍କୁ କୋକସରା ବିଡ଼ିଓ ମନୀଷା ଦାସ ଙ୍କ ସ୍ଵାମୀ ବଳରାମ ବଗର୍ତ୍ତି ଧମକ ପୂର୍ଣ୍ଣ ଗାଳିଗୁଲଜ ଓ ଜୀବନ ରେ ମାରିବା ଧମକ ସମ୍ପର୍କରେ କୋକସରା ଥାନା ରେ ଅଭିଯୋଗ ଆଣିଲେ କୋକସରା ବ୍ଲକ ସାମ୍ବାଦିକ ସମୁହ। ସୂଚନା ମତେ ଗତ କିଛିଦିନ ତଳେ କୋକସରା ବ୍ଲକ ପ୍ରଶାସନ ର ଅବହେଳା କୁ ନେଇ ଦୈନିକ ଖବରକାଗଜ ସମେତ କିଛି ୱେବ ପୋର୍ଟାଲ ଖବର ପ୍ରକାଶିତ ହୋଇଥିଲା। ଯେଉଁ ଖବର କୁ ନେଇ କୋକସରା ବିଡିଓ ମନୀଷା ଦାସ ଙ୍କ ଇଙ୍ଗିତ ରେ ତାଙ୍କ ସ୍ୱାମୀ ବଳରାମ ବଗର୍ତ୍ତି ପ୍ରତିକ୍ରିୟାଶିଳ ହୋଇ କୋକସରା ବ୍ଲକ ର ଛାପା ଗଣମାଧ୍ୟମ ସାମ୍ବାଦିକ ଦୁଷ୍ମନ୍ତ ପାଟ୍ଟଯୋଷୀ ଙ୍କୁ ଫୋନ ରେ ଅତି ଅଶାଳୀନ ଭାଷା ରେ ବ୍ଲକ ର ସାମ୍ବାଦିକ ସମୁହ ଙ୍କୁ କଦର୍ଯ୍ୟ ଭାଷା ବ୍ୟବହାର କରି ବଲାଙ୍ଗୀର ରୁ ଗୁଣ୍ଡା ଲଗାଇ ଜୀବନ ରେ ମାରିବାକୁ ଧମକ ଦେଇଥିବା ଓ କାହାକୁ ଛାଡ଼ିବି ନାହିଁ ବୋଲି କହିଥିଲେ । ମୋର ହାତ କେତେ ଲମ୍ବା ରହିଛି କୌଣସି ମନ୍ତ୍ରୀ କିମ୍ବା ଏସପି ଥାନା ଅଧିକାରୀ ମୋର କିଛି କରିପାରିବେ ନାହିଁ ଏମିତିକି ଏସପି ଓ ଆଇ.ଆଇ.ସି ଙ୍କୁ ନେଇ ମଧ୍ୟ ଅଶ୍ଳୀଳ ଭାଷା ପ୍ରୟୋଗ କରି କହିଥିବା ନେଇ ଅଡିଓ ରେ ରହିଛି। ଜଣେ ଶୃଙ୍ଖଳିତ ଗଣମାଧ୍ୟମ ପ୍ରତିନିଧି ହିସାବରେ ପ୍ରଶାସନ ର ଅବହେଳା କୁ ନେଇ ଖବର ଲେଖିବା ଜଣେ କର୍ତବ୍ୟରତ ସାମ୍ବାଦିକ ର କାମ । ତେବେ ଖବରକାଗଜ ରେ ସତ୍ୟାସତ୍ୟ ଘଟଣା ପ୍ରକାଶିତ ପରେ କାହିଁକି ସାମ୍ବାଦିକ ଙ୍କ ଉପରେ ରାଗ ସୁଝାଉଛନ୍ତି ବିଡ଼ିଓ ଙ୍କ ସ୍ୱାମୀ । ପ୍ରକାଶ ଥାଉ କି ବିଭିନ୍ନ ଖବର ପ୍ରକାଶିତ ପୂର୍ବରୁ ସାମ୍ବାଦିକ ମାନେ କୋକସରା ବିଡ଼ିଓ ମନୀଷା ଦାସ ଙ୍କ ପ୍ରତିକ୍ରିୟା ନେବାକୁ ଫୋନ କରିଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ରଖୁନଥିଲେ। ଏହି ଘଟଣା ରେ ବିଡିଓ ମହାଶୟା ନିଜେ ପ୍ରତିକ୍ରିୟା ନ ରଖି ନିଜର ଗୁଣ୍ଡା ସ୍ୱାମୀ ଙ୍କୁ ଲଗାଇ ସାମ୍ବାଦିକ ସମୁହ ଙ୍କୁ ପରୋକ୍ଷ ଭାବେ ଧମକ ଦେଇଥିବା ଅଭିଯୋଗ କରାଯାଇଛି। ଅନ୍ୟପଟେ ବିଡ଼ିଓ ଙ୍କ ସ୍ୱାମୀ ବଳରାମ ବଗର୍ତ୍ତି ନିଜ ପତ୍ନୀ ର ଆଢୁଆଳରେ ରହି ବ୍ଲକ ର ବିଭିନ୍ନ ଉନ୍ନୟନ କାର୍ଯ୍ୟ ରେ ମଧ୍ୟ ହସ୍ତକ୍ଷେପ କରୁଥିବା ନେଇ ଦୀର୍ଘ ଦିନ ହେଲା ଅଭିଯୋଗ ହୋଇ ଆସୁଛି । ଶନିବାର ଏ ନେଇ କୋକସରା ଗଣମାଧ୍ୟମ ରେ କାର୍ଯ୍ୟରତ ସାମ୍ବାଦିକ ସମୁହ ଙ୍କ ପକ୍ଷରୁ ଘଟଣା ର ନିରପେକ୍ଷ ସତ୍ୟାସତ୍ୟ ତଦନ୍ତ କରିବା ସହ ସାମ୍ବାଦିକ ଙ୍କୁ ଧମକ ଦେଇଥିବା ବଳରାମ ବଗର୍ତ୍ତି ଙ୍କ ଵିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଏକ ଲିଖିତ ଅଭିଯୋଗ କୋକସରା ଥାନା ରେ କରାଯାଇଛି। ଏ ନେଇ କୋକସରା ଥାନା କେଶ ନମ୍ବର ରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି । ଯଦି ପୋଲିସ ପ୍ରଶାସନ ଅଭିଯୁକ୍ତ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରେ ତାହେଲେ ଆଗାମୀ ଦିନ ରେ କୋକସରା ସାମ୍ବାଦିକ ସମୁହ ଙ୍କ ପକ୍ଷରୁ କୋକସରା ଥାନା ଆଗରେ ପ୍ରତିବାଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆଜି ଏହି ଘଟଣା କୁନେଇ କୋକସରା ଥାନା ରେ ସାମ୍ବାଦିକ ଭଦ୍ରାଞ୍ଚଳ ନାଏକ, ଶରତ ଚନ୍ଦ୍ର ରାଉତ, ଦୁଷ୍ମନ୍ତ ପାଟ୍ଟଯୋଷୀ, ସନତ କୁମାର ପ୍ରଧାନୀ, ବିନୋଦ ପଟେଲ, ଜଗଦୀଶ ଚନ୍ଦ୍ର ନାଏକ, ହିରଣ୍ୟ ବେହେରା, କିଶନ କୁମାର ପଟ୍ଟନାୟକ, ଅଭିଯୋଗ କରିଛନ୍ତି। ଏହି ଘଟଣା କୁ କଳାହାଣ୍ଡି ଜିଲ୍ଲା ଓଡିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ସଙ୍ଘ ପକ୍ଷରୁ ମଧ୍ୟ ଦୃଢ ନିନ୍ଦା କରାଯାଇ ଅଭିଯୁକ୍ତ କୁ ତୁରନ୍ତ ଗିରଫ କରିବାକୁ ଦାବି ହେଉଛି ।। ମ ନି ସ 

Related posts

ତାଳଚେର ବିମଳାଗଡ ରେଳପଥ ର ଅହେତୁକ ବିଳମ୍ବ ପାଇଁ ଗଣଆନ୍ଦୋଳନ ପାଇଁ ଆହ୍ବାନ

Sunil Chandra Nayak

ନୂତନ ରାଜସ୍ୱ ଗ୍ରାମ ସକାଶେ ପ୍ରସ୍ତୁତି ବୈଠକ

Sunil Chandra Nayak

ସସ୍ମିତେଶ ସାହୁ ଙ୍କ କବିତା ତୁମେ ଥରେ

Sunil Chandra Nayak

Leave a Comment

error: Content is protected !!