ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୁଡହାଣ୍ଡି ଡୋକରୀଚଞ୍ଚରା ରେ ସଫେଇ କାର୍ଯ୍ୟକ୍ରମ

କୋକସରା,୨୮|୩- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ସାହାଜଖୋଲ ଜଙ୍ଗଲ ମଧ୍ୟରେ ଥିବା ପର୍ଯ୍ୟଟନସ୍ଥଳି ଗୁଡହାଣ୍ଡି ଡୋକରୀ ଚଞ୍ଚରା ରେ ରବିବାର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ନେହେରୁ ଯୁବ କେନ୍ଦ୍ର, କଳାହାଣ୍ଡି, କୋକସରା ଯୁକ୍ତ ତିନି ମହା ବିଦ୍ୟାଳୟର ଏନଏସଏସ, ୱାଇଆରସି, ଓ ଏନସିସି ତରଫରୁ ଏହି ସଫେଇ କାର୍ଯ୍ୟକ୍ରମ ଆୟୋଜନ କରଯାଇଥିଲା । ଏନଏସଏସ ପ୍ରୋଗ୍ରାମ ଅଫିସର ଅଇରି ନାସନ ଚିନ୍ଦା, ୟୁଥ୍ ରେଡ କ୍ରସ କାଉନସିଲର ସୁବ୍ରତ କୁମାର ବେହେରା, କଲେଜ ଅଧ୍ୟକ୍ଷ ଗୁଣାକାର ପଣ୍ଡା, ଅଧ୍ୟାପକ ପୁଷ୍ପରାଜ ମେହେର, ଲାଇବ୍ରେରିଆନ୍ ଜିତେନ୍ଦ୍ର ପ୍ରଧାନି, ପିଇଟି ପ୍ରତାପ ବିଶି, ଡିଇଓ ସୁନିଲ କୁମାର ପ୍ରଧାନୀ, ତପନ ବିଶିଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଗୁଡହାଣ୍ଡି ଡୋକରୀଚଞ୍ଚରା ସମସ୍ତ ପୀଠ ରେ ସଫେଇ କରିବା ସହିତ ଯାତ୍ରୀ ମାନଙ୍କୁ ସ୍ୱଚ୍ଛ ଭାରତର ବାର୍ତ୍ତା ପ୍ରଦାନ କରିଥିଲେ । ନେହେରୁ ଯୁବ କେନ୍ଦ୍ର ସହ ଅନୁବନ୍ଧିତ ୬ଟି ସଂସ୍ଥା ମା’ ମାଉଲୀ କ୍ଲବ କୁମୁଡାମୁଣ୍ଡା, ନେହେରୁ ଯୁବକେନ୍ଦ୍ର ବଙ୍ଗୋମୁଣ୍ଡା, ଦନ୍ତେଶ୍ୱରୀ କ୍ଲବ ଗମ୍ଭାରୀଗୁଡା, ଯୁବ କ୍ରୀଡା ଅନୁଷ୍ଠାନ ସୀଉନି, ମା’ ଭଣ୍ଡାର ମାଉଲି ଯୁବକ ସଂଘ ର ପ୍ରାୟ ୫୦ ଜଣ ସ୍ବେଚ୍ଛାସେବୀ ରଷ୍ଟ୍ରୀୟ ସ୍ବେଚ୍ଛାସେବୀ ଦ୍ରମାଣ୍ୟ ସବର, ଚରଣସିଂ ବାଗ ଓ ଗୋଲାପ ନାଏକଙ୍କ ନେତୃତ୍ୱରେ ସଫେଇ କରିଥିଲେ । ଏହି ଅବସରରେ ଗୁଡହାଣ୍ଡି ଡୋକରୀଚଞ୍ଚରା ଉନ୍ନୟନ ସମିତି ର ଏକ ବୈଠକ ସଭାପତି ଭଦ୍ରେଶ୍ୱର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ସୁବର୍ଣ୍ଣ ଜୟନ୍ତୀ ଓ ଶ୍ରୀରାମ ନବମୀ ମହୋତ୍ସବ ର ଅଗ୍ରଗତି ବିଷୟରେ ଆଲୋଚନା ହୋଇଥିଲା । ବୌଠକରେ ଘନଶ୍ୟାମ ନାଏକ, ବିରଞ୍ଚି ନାରାୟଣ ପଣ୍ଡା, ସୁରେଶ ଅଗ୍ରୱାଲ, ସୁଧିର ପାତ୍ର, ମଧୁବନ ପାତ୍ର, ଯୁଗଲ ହଂସ, ନିଲାମ୍ବର ନାଏକ, ମହେନ୍ଦ୍ର ନାଏକ, ଦୀଲିପ ଯୋଶୀ, ପ୍ରତାପ ପଣ୍ଡା ପ୍ରମୁଖ ଯୋଗଦେଇ ବିଭିନ୍ନ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ମ ନି ସ 

Related posts

ଅନ୍ଧାର ଭିତରେ ଦୁଇ ଭାଇ ଭଉଣୀ 

Sunil Chandra Nayak

ଦାଦନ ସମସ୍ୟା ରୋକିବା ପାଇଁ ପ୍ରୟାସ,କେସିଙ୍ଗା ରୁ ଭବାନୀପାଟଣା ମହିପାଳ ପୋଢ ଙ୍କ ପଦଯାତ୍ରା

ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ନଭେମ୍ବର -2022 ମାସ ପାଇଁ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର ର କାର୍ଯ୍ୟସୂଚୀ

Sunil Chandra Nayak

Leave a Comment

error: Content is protected !!