ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖରିଫ ଧାନ ବିକ୍ରି ପାଇଁ ନାମ ପଞ୍ଜିକରଣ ରେ ଅନିୟମିତତା – ଖଇର ପଦର ପେକ୍ସ ସମ୍ପାଦକ ନିଲମ୍ବିତ, ବହିଷ୍କୃତ ହେଲେ ଡାଟା ଏଣ୍ଟ୍ରି ଅପରେଟର 

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଖଇରପଦର ପ୍ରାଥମିକ କୃଷି ସେବା ସମବାୟ ସମିତି ରେ ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜିକରଣ ରେ ଅନିୟମିତତା ଅଭିଯୋଗରେ ପେକ୍ସ ସମ୍ପାଦକ ଙ୍କୁ ନିଲମ୍ବିତ କରଯାଇଥିବା ବେଳେ ଡାଟା ଏଣ୍ଟ୍ରି ଅପରେଟର ଙ୍କୁ ବହିଷ୍କୃତ କରାଯାଇଛି ।

ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଗାମୀ ଖରିଫ୍ ଋତୁରେ ଧାନ ବିକ୍ରୀ ପାଇଁ ବିଭିନ୍ନ ପେକ୍ସ୍ ମାନଙ୍କ ରେ ଚାଷୀ ଙ୍କ ପଞ୍ଜିକରଣ କରାଯାଇଥିଲା । ଅଗଷ୍ଟ ମାସ ୨୮ ତାରିଖ ଚାଷୀ ପଞ୍ଜିକରଣର ଶେଷ ଦିବସ ରହିଥିଲା । ତେବେ ଖଇରପଦର ପେକ୍ସ ରେ କାର୍ଯ୍ୟରତ ସମ୍ପାଦକ ହରିଶଙ୍କର ବାଗ ଏବଂ ଡାଟା ଏଣ୍ଟ୍ରି ଅପରେଟର ଦିଗାମ୍ବର ପୁଞ୍ଜି ଙ୍କ ଅବହେଳା ଯୋଗୁ ଅନେକ ଚାଷୀ ଚାଷ ସମ୍ପର୍କିତ ସେମାନଙ୍କ କାଗଜାତ ଦେଇଥିଲେ ହେଁ ସେମାନଙ୍କ ନାମ ପଞ୍ଜିକୃତ ହୋଇ ପାରି ନଥିଲା। ଖବର ପାଇ ଧର୍ମଗଡ ଏଆରସିଏସ ସମ୍ପାଦକ ଏବଂ ଡାଟା ଏଣ୍ଟ୍ରି ଅପରେଟର ଙ୍କୁ ଅଫିସ କୁ ଆସି ଡାଟା ଏଣ୍ଟ୍ରି ପାଇଁ ଡାକି ଥିଲେ ହେଁ ସେମାନେ ଧରା ଛୁଆଁ ଦେଇ ନଥିଲେ । ଫଳରେ ୫୫ ଜଣ ଚାଷୀ ଙ୍କ ଆବଶ୍ୟକୀୟ କାଗଜପତ୍ର ଅପଲୋଡ ହୋଇ ପାରିନଥିଲା । ଅଣ ପଞ୍ଜିକୃତ ଚାଷୀ ମାନେ ସେମାନଙ୍କ ଉପର୍ଜିତ୍ ଧାନ କିପରି ବିକିବେ ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଘଟଣା ସାମ୍ନା କୁ ଆସିବା ପରେ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ କରାଯାଇ ଡାଟା ଏଣ୍ଟ୍ରି ଅପରେଟର ଦିଗାମ୍ବର ପୁଞ୍ଜି ଙ୍କୁ ଏଆରସିଏସ ଭିକାରୀ ଚରଣ ସେଠ କାର୍ଯ୍ୟ ରୁ ବହିଷ୍କୃତ କରିଛନ୍ତି । ସେହିପରି ଏ ଆରସିଏସ ଙ୍କ ରିପୋର୍ଟ କୁ ଭିତ୍ତି କରି ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ ମୂଖ୍ୟ କାର୍ଯ୍ୟ ନିର୍ବାହୀ ( ସିଇଓ)ପେକ୍ସ ସମ୍ପାଦକ ହରିଶଙ୍କର ବାଗ ଙ୍କୁ କର୍ଯ୍ୟ ରୁ ନିଲମ୍ବିତ କରିଛନ୍ତି ।

ସୂଚନା ଯୋଗ୍ୟ ଯେ ଖଇର ପଦର ମଣ୍ଡି ରେ ଆଗାମୀ ଖରିଫ୍ ଋତୁରେ ଧାନ ବିକ୍ରି ପାଇଁ ମୋଟ ୭୧୦ ଜଣ ଚାଷୀ ନାମ ପଞ୍ଜିକରଣ କରିଛନ୍ତି । ୫୫ ଜଣ ଚାଷୀ ଙ୍କ ନାମ ପଞ୍ଜିକୃତ ହୋଇ ପାରି ନାହିଁ । ତେବେ ଦୁଇ କର୍ମଚାରୀ ଙ୍କ ଅବହେଳା ଯୋଗୁଁ ଖରିଫ ଋତୁ ରେ ମଣ୍ଡି ରେ ଧାନ ବିକ୍ରି ରୁ ଚାଷୀ ବଞ୍ଚିତ ଯେପରି ବଞ୍ଚିତ ନ ହେବେ ସେଥି ପ୍ରତୀ ବିଭାଗ ଦୃଷ୍ଟି ଦେଈ ବିହିତ ପଦକ୍ଷେପ ନେବା ପାଇଁ ଚାଷୀ ମାନେ ଦାବୀ କରିଛନ୍ତି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ……

 

Related posts

ତ୍ରିଲୋଚନ ପାଢ଼ୀ ଙ୍କ କବିତା ଏଇ ତ ଜୀବନ

Sunil Chandra Nayak

ସଫଳା ଦାସ ଙ୍କ କବିତା ପ୍ରଶଂସା

Sunil Chandra Nayak

ସମ୍ବାଦ ଆମ ଓଡିଶା ପ୍ରତିଯୋଗିତା କେଗାଁରେ ଭାଗନେଲ ୧୬୯ ଛାତ୍ରଛାତ୍ରୀ

Sunil Chandra Nayak

Leave a Comment

error: Content is protected !!