ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉଦଘୋଷିକା ମୀନାକ୍ଷୀ ଧରଙ୍କ ପ୍ରଥମ ସ୍ମୃତି ଚାରଣ ସଭା

ରାଉରକେଲା/ ସହରର ଜଣାଶୁଣା ଉଦଘୋଷିକା,ଅଭିନେତ୍ରୀ,ଗାୟିକା ତଥା ସଂଗଠିକା ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ମିନାକ୍ଷୀ ଧରଙ୍କ ପ୍ରଥମ ସ୍ମୃତି ଚାରଣ ସଭା କୋଏଲନଗର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲିପ ରାୟ, ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ଆରଏସପି ର ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ଶତପଥୀ, ପ୍ରାକ୍ତନ ଅଧିକାରୀ ଶୁଭେନ୍ଦ୍ର ଦାଶ,ଇଂ ଅଭୟ କୁମାର ଦାସ , ଗୋପୀନାଥ ପଟ୍ଟନାୟକ,ଚନ୍ଦ୍ରଶେଖର ଶତପଥୀ, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ,କବି କୁଂଜବିହାରୀ ରାଉତ,ରାଜୀବ ପାଣି, ହରିହର ରାଉତରାୟ,ରମେଶ ବଳ, ବିଭୁତି ଭୂଷଣ ଦାସ, ଡଃ ପ୍ରଭାତ କୁମାର ମଲ୍ଲିକ,ଡଃ ସମର ମୁଦାଲି,ଡଃ କିଶୋରୀ ଦାଶ,ଡଃ ସୁମନ ଦତ୍ତ,ଡାକ୍ତର କୃପାସିନ୍ଧୁ ନାୟକ,ଡାକ୍ତର ବିଶ୍ବଜିତ ମହାପାତ୍ର, ଶୁଭ ପଟ୍ଟନାୟକ, ସୁନିଲ୍ କାୟଲ,ଶୈଳେନ୍ଦ୍ର ମହାନ୍ତି,ସ୍ବରୁପ ପାଣିଗ୍ରାହୀ,ବିମଳ ବିଶି, ଡଃ ରାଜ୍ୟବର୍ଧନ ମହାପାତ୍ର,ଏଫ ସି ମହାନ୍ତି,ଡଃ ଅଞ୍ଜନା ମୈତ୍ର,ବ୍ରଜେନ୍ଦ୍ର ଦାସ ତଥା ସହରର ବହୁ ବିଶିଷ୍ଟ ବ୍ୟକ୍ତି ଓ ମୀନାକ୍ଷୀଙ୍କୁ ଭଲପାଉଥିବା ବଂଧୁ ବାନ୍ଧବ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ତାଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ଯ ଅର୍ପଣ କରିବା ସହ ସ୍ମୃତି ଚାରଣ ତଥା ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ନାୟକ କହିଲେ ଯେ ମୀନାକ୍ଷୀ କେବଳ ତାଙ୍କ ପରିବାରର ନୁହଁନ୍ତି ସେ ଆମ ସମସ୍ତଙ୍କର ଅତି ପ୍ରିୟ ଥିଲେ। ତାଙ୍କ ବିୟୋଗ ଆମ ସମସ୍ତଙ୍କ ପାଇଁ ଅପୂରଣୀୟ କ୍ଷତି। ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଭଜନ ସଂଧ୍ୟା କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ସର୍ବଶ୍ରୀ ଡା ସୁଶାନ୍ତ ପାଣି,ଭାସ୍କର ପୁହାଣ, ବୀଣା ରଥ,ସଂଗ୍ରାମ ପତି,ସ୍ମିତା ମିଶ୍ର, ନିଶିପଦ୍ମା ନନ୍ଦ,ରମେଶ ସୁନା ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ। ସ୍ବର୍ଗତା ଧରଙ୍କ ପରିବାରର ସ୍ବାମୀ ନଳିନୀକାନ୍ତ ଧର,କନ୍ୟା ପୂଜା ଓ ପ୍ରାଚୀ,ଶଶୁର ନିତ୍ୟାନନ୍ଦ ଧର,ରମାକାନ୍ତ ଧର,ଅଞ୍ଜନା ଧର,ସଂବୀତ ପାଣି,ରାକ୍ଷୀ ଗୁରୁ,ପ୍ରଶାନ୍ତି ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶେଷରେ ଶ୍ରୀ ଧର ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ଆତ୍ମସମର୍ପଣ କଲା ଆଉ ଜଣେ ହାର୍ଡକୋର ମାଓବାଦୀ: ମୁଣ୍ଡ ଉପରେ ଥିଲା ୫ଲକ୍ଷ ଟଙ୍କାର ପୁରସ୍କାର ରାଶି

ବିନା ସୂଚନା ଫଳକରେ ଚାଲିଛି କୋଟି କୋଟି ଟଙ୍କାର ମେଘା ପ୍ରକଳ୍ପ 

Sunil Chandra Nayak

ରାଇରଙ୍ଗପୁରରେ‌ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ସାରସକଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ ମହାମିଶ୍ରଣ ପର୍ବ

Sunil Chandra Nayak

Leave a Comment

error: Content is protected !!