ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋବର୍ଦ୍ଧନପୁରଠାରେ ବରଯାତ୍ରୀ ଗାଡି ଦୁର୍ଘଟଣା

ବ୍ଲକ ଅଧ୍ୟକ୍ଷା ଦେଖାଇଲେ ବଦାନ୍ୟତା, ଆମ୍ବୁଲାନ୍ସ ଡକାଇ ଆହତଙ୍କୁ ପଠାଇଲେ ହସ୍ପିଟାଲ

ଲାଞ୍ଜିଗଡ଼,୧୧/୦୫(ମ.ନି.ସ)-ଆଜି ସନ୍ଧ୍ୟା ସାତଟା ସମୟରେ ଲାଞ୍ଜିଗଡ ବ୍ଲକ କଦମ୍ବଗୁଡା-ନର୍ଲା ରାସ୍ତାର ଗୋବର୍ଦ୍ଧନପୁର ନିକଟରେ ଘଟିଛି ଏକ ପିକଅପ୍ ଦୁର୍ଘଟଣା । ମଦନପୁର ରାମପୁରରୁ ମୁଷାନାଳକୁ ବରଯାତ୍ରୀ ଯାଉଥିବାବେଳେ ପିକଅପ୍ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ଏଥିରେ ଛଅଜଣ ବରଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ପିକଅପ ଗାଡିଟି ଆହତଙ୍କୁ ଛାଡି ଫେରାର ହୋଇଯାଇଥିଲା । ଗୋବର୍ଦ୍ଧନପୁର ଗସ୍ତରେ ଆସି ବିଶ୍ୱନାଥପୁର ଫେରୁଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ଦେଖି ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ତାଙ୍କ ସ୍ୱାମୀ ହରିଶ୍ଚନ୍ଦ୍ର ପାତ୍ର ତୁରନ୍ତ ନିଜ ଗାଡିରୁ ଓହ୍ଲାଇ ଆହତଙ୍କୁ ଉଦ୍ଧାର କରିବା ସହିତ ଦୁଇଟି ଆମ୍ବୁଲାନ୍ସ ଡକାଇ ଆହତମାନଙ୍କୁ ନର୍ଲା ହସ୍ପିଟାଲ ପଠାଇବା ବ୍ୟବସ୍ଥା କରିଥିଲେ । ଏହି ସମୟରେ ଗୋବର୍ଦ୍ଧନପୁର ନାଏବ ସରପଞ୍ଚ ସଞ୍ଜୀବ କୁମାର ପଣ୍ଡା, ସମାଜସେବୀ ପ୍ରସନ୍ନ କୁମାର ପରିଡା ମଧ୍ୟ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇବାରେ ସହାୟତା କରିଥିଲେ । ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ପାତ୍ର ଓ ତାଙ୍କ ସ୍ୱାମୀଙ୍କ ଏତାଦୃଶ ସେବା ମନୋବୃତ୍ତିକୁ ନେଇ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିବାବେଳେ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ଲାଞ୍ଜିଗଡରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଭିତ୍ତିଭୂମି ପରଖିଲେ କାୟାକଲ୍ପ ଟିମ ସଦସ୍ୟ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଭୁଲି ହୁଏନା

ଗୋଟିଏ ଜୁଇରେ ଦମ୍ପତି 

Sunil Chandra Nayak

Leave a Comment

error: Content is protected !!