ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମିଶନ ଶକ୍ତି ଗୃହ ଉଦଘାଟନ କଲେ ବିଧାୟକ

ବାଲେଶ୍ଵର,୨୭/୬/୨୨- ଉଦଘାଟିତ ହେଲା ମିଶନ ଶକ୍ତି ଗୃହ । ଉଦଘାଟକ ଭାବେ ସ୍ଥାନୀୟ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇ ଫିତା କାଟି ଶୁଭ ଉଦଘାଟନ କରିଥିଲେ । ପ୍ରକାଶ ଥାଉକି ଏହି ନବର୍ମିତ ଗୃହଟି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଶ୍ଯାମସୁନ୍ଦରପୁର ପଞ୍ଚାୟତ ନିକଟରେ ନିର୍ମିତ ହୋଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ଉଦଘାଟକ ବିଧାୟକ ଶ୍ରୀଯୁକ୍ତ ପାଣିଗ୍ରାହୀଙ୍କ ସମେତ ମୁଖ୍ୟ ଅତିଥି ଭାବେ ୫ ନମ୍ବର ଜୋନର ଜିଲ୍ଲାପରିଷଦ ସଭ୍ୟ ମାନସ ଦାଶ, ପୌରୋହିତ୍ଯ କରିଥିଲେ ସରପଞ୍ଚ ବନିତା ପ୍ରଧାନ, ସମ୍ମାନିତ ଅତିଥି ଭାବେ ବିଡ଼ିଓ ପର୍ଶୁରାମ ପଣ୍ଡା ଓ ସମିତି ସଭ୍ୟା ବାସନ୍ତୀ ମହାନ୍ତି ମଞ୍ଚାସୀନ ଥିଲେ । ଏମବିକେ(MBK) ପଙ୍କଜିନୀ ଦାସ ସଭା ପରିଚାଳନା କରିଥିବା ବେଳେ ୧୩୪ ଟି ମହିଳା ଗୃପ୍ ଏଥିରେ ସାମିଲ ଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ପଞ୍ଚାୟତର ସମସ୍ତ ଜନସାଧାରଣ ସହଯୋଗ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବେକରେ ଓଢଣୀ ଦେଇ ମହିଳାଙ୍କ ଆତ୍ମହତ୍ଯା

ଚନ୍ଦାହାଣ୍ଡି ବ୍ଲକ ଉପାଧ୍ୟକ୍ଷ ଙ୍କ ଗିରଫ ଦାବି କଲା ବିଜେପି 

Sunil Chandra Nayak

ଶୀତ ଦାୟରୁ ରକ୍ଷା ପାଇଁ କମ୍ବଳ ବଣ୍ଟନ କଲା ସୋସିଆଲ ୱେଲଫେୟାର ଅର୍ଗନେସନ କଳାହାଣ୍ଡି ପରିବାର

Sunil Chandra Nayak

Leave a Comment

error: Content is protected !!