ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରାଥମିକ ଶିକ୍ଷକ (ଏକ୍ସ-କ୍ୟାଡର) ବିଭିନ୍ନ ସମସ୍ୟା କୁ ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ

ଡ଼ାବୁଗାଁ, ୩/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦମହକୁମାଠାରେ ଏକ୍ସ-କ୍ୟାଡର ଶିକ୍ଷକ ମାନେ ୮ଦଫା ଦାବି ନେଇ ଡାବୁଗାଁ ଭୈରବ ମନ୍ଦିର ପ୍ରାଙ୍ଗଣରୁ ଏକ ଶୋଭାଯାତ୍ରାରେ ବାହାରି ଡାବୁଗାଁ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉଦ୍ଦେଶ୍ୟ ରେ ଡାବୁଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶିବଶଙ୍କର ମଣ୍ଡଳଙ୍କୁ ୮ ଦଫା ଦାବିପତ୍ର ପ୍ରଦାନ କରିଥିଲେ । ଉକ୍ତ ଦାବିପତ୍ର ରେ ଗଣଶିକ୍ଷକ ମାନଙ୍କୁ ସରକାର ୧.୦୩.୨୦୧୭ ତାରିଖ ରୁ ଲେଭେଲ- ଭି, ଆସିସ୍ଟାଣ୍ଟ . ଶିକ୍ଷକ (ଏକ୍ସ -କ୍ୟାଡର) ଭାବରେ ନିୟମିତ କଲେ । ସେଥିମଧ୍ୟରୁ ପ୍ରାୟ ୩ ହଜାର ଗଣଶିକ୍ଷକ ସମସ୍ତ ଯୋଗ୍ୟତା ଥିବା ସତ୍ତ୍ୱେ ନିୟମିତ ଶିକ୍ଷାକରୁ ବଞ୍ଚିତ ହୋଇଛନ୍ତି । ଶିକ୍ଷକ ନିୟମିତ କରିବା ସମୟରେ ଗଣଶିକ୍ଷକଙ୍କ ନିଯୁକ୍ତି ବର୍ଷ ୨୦୦୮ମସିହା ଠାରୁ ୮ବର୍ଷ ଗଣନା କରି ନିୟମିତ କରିଥିବାରୁ ୪.୦୬.୨୦୧୨ ତାରିଖ ରୁ ଓଡ଼ିଶା ରେ କାର୍ଯ୍ୟକାରୀ ହେଉଥିବା ଓଟିଇଟିଆମ୍ଭମାନଙ୍କ ପାଇଁ ପ୍ରଜ୍ୟୁଜ ନୁହେଁ ଏଣୁ ଓଟିଇଟି ଉଚ୍ଛେଦ କରି ସମସ୍ତ ଯୋଗ୍ୟ ଗଣଶିକ୍ଷକ ଙ୍କୁ ୧.୦୩.୨୦୧୭ ରୁ ନିୟମିତ କରାଯାଉ ଓ ଅବଶିଷ୍ଟ ଗଣଶିକ୍ଷକ ଙ୍କ ଦରମା ବୃଦ୍ଧି କରାଯାଉ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ର ବିଜ୍ଞପ୍ତି ନଂ – ୨୫୨୯୦ ୨୨.୧୨.୨୦୧୬ ତାରିଖ ପ୍ରକାରେ ଯେଉଁ ଏକ୍ସ୍ – କେରେଡ ଶିକ୍ଷକ ମାନେ ୩୧.୦୩.୨୦୧୯ ତାରିଖ ମଧ୍ୟରେ ଓଟିଇଟି ପାସ କରିବେ ନାହିଁ ସେମାନେ ପରବର୍ତ୍ତୀ ଇଂକ୍ରିମେଣ୍ଟ ପାଇବେ ନାହିଁ । ଅପର ପକ୍ଷେ ଏନସିଟିଇ ର ୨୩.୦୮.୨୦୧୦ ତାରିଖ ନିୟମାବଳୀ ଅନୁସାରେ ଟିଇଟି ପାସ କରିବା କେବଳ ଶିକ୍ଷକ ନିଯୁକ୍ତି ପାଇଁ ବାଧ୍ୟତାମୂଳକ କିନ୍ତୁ ନିଯୁକ୍ତି ପାଇଥିବା ଶିକ୍ଷକ ଙ୍କ ଇଂକ୍ରିମେଣ୍ଟ ପାଇବାରେ କୌଣସି ପ୍ରତିବନ୍ଧକ ନାହିଁ । ଦୁଃଖ ଓ ପରିତାପର ବିଷୟ ଏହି କି ୩୧.୦୩.୨୦୨୨ ତାରିଖ ପରେ ଓଟିଇଟି ପାସ୍ କରିଥିବା ଏକ୍ସ – କେଡରଶିକ୍ଷକ ମାନେ ମଧ୍ୟ ଇଂକ୍ରିମେଣ୍ଟ ପାଉନାହାନ୍ତି । ଏଣୁ ସମସ୍ତ ଏକ୍ସ – କେଡର ଶିକ୍ଷକ ଙ୍କୁ ୧.୦୩.୨୦୨୦ ରୁ ବନ୍ଦ ଥିବା ଇଂକ୍ରିମେଣ୍ଟ ପ୍ରଦାନ କରାଯାଉ ଭଳି ମୋଟ ୮ ଦଫା ଦାବି ପତ୍ରରେ ଉଲ୍ଲେଖ ରହିଛି | ଏଥିରେ ସଂଘ ସଭାପତି ବଲ୍ଲଭ ନାରାୟଣ ପଣ୍ଡା, ଉପସଭାପତି ନରସିଂ ମାଝି, ସମ୍ପାଦକ ଜିତେନ୍ଦ୍ର କୁମାର ମାଝି, କୋଷାଧ୍ୟକ୍ଷ ପ୍ରଦୀପ କୁମାର ପାଢୀ, ରାଜ୍ୟ ସଂଘ ସଚିବ ହାନେସ ପାତ୍ର ବାଗ, ଦୂର୍ଗା ରଥ, ରବୀନ୍ଦ୍ର ପ୍ରଧାନ, ବିଶ୍ଵେଶ କୁମାର ତ୍ରିପାଠୀ, ବ୍ଲକ ମିଳିତ ସଂଘର ସଭାପତି ବିକାଶ ରଞ୍ଜନ ନିଶଙ୍କ, ସୁରେଶ କୁମାର ବେହେରା, ରାଇସିଂ ପୂଜାରୀ, କର୍ଣ୍ଣ ମାଝି, ସୌଭାଗ୍ୟ କୁମାର ବିଶ୍ଵାଳ ଓ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସମେତ ମୋଟ ୭୦ ଜଣ ଏକ୍ସ-କ୍ୟାଡର ଓ ଗଣ ଶିକ୍ଷୟତ୍ରୀ ଶିକ୍ଷକ ମାନେ ଯୋଗ ଦେଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମହାଲକ୍ଷ୍ମୀ ୟୁଥ କ୍ଳବ ତରଫରୁ ମା ମହାଲଷ୍ମୀ ଙ୍କ କଳସ ଯାତ୍ରା ଓ ପୂଜା 

Sunil Chandra Nayak

ଜୁନାଗଡ଼ ବ୍ଲକ ର ପୁରା ୪ ଟି ଯୋନ ରେ ବିଜେଡ଼ି ବାଜିମାତ

Sunil Chandra Nayak

କଳାହାଣ୍ଡି ବିଶ୍ବବିଦ୍ୟାଳୟ ର ଦ୍ବିତୀୟ ତମ ପ୍ରତିଷ୍ଠା ଦିବସ

Sunil Chandra Nayak

Leave a Comment

error: Content is protected !!