ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚ ତରଫରୁ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ

ଭବାନୀପାଟଣା ତା ୩.୧୨.୨୦୨୨ ଭବନୀପାଟଣାସ୍ଥିତ ଅମଲା ଭବନ ଠାରେ ଆଜି ଦିବା ୨.୩୦ ମି ସମୟରେ କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚ ତରଫରୁ ଆନ୍ତର୍ଜାତିକ ଦିବ୍ୟାଙ୍ଗ ଦିବସ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କଳାହାଣ୍ଡି ଭିନ୍ନକ୍ଷମ ମଞ୍ଚର ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସୁରେଶ ଚୌଧୁରୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା,ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭବାନିପାଟଣା ପୈାରାଧ୍ୟକ୍ଷା ସଞ୍ଜୁକ୍ତା ବେହେରା , ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଏବଂ ଲୋକସମ୍ପର୍କ ଅଧିକାରୀ ଶ୍ରୀ ମନୋଜ କୁମାର ବେହେରା, ଉପଖଣ୍ଡ ସାମାଜିକ ଏବଂ ସୁରକ୍ଷା ଅଧିକାରୀ ଶ୍ରୀ ଦୁର୍ଯ୍ୟୋଧନ ବିଶି, ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ଅଧିକାରୀ ଶ୍ରୀ ସୁଭାଶିଷ ମହାନ୍ତି, ଦାପ୍ତା ସମ୍ପାଦକ ରାଜୁ ଶର୍ମା,ସାଇଟସେୱର ର ଅଶୋକ ଶବର , ପ୍ରିୟବ୍ରତ ପାଢ଼ୀ, କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚ ର ସଂପାଦକ ଜୟଦେବ ସାହୁ କୋଷାଧ୍ୟକ୍ଷ ରୋମାଞ୍ଚଳ ପୁଟେଲ ସହ ସଂପାଦକ ହିରାମଣି ସାହୁ ଉପସ୍ଥିତ ଥିଲେ।ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଖିରାବଧି ମାଝୀ, ଦୁର୍ଗା ପ୍ରସାଦ ବାରିକ, ଧନେଶ୍ଵର ରଣା ଙ୍କୁ ମାନପତ୍ର ଏବଂ ଉପଢୌକନ ପ୍ରଦାନ କରାଗଲା , ଏଥିସହିତ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।ଏହି ଅବସରରେ ଲେପ୍ରା ଜୁନାଗଡ ତରଫରୁ ଚକ୍ଷୁ ପରୀକ୍ଷା ଏବଂ ଚଷମା ପ୍ରଦାନ କରାଯାଇଥିଲା।

ମସିହା ନିଉଜ ସର୍ଭିସ୍ 

Related posts

ସଚେତନ ନାଗରିକ ମଞ୍ଚ ତରଫରୁ ସ୍ବାଧୀନତା ଦିବସ ପାଳନ

Sunil Chandra Nayak

ଢେଙ୍କାନାଳ ଥିଙ୍କର୍ସ ଫୋରମ ର କାର୍ଯ୍ୟ ପ୍ରଶଂସନୀୟ ଏବଂ ଅଭିନନ୍ଦନୀୟ -ମହିମା ସନ୍ୟାସୀ ବାବା ଦୀନବନ୍ଧୁ ଦାସ

ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ , ୫ଜଣଙ୍କୁ ବାଧ୍ୟତାମୂଳକ ଅବସର, ୨ ଜଣଙ୍କୁ ବହିଷ୍କାର ଓ ୨ ଜଣଙ୍କ ପେନ୍‌ସନ୍‌ ବନ୍ଦ

Sunil Chandra Nayak

Leave a Comment

error: Content is protected !!