ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚ ତରଫରୁ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ

ଭବାନୀପାଟଣା ତା ୩.୧୨.୨୦୨୨ ଭବନୀପାଟଣାସ୍ଥିତ ଅମଲା ଭବନ ଠାରେ ଆଜି ଦିବା ୨.୩୦ ମି ସମୟରେ କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚ ତରଫରୁ ଆନ୍ତର୍ଜାତିକ ଦିବ୍ୟାଙ୍ଗ ଦିବସ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କଳାହାଣ୍ଡି ଭିନ୍ନକ୍ଷମ ମଞ୍ଚର ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସୁରେଶ ଚୌଧୁରୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା,ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭବାନିପାଟଣା ପୈାରାଧ୍ୟକ୍ଷା ସଞ୍ଜୁକ୍ତା ବେହେରା , ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଏବଂ ଲୋକସମ୍ପର୍କ ଅଧିକାରୀ ଶ୍ରୀ ମନୋଜ କୁମାର ବେହେରା, ଉପଖଣ୍ଡ ସାମାଜିକ ଏବଂ ସୁରକ୍ଷା ଅଧିକାରୀ ଶ୍ରୀ ଦୁର୍ଯ୍ୟୋଧନ ବିଶି, ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ଅଧିକାରୀ ଶ୍ରୀ ସୁଭାଶିଷ ମହାନ୍ତି, ଦାପ୍ତା ସମ୍ପାଦକ ରାଜୁ ଶର୍ମା,ସାଇଟସେୱର ର ଅଶୋକ ଶବର , ପ୍ରିୟବ୍ରତ ପାଢ଼ୀ, କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚ ର ସଂପାଦକ ଜୟଦେବ ସାହୁ କୋଷାଧ୍ୟକ୍ଷ ରୋମାଞ୍ଚଳ ପୁଟେଲ ସହ ସଂପାଦକ ହିରାମଣି ସାହୁ ଉପସ୍ଥିତ ଥିଲେ।ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଖିରାବଧି ମାଝୀ, ଦୁର୍ଗା ପ୍ରସାଦ ବାରିକ, ଧନେଶ୍ଵର ରଣା ଙ୍କୁ ମାନପତ୍ର ଏବଂ ଉପଢୌକନ ପ୍ରଦାନ କରାଗଲା , ଏଥିସହିତ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।ଏହି ଅବସରରେ ଲେପ୍ରା ଜୁନାଗଡ ତରଫରୁ ଚକ୍ଷୁ ପରୀକ୍ଷା ଏବଂ ଚଷମା ପ୍ରଦାନ କରାଯାଇଥିଲା।

ମସିହା ନିଉଜ ସର୍ଭିସ୍ 

Related posts

ମିଶନ ଶକ୍ତି ନାରୀ ଶକ୍ତି

Sunil Chandra Nayak

ପୂର୍ଣେଶ୍ବର ଶିବ ମନ୍ଦିରରେ ବାମନଘାଟୀ ବ୍ରାହ୍ମଣ ସମାଜ ପକ୍ଷରୁ ରୁଦ୍ରାଭିଷେକ

Sunil Chandra Nayak

ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ

Sunil Chandra Nayak

Leave a Comment

error: Content is protected !!