ଉତ୍କେଲା,୦୨/୧୨,ନିପ୍ର:କଳାହାଣ୍ଡି ଜିଲ୍ଲା ବୋର୍ଡl ସ୍ଥିତ ଚନ୍ଦ୍ରିକା ଜୈନ ଡିଗ୍ରୀ ମହାବିଦ୍ୟାଳୟରେ ଯୁବ ରେଡ଼କ୍ରସ ତାଲିମ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦିଲେଶ୍ଵର ନିଆଲଙ୍କ ସଭାପତିତ୍ୱରେ ଶନିବାର ତା ୦୩.୧୨.୨୦୨୨ ରିଖ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ତଥା ଜିଲ୍ଲା ଆବlହକ ସମ୍ପାଦକ, ଯୁବ ରେଡ଼କ୍ରସ କଳାହାଣ୍ଡି ଶ୍ରୀଯୁକ୍ତ ସଂଜୀବ କୁମାର ସାହୁ ସ୍ଵେଚ୍ଛାସେବୀ ଙ୍କୁ ରେଡ଼କ୍ରସର ଇତିହାସ,ବିକାଶ ଓ ଏହାର କାମ ବା ଉଦ୍ୟେଶ ବିଷୟରେ ତାଲିମ ପ୍ରଦାନ କରିଥିଲେ l ଏହା ସହ ମହାବିଦ୍ୟାଳୟର ଯୁବ ରେଡ଼କ୍ରସ କାଉନସିଲର ଶ୍ରୀଯୁକ୍ତ ସଂଜୀବ କୁମାର ସଗରିଆ ତଥା ବରିଷ୍ଠ ଅଧ୍ୟାପିକା ଡ଼ା ଜୟନ୍ତୀ ମହାନ୍ତି, ଅଧ୍ୟାପକ ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ , ଅଧ୍ୟାପିକା ଶ୍ରୀମତୀ ମାନସୀ ନାଏକ ଓ ଅଧ୍ୟାପକ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗଦାନ ଦେଇ ତାଲିମ କାର୍ଯ୍ୟକ୍ରମ କୁ ସଫଳ କରାଇବାରେ ସହାୟକ ହୋଇଥିଲେ l
previous post