ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଫୋରମ୍ ଫର୍ ସୋସିଆଲ ଟ୍ରାନ୍ସଫର୍ମେସନ (କେ ଏଫ୍ ଏସ୍ ଟି) ର ଅଭିନବ ପ୍ରୟାସ

 ପିଲାଙ୍କ ଭବିଷ୍ୟତ ଗଠନ ପାଇଁ କେରିୟର କାଉନ୍ସିଲଙ୍ଗ୍ ଆୟୋଜିତ

ଭବାନୀପାଟଣା : ବର୍ତ୍ତମାନ ଦେଶରେ ଶିକ୍ଷା ଓ ରୋଜଗାର ଏକ ବଡ଼ ସମସ୍ୟା ରୂପେ ଉଭା ହୋଇ ଥିବାବେଳେ ଏଭଳି ଏକ ଘଡିସନ୍ଧି ପରିସ୍ଥିତିରେ ଗରୀବ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ ଦିଗରେ ମାର୍ଗଦର୍ଶନ ନିମନ୍ତେ ବରିଷ୍ଠ ନାଗରିକ ଙ୍କ ଦ୍ଵାରା ଗଠିତ କେ ଏଫ୍ ଏସ୍ ଟି ଦ୍ଵାରା କେରିୟର କାଉନ୍ସିଲଙ୍ଗ୍ ଆୟୋଜିତ ହୋଇଯାଇଛି। ସ୍ଥାନୀୟ ଭବାନୀପାଟଣା ସହର ସ୍ଥିତ ଜିଲ୍ଲା ଯୋଜନା କାର୍ଯ୍ୟାଳୟର ସଭାଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେଏସଏଫଟି ର ସଭାପତି ଅବସରପ୍ରାପ୍ତ ଜେଲ୍ ଅଧିକାରୀ ଶ୍ରୀ ପ୍ରେମାନନ୍ଦ ବାଗ ଅଧ୍ୟକ୍ଷତା କରିଥିଲେ। ଏହି କାର୍ଯ୍ୟକ୍ରମରେ ଚଳିତବର୍ଷ ୧୦ମ ଓ‌ +୨ ପରୀକ୍ଷା ଦେଇଥିବା ଅନୂସୂଚିତ ଜାତି ଓ ଜନଜାତି ବର୍ଗର ଗରୀବ ଛାତ୍ରଛାତ୍ରୀ ତାଙ୍କର ପରବର୍ତ୍ତୀ ଶିକ୍ଷା ପାଇଁ କିପରି ପ୍ରସ୍ତୁତି କରିଛନ୍ତି ଓ କି ଲକ୍ଷ୍ୟ ରହିଛି ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଛାତ୍ରଛାତ୍ରୀ ମାନେ ମଧ୍ୟ ସେମାନଙ୍କ ମନରେ ଥିବା ସନ୍ଦେହକୁ ପରିପ୍ରକାଶ କରିବା ସହ ବିଭିନ୍ନ ବିଷୟରେ ପ୍ରଶ୍ନ କରିଥିଲେ। ଏହି ଅବସରରେ ଏଥିରେ ମୂଖ୍ୟ ଅତିଥି ଭାବେ କ୍ଷୀରୋଦ ବିହାରୀ ନାଗ ସବ୍- ରେଜିଷ୍ଟ୍ରାର, କ୍ୟାପଟେନ ବିଜୟ ଦଳେଇ, ଶଶିଦେବ ଦୁର୍ଗା ନିର୍ଦ୍ଦେଶକ ବିଏସଏନଏଲ,ଭବାନୀ ବାଗ ଅଧ୍ୟାପକ, ରଜନୀ ଜେନା ଆସିଷ୍ଟାଣ୍ଟ ପ୍ରଫେସର, ଡଃ ସସ୍ମିତା କୁମାରୀ ପ୍ରମୁଖ ଅଂଶଗ୍ରହଣ କରି ମାର୍ଗଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଂଗଠନର ସଦସ୍ୟ ବସନ୍ତ ନାଏକ,ରାମ କୁମାର ନାଏକ, ଧନୁର୍ଜୟ ନାଏକ,ତିଲକ୍ ରାମ ନିଆଲ, ଗୋରା ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଡଃ କେଦାର ଖମାରୀ ପରିଚାଳନା କରିଥିଲେ। ସଭାପତି ଶ୍ରୀବାଗ ଆଗାମୀ ଦିନରେ ସ୍ନାତକ ଛାତ୍ରଛାତ୍ରୀ ଭବିଷ୍ୟତରେ କିପରି ଭାରତୀୟ ପ୍ରଶାସନିକ ସେବା ଓ ଓଡ଼ିଶା ପ୍ରଶାସନିକ ସେବା ଦିଗରେ ମନୋନୀବେଶ କରିବେ ସେଥିପ୍ରତି ସ୍ଵତନ୍ତ୍ର କର୍ମଶାଳା ଆୟୋଜନ କରାଯିବ ବୋଲି ପ୍ରକାଶ କରିଥିଲେ।

ଭବାନୀପାଟଣା ରୁ ରଜନୀକାନ୍ତ ସମର୍ଲିଆ ଙ୍କ ରିପୋର୍ଟ।

Related posts

କଳାହାଣ୍ଡି ଜିଲ୍ଲାର ୨- ନମ୍ବର ଜୋନରେ ସଂନ୍ଧ୍ୟା ୫ ଘଣ୍ଟା ସୁଦ୍ଧା ଜିଲ୍ଲାପରିଷଦ ଗଣନା

Sunil Chandra Nayak

ସଙ୍ଗୀତ ଶାରଦା ଗ୍ରୁପ ଦ୍ୱାରା ପ୍ରସ୍ତୁତ ଓଡ଼ିଆ ଭଜନ ‘ତୋ ରଥଯାତ୍ରା’ ର ଶୁଭ ଉନ୍ମୋଚନ

ନୃସିଂହ ପ୍ରସାଦ ଷଡ଼ଙ୍ଗୀ(ବୁଲୁ) ଙ୍କ କବିତା ନିରାଶା

Sunil Chandra Nayak

Leave a Comment

error: Content is protected !!