ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ, ବାଲେଶ୍ଵରକୁ ମିଳିଲା ସମ୍ମାନ

ବାଲେଶ୍ଵର,୨୭/୬/୨୨- ମୋ ଅନୁଷ୍ଠାନ ଦ୍ବାରା ଗତ ତା ୨୬/୬/୨୦୨୨ ରିଖ ରବିବାର ରାଜ୍ୟ ସ୍ତରୀୟ ଅନଲାଇନ୍ କବିତା ପ୍ରତିଯୋଗିତା ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ କବି, କବୟିତ୍ରୀ, ଲେଖକ, ଲେଖିକା ମାନେ ଦିଆଯାଇଥିବା ଶୀର୍ଷକ- ” ଚାକରାଣୀ ” ଉପରେ ଖୁବ୍ ସୁନ୍ଦର କବିତା ଲେଖି ପଠାଇଥିଲେ । ଶୀର୍ଷକ ସମ୍ବଳିତ ନିର୍ଭୁଲ କବିତା ଗୁଡିକୁ ବିଚାରକୁ ନିଆଯାଇଥିଲା । ସମସ୍ତ କବିତା ଗୁଡିକୁ ସମୀକ୍ଷା କରିଥିଲେ ବାଲେଶ୍ଵରର ସୁ ସାହିତ୍ୟିକା, ଶିଶୁ ମନ୍ଦିର ଆଚାର୍ଯ୍ୟା ତାନଶ୍ରୀ ପାଣିଗ୍ରାହୀ । ଏଥିରେ ଅରୁଣ କୁମାର ମହାପାତ୍ର, ତେଲେଙ୍ଗାନା, ନରେନ୍ଦ୍ର ପଟେଲ, ବରଗଡ, ମିନତୀ ପ୍ରଧାନ, ମୟୂରଭଞ୍ଜ, ବଳରାମ ଜେନା, ଖୋର୍ଦ୍ଧା, ଅନନ୍ତ କିଶୋର ମହାପାତ୍ର, ଗରସଙ୍ଗ, ଖଇରା, ବାଲେଶ୍ଵର, ଅକ୍ଷୟ କୁମାର ଆଚାର୍ଯ୍ୟ, ଜଗତସିଂହପୁର, ଦେବେନ୍ଦ୍ର ମିଶ୍ର, ବୌଦ୍ଧ, ବାସନ୍ତୀ ଲତା ଜେନା, ନବରଙ୍ଗପୁର, ପ୍ରିୟମ୍ବଦା ରାଉତ, ମାଲକାନଗିରି, ରଶ୍ମିତା ଧଳ, ଚୌଦାର, କଟକ ଓ କୁମୁଦିନୀ ବେହେରା ପ୍ରମୁଖ ଅଂଶ ଗ୍ରହଣ କରି ଆନନ୍ଦ ଅନୁଭବ କରିଥିଲେ । କିନ୍ତୁ ସେଥିମଧ୍ୟରୁ ଅନନ୍ତ କିଶୋର ଉପାଧ୍ୟାୟ ପ୍ରଥମ ସ୍ଥାନ, ରଶ୍ମିତା ଧଳ ଦ୍ବିତୀୟ ସ୍ଥାନ ଓ ପ୍ରିୟମ୍ବଦା ରାଉତ ତୃତୀୟ ସ୍ଥାନ ଅଧିକାର କରି ନିଜ ନିଜ ଅଞ୍ଚଳର ଗୌରବ ବୃଦ୍ଧି କରିଛନ୍ତି । ତେଣୁ ଚଳିତ ବର୍ଷ ବାର୍ଷିକ ଉତ୍ସବରେ ଉପସ୍ଥିତ ହୋଇ ମଞ୍ଚାସୀନ ଅତିଥି ମାନଙ୍କ ହାତରୁ ପୁରଷ୍କାର ଗ୍ରହଣ କରିବା ପାଇଁ ନିବେଦନ କରାଗଲା । ଅନ୍ୟ ମାନଙ୍କୁ ମଧ୍ୟ ନିମନ୍ତ୍ରଣ ରହିଲା ।

      ଚଳିତ ବର୍ଷ ଡିସେମ୍ବର ମାସ ୨୫ ତାରିଖରେ ହେବାକୁ ଥିବା ବାର୍ଷିକ ଉତ୍ସବରେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ବାରା ୩୦ ଗୋଟି ଜିଲ୍ଲାରୁ ମନୋନୀତ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ । ତେଣୁ ଉତ୍ସବକୁ ଆସିବା ନିମନ୍ତେ ପ୍ରତିଷ୍ଠାତା ଓ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ନିବେଦନ କରିଛନ୍ତି । ଚଳିତ ବର୍ଷ ପ୍ରତିଯୋଗିତାରେ କେବଳ ପ୍ରଥମ ସ୍ଥାନକୁ ଅଗ୍ରାଧିକାର ଦିଆଯାଉଛି ଏବଂ ବର୍ଷ ଶେଷ ପର୍ଯ୍ୟନ୍ତ ଦିଆଯିବ ମଧ୍ୟ । ଏକଥା ପୂର୍ବରୁ ଆପଣ ମାନଙ୍କୁ ସୂଚନା ମାଧ୍ୟମରେ ଜଣାଇ ଦିଆଯାଇଅଛି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ଆଇଟିଡିଏ ସମ୍ମିଳନୀ କକ୍ଷରେ ସିଫା,ଜିଲ୍ଲା ମତ୍ସ୍ଯ ବିଭାଗ ଏବଂ’ ‘ ପ୍ରଦାନ ‘ ସ୍ବେଛାସେବୀ ସଂଗଠନ ମିଳିତ ଆନୁକୂଲ୍ୟରେ ମତ୍ସ୍ୟଚାଷ ସମ୍ବନ୍ଧରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

Sunil Chandra Nayak

ଚିତ୍ତ ରଞ୍ଜନ ନନ୍ଦ ଙ୍କ ପ୍ରବନ୍ଧ ହେତୁବାଦ ଓ ଧାର୍ମିକ ଭାବନା

Sunil Chandra Nayak

ନୂଆପଡା ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା ସାମ୍ବାଦିକ ସମନ୍ୱୟ ସମିତି ଦ୍ୱାରା ବରିଷ୍ଠ ସାମ୍ବାଦିକ ଅର୍ଧେନ୍ଦୁ ଦାସ ଙ୍କ ପ୍ରତି ହୋଇଥିବା ବେଆଇନ ଗିରଫ ଓ ଅମାନବୀୟ ଆଚରଣ ବିରୋଧରେ ପ୍ରତିବାଦ ସଭା

Leave a Comment

error: Content is protected !!