ମମତାମୟୀ ମାଆ
ଯୁଆଡ଼େ ଯାଏ ଯେଉଁଠି ଥାଏ
ମାଆ ଆଶିଷ ଥାଏ
ମାଆର ଡାକ ମା’ର ସ୍ନେହ
କେବେ ନ ଭୁଲି ହୁଏ ।
ମାଆ ର କୋଳ ଅସଲ ଘର
ଘର ମୋ ଲୋଡା ନାହିଁ
ମାଆ ଅଟଇ ମମତାମୟୀ
ତା ସରି କେହି ନାହିଁ ।
ତାହାକୁ କେବେ ଭୁଲିବି ନାହିଁ
ଯେଉଁଠି ଥିଲେ ରହି
କରିବି ସେବା କରିବି ପୂଜା
ମନେ ମୋ ଉଣା ନାହିଁ ।
ମାଆ ଅଟଇ ସରଗ ପୁରୀ
ସବୁତ ଅଛି ପାଶେ
ଆଡ ଆଖିରେ ଚାହିଁ ସେ ଦେଲେ
ଦୁଃଖ ଦୂରେଇ ହସେ ।
ସବୁ ମୂଲ୍ୟରେ ଅମୂଲ୍ୟ ମୂଲ
ହେଉଛେ ସଦା ଋଣୀ
ତାହାର ଋଣ ସୁଝି ହୁଏନି
ମନେ ହେଉଛେ ଗୁଣୀ ।
ମାଆ ଅଟଇ ଅମୃତ ମୟୀ
ବରଷେ ପ୍ରୀତି ବାରି
ମନ ହରଷେ ରହୁଛେ ନିତି
ତା’ର ସେବା କରି ।