ସ୍ମୃତିରେ ପଦ୍ମଶ୍ରୀ ରଜତ କୁମାର କର
ଭଞ୍ଜ ସାହିତ୍ୟ ଏ ମାଟି ଉତ୍କଳ ମାଟି
ଝୁରୁଛି ତୁମ ପାଇଁ ଆଜି
ନୀରବ ନିଶବ୍ଧ ଯେଆଜି ହେଲ ତୁମ୍ଭେ
ଚିର ନିଦ୍ରାଏଁ ଗଲ ସାଜି ll
ଥିଲ ତୁମେ ଉଦଘୋଷକ ପ୍ରଚାରକ
ଏ ଜଗନ୍ନାଥ ସଂସ୍କୃତିର
ସଭିଏଁ ଯେ ଆଜି ହେଲେଣି ଆତ୍ମହରା
ଅପେକ୍ଷା ତୁମ୍ଭେ ଆସିବାର ll
ଦୁନିଆ କାନ୍ଦୁଛି ଆଜି ମୁଁ ଭି କାନ୍ଦୁଛି
ତୁମ୍ଭଙ୍କୁ ହରାଇଛି ଆଜି
ଶୟନ ସପନେ ଏ ଅବା ଜାଗରଣେ
ସତେ ପାଇବି ଆଉ ଖୋଜି ll
ଭଞ୍ଜସାହିତ୍ୟ ଅବା ବାଦୀପାଲା ମଞ୍ଚ
ଥିଲ ଯେ ତୁମେ ଗବେଷକ
ଏ ସାହିତ୍ୟ ସାଂସ୍କୃତିକ ଅଧୁରା ଆଜି
ତୁମ ବିନା କାହିଁ କେତେକ ll
ତୁମ୍ଭରି ଏ ଆତ୍ମାର ସଦଗତି ହେଉ
ଏତିକି ପ୍ରାର୍ଥନା ଆମର
ଶ୍ରଦ୍ଧାଞ୍ଜଳି ଆଜି ସାହିତ୍ୟ ଜଗତର
ନିଶ୍ଚେ ହେବ ତୁମ୍ଭେ ଅମର ll
ତ୍ରିନାଥ ପଟ୍ଟନାୟକ
( ଅଧ୍ୟାପକ ତଥା କବି)
ଗ୍ରାମ : ଶିକ୍ଷକ କଲୋନୀ, ଗାନ୍ଧୀ ନଗର
ପୋ:ଜିଲ୍ଲା- କୋରାପୁଟ