ନୂଆପଡା,ଖଡ଼ିଆଳ ଗବେଷଣା ପ୍ରତିଷ୍ଠାନ ଓ ଖଡ଼ିଆଳ ସ୍ବୟଂ ଶାସିତ ମହାବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗ ଙ୍କ ମିଳିତ ଆନୁକୂଲ୍ୟରେ ଏମ୍.ପି.ହଲରେ ପୁସ୍ତକ ଲୋକାର୍ପଣ ଓ କବିତା ଆସର ଅନୁଷ୍ଠିତ ହୋଇ ଯାଇଛି । ଉଦଘାଟନୀ ସମାରୋହରେ ଗବେଷଣା ପ୍ରତିଷ୍ଠାନର ସଭାପତି ଅଧ୍ୟାପିକା ସଞ୍ଜିବନୀ ସୁଧା ରଥ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପ୍ରାପ୍ତ କବି ଜୟଦ୍ରଥ ସୁନା, କଳାହାଣ୍ଡି, ପ୍ରତିଷ୍ଠାନ ର ସମ୍ପାଦକ ଶ୍ରୀମତୀ ନୀଳିମା ରାଣୀ ସାଗର, କୋଷାଧ୍ୟକ୍ଷ ଶ୍ରୀମତୀ ଜୟଶ୍ରୀ ଦଣ୍ଡସେନା,କବି ମିୟୋଗ ରଞ୍ଜନ ପାତ୍ର ଓ ଗାୟକ ଶିରୋମଣି ଅର୍ଜୁନ ଛତ୍ରିଆ ମଞ୍ଚାସୀନ ଥିଲେ । ବାଗଦେବୀ ସରସ୍ବତୀଙ୍କ ପ୍ରତିଚ୍ଛବିରେ ଅତିଥିବୃନ୍ଦ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କଲାପରେ ବିଶିଷ୍ଟ କଣ୍ଠଶିଳ୍ପୀ ନନ୍ଦଲାଲ ବାରିକ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଅର୍ଜୁନ ଛତ୍ରିଆ ସ୍ବାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହା ପରେ ନୂଆପଡ଼ା ଜିଲ୍ଲା ର ୧୦୬ ଜଣ କବିଙ୍କ ସ୍ବରଚିତ କବିତା କୁ ନେଇ ସଂକଳିତ ତଥା ସଂଜିବନୀ ସୁଧା ରଥ,ନୀଳିମା ରାଣୀ ସାଗର ଓ ଜୟଶ୍ରୀ ଦଣ୍ଡସେନା ଙ୍କ ଦ୍ଵାରା ଯୁଗ୍ମ ସଂପାଦିତ ” ମାରାଗୁଡା ମହ୍ଲାର “ର ଶୁଭ ଉନ୍ମୋଚନ ହୋଇଥିଲା । ସଂକଳନ ର ପ୍ରତିଟି କବିତା ନିଜସ୍ଵ ବର୍ଣ୍ଣବିଭାରେ ଉଚ୍ଚକିତ, ଭାବଗର୍ଭକ ଓ ପ୍ରତିବେଦିତ ହେବା ସହିତ ମାରାଗୁଡାର ଅସ୍ମିତାକୁ ଆହୁରି ରୁଦ୍ଧିମନ୍ତ କରି ପାରିଛି ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ । ମିୟୋଗ ରଞ୍ଜନ ପାତ୍ର ଧନ୍ୟବାଦ ଅର୍ପଣ କଲାପରେ ସଭା ସାଙ୍ଗ ହୋଇ ଥିଲା ।ଏହା ପରେ ପ୍ରଥମ ପର୍ଯ୍ୟାୟ କବିତା ଆସର ଅନୁଷ୍ଠିତ ହୋଇଥିଲା । ଗବେଷଣା ପ୍ରତିଷ୍ଠାନ ର ସଭାପତି ଅଧ୍ୟାପିକା ସଞ୍ଜିବନୀ ସୁଧା ରଥ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପାଠୋତ୍ସବ ର ବରେଣ୍ୟ ମୁଖ୍ୟ ଅତିଥି ଭାବେ ବର୍ଷିୟାନ ସାହିତ୍ୟିକ ଶ୍ରୀ ବଳଭଦ୍ର ମହାନ୍ତି ଯୋଗଦାନ କରିଥିବାବେଳେ ସଂଯୋଜକ -ସଂଯୋଜିକା ଭାବରେ ଯୁବ ସାହିତ୍ୟିକ ଗୈାରାଙ୍ଗ କୁମାର ସାହୁ ଓ କବୟିତ୍ରୀ ନିକିତା ମହାଉତି ମଞ୍ଚାସୀନ ଥିଲେ । ଅଧ୍ୟାପକ ରୁଦ୍ର ମାଧବ ବାରିକ ସ୍ବାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ପର୍ଯ୍ୟାୟରେ ୩୦ ଜଣ କବି କବିତା ପାଠ କରିଥିଲେ । ଶ୍ରୀ କିଶୋର ଅଗସ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।ଦ୍ବିତୀୟ ପର୍ଯ୍ୟାୟ କବିତା ପାଠୋତ୍ସବରେ ଗବେଷଣା ପ୍ରତିଷ୍ଠାନ ର ସମ୍ପାଦକ ଶ୍ରୀମତୀ ନୀଳିମା ରାଣୀ ସାଗର ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବେ କବି ପ୍ରବୋଧ ହୋତା, ନୂଆପଡ଼ା, କବିତା ସଂଯୋଜନା ରେ କବି ଲଳିତ କୁମାର ସୁନାରୀ, ସିନାପାଲି ଓ ଅଧ୍ୟାପିକା ପ୍ରିୟଙ୍କା ପ୍ରିୟଦର୍ଶିନୀ ମୁଣ୍ଡ, ଖଡ଼ିଆଳ ମଞ୍ଚାସୀନ ଥିଲେ । ହାଇକୋର୍ଟ ଆଇନଜୀବୀ ବିଭୁଦତ୍ତ ଚଲାନ ସ୍ବାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଆସରରେ ୩୨ ଜଣ କବି କବିତା ପାଠ କରିଥିଲେ । କବୟିତ୍ରୀ ସୁଜାତା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।ଗବେଷଣା ପ୍ରତିଷ୍ଠାନ ର କୋଷାଧ୍ୟକ୍ଷ ଶ୍ରୀମତୀ ଜୟଶ୍ରୀ ଦଣ୍ଡସେନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତୃତୀୟ ପର୍ଯ୍ୟାୟ କବିତା ଆସର ର ବରେଣ୍ୟ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ନାଟ୍ୟକାର ତଥା କବି ଜିତେନ୍ଦ୍ର ନାଥ ପଟ୍ଟନାୟକ ଯୋଗଦାନ କରିଥିବାବେଳେ ସଂଯୋଜକ ଅଧ୍ୟାପକ ଧୃବଚରଣ ପଧାନ, ସିନାପାଲି ଓ ସଂଯୋଜିକା ଭାବେ କବୟିତ୍ରୀ ମନୋରମା ରଥ , ଖଡ଼ିଆଳ କବିତା ସଂଯୋଜନା କରିଥିଲେ । କବୟିତ୍ରୀ ପ୍ରଭାସିନୀ ଯୋଷୀ ସ୍ବାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅଧିବେଶନରେ ୩୦ ଜଣ କବି କବିତା ପାଠ କରିଥିଲେ । କବି ଶିରୀଶଙ୍କର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସାରସ୍ବତ ସମାବେଶରେ ଖଡ଼ିଆଳ ରାଜା ସାହେବ ଡଃ ଜିତାମିତ୍ର ସିଂହ ଦେବ, ରାଣୀ ଡଃ ରାଜଶ୍ରୀ ଦେବୀ, ଡଃ ଫଣିନ୍ଦମ ଦେଓ, ପ୍ରାକ୍ତନ ଆୟକର କମିଶନର ଶ୍ରୀକାନ୍ତ ଚାଟାର୍ଜୀ, ଡଃ ମହେନ୍ଦ୍ର କୁମାର ମିଶ୍ର, କବି ନୀଳଲୋହିତ ସିଂହ ଦେବ, କବୟିତ୍ରୀ ସୁନୀତି ମୁଣ୍ଡ, ବିଶ୍ଵଜିତ ପାଢ଼ୀ, ଡଃ କପିଳେନ୍ଦ୍ର ଦାସ, ପ୍ରାଧ୍ୟାପକ ଲୋହିତାକ୍ଷ ଯୋଷୀ, ପ୍ରାଧ୍ୟାପକ ସାମୁଏଲ ଦାନୀ, ଡଃ ସୁଶାନ୍ତ କୁମାର ବିଶି, ଡଃ ପଦ୍ମ ଲୋଚନ ବର୍ମା,ଯୁବକବି ବୈଷ୍ଣବ ମେହେର, ଶଶିକାନ୍ତ ଖମାରୀ, ପବିତ୍ର ମୋହନ ପ୍ରଧାନ,ଅମୀୟ ଦାସ,ଯୁଗଳ କିଶୋର ମିଶ୍ର, ଶ୍ରୀମତୀ ପ୍ରମୋଦିନୀ ପଣ୍ଡା, ଲବଣେଶ୍ଵର ବାରିକ, ବିଭୁତି ଭୁଷଣ ଦାସ, ଅଧ୍ୟାପକ ବିଜୟ କୁମାର ବାରିକ,ଆଦିତ୍ୟ ନାରାୟଣ ପଣ୍ଡା, ଅବକାଶ ନାରାୟଣ ପଣ୍ଡା,ନୃପରାଜ ତାଣ୍ଡି,ସନାତନ ମହାନ୍ତି, କୃଷ୍ଣ ରାଜ ମହାପାତ୍ର,ତିଲ ରାଉତ, ମହେନ୍ଦ୍ର ସୁନାନୀ, ଚତୁର୍ଭୁଜ ସିଂ ଦେଓ, ମାୟାଧର ସରାଫ, ଖଗେଶ୍ବର ବାଗ, ସତ୍ୟବ୍ରତ ଗହୀର, ସୁନୀଲ କୁମାର ସାହୁ,ପ୍ରେମାନିଧି ପ୍ରଧାନୀ, ଅଧ୍ୟାପକ ଗଣପତି ବାଗ, ପବିତ୍ର ମୋହନ ସା, ଅମୂଲ୍ୟ ମୁଣ୍ଡ,ଡୋଲାମଣି ଦଣ୍ଡସେନା,ଭବତୋଷ ଦାସ,ବିଜୟ କୁମାର ଯୋଷୀ, ପ୍ରଦ୍ୟୁମ୍ନ କୁମାର ଚିନ୍ଦା, ମୁରଲୀଧର ସା,ପରେଶ ନାଥ ପାଣିଗ୍ରାହୀ, ଗୈାତମ ମେହେର, ଡଃ ଗୀତାଶ୍ରୀ ପ୍ରିୟମ୍ବଦା, ଶୁଭ୍ରାଂଶୁ ଜେନା,ଶୈଳେଶ ବନଛୋର, ବଂଶୀଧର ଜଗତ, ଶିବପ୍ରସାଦ ସା, ସଂଗ୍ରାମ ସିଂ ଠାକୁର,ଖରତ ଚନ୍ଦ୍ର ବାରିକ, ବଳଦେବ ରାଉତ,ତୁମେଶ୍ଵର ଚଲାନ,କନକ ବର୍ଦ୍ଧନ ସାହୁ, ଡଃ ସ୍ବର୍ଣ୍ଣଲତା ଦାଶ ଓ ମୋହନ ଚରଣ ଦାସ ପ୍ରମୁଖ ସହଯୋଗ କରିଥିଲେ । ସମାବେଶରେ ଶତାଧିକ କବି ଯୋଗଦାନ କରିଥିଲେ ।
ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ