ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ ଗଳ୍ପ ଦୁର୍ଦଶା

              ଦୁର୍ଦଶା

ମୋ ପାଇଁ 2022 ମସିହାଟା ଏକ ଦୁର୍ଦଶାର ବର୍ଷ |ମୁଁ ଏହି ବର୍ଷ ନା’ହସି ପାରୁଛି, ନା’କାନ୍ଦି ପାରୁଛି, ନା’ଜୀଇଁ ପାରୁଛି, ନା’ମରିପାରୁଛି |ଅନୁଭବ କରୁଛି ପାଣିରୁ ମାଛକୁ ଆଣି ଢିପରେ ଛାଡିଦେଲେ ଯେପରି ଖାଲି ଜିଇଁବାର ଆଶାନେଇ ଡେଇଁ ଡେଇଁ ଛଟ ପଟ ହୁଏ ଡିଆଁ ଡେଇଁ କରେ ଠିକ ସେହି ପରି ମୁଁ ସଂସାର ଜାଲରେ ପଡି ଘାଣ୍ଟିଚକଟି ହେଉଛି |କଅଣ କରିବି ମୋର ଭବିଷ୍ୟତ କଅଣ ହେବ ଓ କଅଣ କରିବି କିଛି ଭାବିପାରୁ ନାହିଁ |

ଭାବିଲା ବେଳକୁ ସମୟ ଅଖଟ ହେଉଛି |ମୋର କହିବାର ଉଦ୍ଦେଶ୍ୟ ଆପଣ ମାନେ ଏବେ ଠିକ ସେ ବୁଝି ପାରୁଥିବେ କି ନାହିଁ ମୁଁ କିଛି ନିଜେ ଵି ବୁଝିପାରୁନାହିଁ |ମୋ’ଜୀବନଟା ଏକ ଚିରା ଆଜେବାଜେ ଖାତା |ଜୀବନ ଜଞ୍ଜାଳରେ ଥାଇ ମୋର ଏହିଆଜେ ବାଜେ ଖାତାରେ କଅଣ ଯେ ଲେଖି ବସୁଛି ମୁଁ ଠିକସେ ଜାଣେନା |

କିଛି ଜାଣିବା ଆଗରୁ ଚିରା ଖାତାରେ ପାଣିପଡି ଜୀବନର କାହାଣୀ ଗୁଡାକ ଝାପ୍ସା ଝାପ୍ସା ଦେଖା ଯାଉଛି |ଶତଚେଷ୍ଟା କଲେବି ପଢିହେଉ ନାହିଁ କିମ୍ବା ଝାପ୍ସାବୋଲି ଲିଭେଇ ହେଉ ନାହିଁ |

      ମୋ’ଶରୀରଟା ଗୋଟିଏ ଅଜବ ଭଙ୍ଗାଘର |କେତେ ବେଳେ ଯେ ଲଘୁଚାପ ପରି ବିପଦ ରୂପକ ଲଗାଣ ଝଡ଼ରେ ଖଣ୍ଡିକି ଖଣ୍ଡି ଚାଳ ଛପର ଉଡି ନଯିବ ଏକଥା କିଏ କହିପାରିବ?

ଘରୁ ଓରା ଶେଣୀ ଗୁଡାକ ଜୀବନ କାଳେ କରାଳ ସମୟ ସ୍ରୋତରେ ଭାଙ୍ଗିରୁଜି ତଳେ ନ ପଡିବ ଏକଥା କିଏ କହି ପାରିବ?

       ମୋର ଏ’ଦଦରା ଦେହଟା ଭାଙ୍ଗିବ ଭାଙ୍ଗିବ ହେଉଛି |କେତେ ବେଳେ ଯେ ସମୟ ସ୍ରୋତରେ ନ ଉଡ଼ିବ ଏକଥା କିଏ କହି ପାରିବ? ଜୀବନ ଯାତ୍ରାରେ ସମୟ ତକ ସରିସରି, ଆସୁଛି |କେତେ ବେଳେ ସମ୍ପୂର୍ଣ୍ଣଭାବେ ସରି ନଯିବ କିଏ କହି ପାରିବ,,?ଏଇତ ଜୀବନ ଏଇତ ସମୟ |ସମୟ ଗୁଡାକ ପଳ ପଳ କରି ସେକେଣ୍ଡ ମିନିଟ ଘଣ୍ଟା ପ୍ରହର ଓଳି ସପ୍ତାହ ପକ୍ଷ ମାସ ବର୍ଷ ହୋଇ ଅଣସ୍ତୁରୀ ବର୍ଷ ପୂରିବାକୁ ବସିଲାଣି |ଏଇ ଆଜି କାଲିହୋଇ ସତୁରି ଚାଲି ଲାଣି |ଏମିତି ଆଉ କେତେ ଦିନ ଝିନଝଟ ଜୀବନଚାଲିବ |

        ଜୀବନଟା ମୋର ରୋଗ ବୈରାଗରେ ଖଣି |ଜୀବନଟା ନିତି ସମୟ ସ୍ରୋତରେ ପେଷିହୋଇ ଚାଲିଛି |ଜୀବନ ଯନ୍ତ୍ରଣାରେ ଖାଲି ଦହଗଞ୍ଜ ହେଉଛି |ଆଖିରୁ ଲୁହ ଝରି ଝରି ଚାଲିଛି |କେତେବେଳେ ଲୁହ ଥମିବାର ନା’ଧରୁ ନାହିଁ |ସାଂସାରିକ ଜୀବନ ମାୟା ଜଂଜାଳ ଭିତରେ ଆଉଟି ପାଉଟି ହେଉଛି |

      ସ୍ତ୍ରୀ ଛୁଆ ପିଲାଙ୍କ ଜଂଜାଳ ମୋତେ ଖିନଭିନ କରି ପକାଉଛି |ସଂସାର ଜଞ୍ଜାଳ ମୁଣ୍ଡରେ ମୁଣ୍ଡେଇ ଚାଲିବା ବଡ଼କାଠିକର ପାଠ |କେତେବେଳେ ଟିକିଏ ସମୟ ବାହାର କରି କିଛି ଗୋଟେ କଲା ବେଳେ ଘରଣୀର ହଜାରେ ବରାଦ |

ନକଲେ ଅଡୁଆ କଲେ ଵି ଅଡୁଆ |ନକଲେ ନାଗ ସାପପରି ଫଁ ଫଁ ଗର୍ଜନ ଚୋଟ |ଘରଣୀର ଦଂସନ ଚୋଟରୁ ତିଷ୍ଠିଲେ ହେଲା |ନହେଲେ କ୍ଷତାକ୍ତ ହୋଇ ରକ୍ତ ରଞ୍ଜିତ ହେଵା ସାର |ସୁନ୍ଦର ପରିବେଶ ମଧ୍ୟରେ ଗାଈ ଗୋରୁ ପଶୁ ପକ୍ଷୀ ଜଞ୍ଜାଳ ବଡ଼କଷ୍ଟ |

     ଜୀବନ ଯନ୍ତ୍ରଣା ଏହିପରି ପ୍ରତିଦିନ ଚାଲିଛି |କୃଷକ ପରିବାର ମଧ୍ୟରେ ଜଟିଳ |ଏହାକୁ କରିବାକୁ ବାଧ୍ୟ |ଏହାକୁ ରୋକିବା ବଡକଷ୍ଟକର ବ୍ୟାପାର |ସଂସାର ଭିତରେ ଘରକରି ରହିବାକୁ ହେଲେ ଜୀବନ ରେ ଯେତେବି ସମସ୍ୟା ଆସୁ ତାକୁ ଫୁଲପରି ମୁଣ୍ଡରେ ମୁଣ୍ଡେଇ ଚାଲିଲେ ଯାଇ ଜୀବନ ଯାତ୍ରା ସୁଗମ ହେବ ଏବଂ ଜୀଇଁ ରହିପାରିବ ନହେଲେ ଘୋର ଶଙ୍କଟରେ ପଡି ଘୋର ଦୁର୍ଦ୍ଦଶାରେ ଛଟ ପଟ ହୋଇ ମରିବ |ଏହିପରି ଦୁର୍ଦ୍ଦଶାମୋର ଘଟି ଚାଲିଛି ।

ଶ୍ରୀ ବିଦ୍ୟାଧର ମହାନ୍ତ, ତମ୍ବାହରା

ହରି ଚନ୍ଦନ ପୁର, କେନ୍ଦୁଝର

Related posts

ବିଜେପି କାର୍ଯ୍ୟାଳୟ – ଖୁସିରେ ଝୁମିଲେ , ମିଠା ବାଣ୍ଟିଲେ

Sunil Chandra Nayak

ରାଇଘରବ୍ଲକ ରେ ଦୁଇଗୋଟି +୨  ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ୨୭ ଛାତ୍ରୀ ଛାତ୍ର ପ୍ରଥମ ଶ୍ରେଣୀ ରେ ପାସ       

Sunil Chandra Nayak

ମହିମା ଗାଁ ରେ ଡମ୍ବ ସମାଜର ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!