ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳସ ଶୋଭାଯାତ୍ରା ସହ ଗଜଲକ୍ଷ୍ମୀ ପୂଜା ଆରମ୍ଭ

ଚନ୍ଦାହାଣ୍ଡି(ମ ନିସ)ଚନ୍ଦାହାଣ୍ଡି ବ୍ଲକ ପାଟଖଲିଆ ଗ୍ରାମ ଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗ୍ରାମବାସୀ ଙ୍କ ମିଳିତ ଉଦ୍ୟମରେ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଛି। ଆଜି ସନ୍ଧ୍ୟା ରେ ଗ୍ରାମର ଶତାଧିକ ମହିଳା ନିକଟସ୍ଥ ଭଣ୍ଡାର ନଦୀ ରୁ ପୂର୍ଣ୍ଣ କଳସ ଆଣି ପୂଜା ମଣ୍ଡପ ରେ ସ୍ଥାପନ କରିଥିଲେ। ପାଞ୍ଚ ଦିନ ଧରି ହେବାକୁ ଥିବା ଏହି ପୂଜା ଅବସରରେ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ହେବାକୁଥିବା ସହ ଘୁମୁରା ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି କମିଟି ସୂତ୍ରରୁ ପ୍ରକାଶ। ପୂଜକ ପ୍ରଦୀପ ଦାଶ ଓ ପୂର୍ଣ୍ଣ ଚନ୍ଦ୍ର ଦାଶ ପୂଜା କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ କର୍ତ୍ତା ଭାବରେ ଶ୍ୟାମ ସୁନ୍ଦର ନେତାମ ଓ ତାଙ୍କ ପତ୍ନୀ ଜନମତି ନେତାମ ଦାୟିତ୍ୱ ତୁଲାଉଛନ୍ତି । ପୂଜା କମିଟି ର ସଭ୍ୟ ହର ପୁଜାରୀ, ପ୍ରଦୀପ ଦାଶ, ଶ୍ରୀବତ୍ସ ପଣ୍ଡା, ସୀମାଞ୍ଚଳ ରଥ ,ବନମାଳୀ ଦାଶ , ଗୌରହରି ନେତାମ,ଜୟରାମ ନେତାମ ,ସନ୍ତୋଷ ଦାଶ, ଚନ୍ଦ୍ର ଡଙ୍ଗରି,ସହଦେବ ସୁନା, ଦେବା ନନ୍ଦ ମାଝୀ, ରାମ ଦାସ ମାଝୀ, ଉଗ୍ରେ ସନ ପୂଜାରୀ ତ୍ରିନାଥ ଡଙ୍ଗରି,,ମଦନ କାଣ୍ଡ,ସନୀନ୍ଦ୍ର ସୋରି, ପୁରୁଷୋତ୍ତମ ପାରୀ, ଭକ୍ତ ରାମ ନେତାମ ସମସ୍ତ ପଟଖଳିଆ ଗଜଲଷ୍ମୀ ପୂଜା କମିଟି ଓ ଯୁବ ଗୋଷ୍ଠୀ ସହଯୋଗ କରୁଛନ୍ତି।

ଚନ୍ଦାହାଣ୍ଡି  ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

କନ୍ଦାବୁଟ୍ରା ଗାଁ ରେ ବିଳମ୍ବିତ ରାତି ରେ ଚୋରି, ସୁନା ଟଙ୍କା ସହ ବାଇକ ନେଇଗଲେ ଚୋର

Sunil Chandra Nayak

ତୁମୁରା ଗ୍ରାମର ଜଣେ ଯୁବକ ଙ୍କ ବିସଖାଇ ଆତ୍ମହତ୍ୟା 

Sunil Chandra Nayak

ଛାତ୍ରଛାତ୍ରୀଙ୍କ ସହିତ ମାଉଣ୍ଟ ଏଭରେଷ୍ଟ ଯାତ୍ରାର ଅନୁଭୂତି ବାଣ୍ଟିଲେ ଯୋଗବ୍ଯାସ

Leave a Comment

error: Content is protected !!