ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା କାହାକୁ କହିବି 

 କାହାକୁ କହିବି 

 

ମନ କଥା ଯଦି ତୁମେ ନ ବୁଝିଲ 

କାହାକୁ କହିବି କୁହ 

ତୁମବିନା କିଏ ଅଛିଏ ସଂସାରେ 

ପୋଛିବାକୁ ଆଖି ଲୁହ

ମିଛଟାରେ କାହିଁ ବାହାନା କରୁଛ

ଅଜଣା ପରିକା ହୁଅ

ମନ କଥା ଯଦି…………….୧

 

ବୁଝକି ନଵୁଝ ମନର କଥାକୁ

କହିବି ତୋ ପାଶେ ଯାଇ

ତୁମ ଇଛାହେଲେ ତୁମେତ ଶୂଣିବ

ନଶୂଣିଲେ ଦୁଃଖ ନାହିଁ

ବଡ ଲୋକ ତୁମେ ଶୁଣକି ନଶୁଣ

ନିରବରେ ତୁମେ ରୁହ 

ମନ କଥା ଯଦି…………….୨

 

ଭକ୍ତଙ୍କ ଗୁହାରି ଶୁଣ ଥରେ ପ୍ରଭୁ 

କିଛିସେ ମାଗିବ ନାହିଁ

ଯାହାସେ ମାଗିଵ ନିଜ ପାଇଁ ନୁହେଁ

ସଂସାର ମଙ୍ଗଳ ପାଇଁ 

ଦୁଃଖ ଦେଇ ତାକୁ କିସୁଖ ପାଇବ 

ଜୀବନରୁ ମାରି ଦିଅ

ମନ କଥା ଯଦି ତୁମେ ନ ବୁଝିଲ 

କାହାକୁ କହିବି କୁହ…………….୩

 

ସତ୍ୟରଞ୍ଜନ ସ୍ୱାଇଁ

ଅବଦଲପୁର, ଯାଜପୁର

 

Related posts

ନୂଆ ସିନେମା ଏଇ ରାକ୍ଷୀ ତୋ ରକ୍ଷା କବଚ’ ର ଅଡିଓ ରିଲିଜ

Sunil Chandra Nayak

ନୂଆପଡା ଗ୍ରାମକୁ ମିଳିଲା ରାଜସ୍ୱ ଗ୍ରାମର ମାନ୍ୟତା 

Sunil Chandra Nayak

କୋକସରା ବ୍ଲକ କଂଗ୍ରେସ ସଭାପତି ହେଲେ ଘନ ଶ୍ୟାମ

Leave a Comment

error: Content is protected !!