ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜ୍ୟରେ ନିର୍ମାଣ ହେବ ମଡେଲ ମଣ୍ଡି, ୧୨୮ ବହୁମୁଖୀ ଗୋଦାମ ଗୃହ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଶେଷ ପାଇଁ ନିର୍ଦ୍ଦେଶ

କୃଷି ବିପଣନ କ୍ଷେତ୍ରରେ ଇଜ ଅଫ ଡୁଇଙ୍ଗ ବିଜନେସକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୫୨ ଗୋଟି ମଡେଲ ମଣ୍ଡି ଏବଂ ୧୨୮ ଗୋଟି ବହୁମୂଖୀ ଗୋଦାମ ଗୃହର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଲୋକସେବା ଭବନ ସ୍ଥିତ ମୋ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହା ସହ ରାଜ୍ୟର ସବୁ ପ୍ୟାକ୍ସ/ଲାମ୍ପ୍ସର ଅଡିଟ ଏବଂ କମ୍ପ୍ୟୁଟରିକରଣ ଯଥାଶୀଘ୍ର ସଂପୂର୍ଣ୍ଣ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ମନ୍ତ୍ରୀ ଶ୍ରୀ ସ୍ବାଇଁ ନିର୍ଦେଶ ଦେଇଥିଲେ।। ଲୋକସେବା ଭବନଠାରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ମଡେଲ ମଣ୍ଡି ଓ ବହୁମୁଖୀ ଗୋଦାମ ଗୃହ ନିର୍ମାଣ ସଂପର୍କରେ ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରି କହିଲେ ଯେ ମଡେଲ ମଣ୍ଡି ନିର୍ମାଣ ଦ୍ୱାରା ମଣ୍ଡିର କାର୍ଯ୍ୟଦକ୍ଷତାରେ ପ୍ରଭୂତ ଉନ୍ନତି ଆସିପାରିବା ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୫୨ଟି ମଡେଲ୍ ମଣ୍ଡି ନିର୍ମାଣ କରାଯିବା ଅଧିକ ଧାନସଂଗ୍ରହ ହେଉଥିବା ଜିଲ୍ଲା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, ସୁବର୍ଣ୍ଣପୁର, ସମ୍ବଲପୁର, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ଦେବଗଡ଼, ମୟୂରଭଞ୍ଜ, କୋରାପୁଟ ଏବଂ ରାୟଗଡ଼ା ଆଦି ଜିଲ୍ଲାକୁ ପ୍ରାଥମିକତା ପ୍ରଦାନ କରି ମଡେଲ ମଣ୍ଡି ଓ ବହୁମୁଖୀ ଗୋଦାମ ଗୃହ ନିର୍ମାଣ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତିା

ସୂଚନାଯୋଗ୍ୟ ଯେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧୨୮ଟି ପ୍ୟାକ୍ସ/ଲ୍ୟାମ୍ପସ୍‌ରେ ବହୁମୁଖୀ ଗୋଦାମ ଗୃହ ନିର୍ମାଣ କରାଯାଉଅଛିା ଏହା ଦ୍ୱାରା ଚାଷୀଙ୍କଠାରୁ ଧାନ, ଡାଲି ଓ ତୈଳବୀଜ ସୁବିଧାରେ ସଂଗ୍ରହ ହେବା ସହିତ ଚାଷୀମାନଙ୍କୁ ଯୋଗାଇ ଦିଆଯାଇଥିବା ସାର ଓ ବିହନ ଗଚ୍ଛିତ ରଖି ବିକ୍ରି କରିବାରେ ସୁବିଧା ହେବା ପ୍ୟାକ୍ସ/ଲ୍ୟାମ୍ପସ୍‌ଗୁଡ଼ିକୁ ଓ୍ୱାନ୍

ଷ୍ଟପ୍ ସେଣ୍ଟରରେ ପରିଣତ କରାଯାଇ ଚାଷୀମାନଙ୍କୁ ଗୋଟିଏ ସ୍ଥାନରେ ସବୁପ୍ରକାରର ସୁବିଧାସୁଯୋଗ ଦିଆଯାଇପାରିବ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

କୋକସରା ବ୍ଲକରେ ଶହୀଦ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ 

Sunil Chandra Nayak

ଆନ୍ଦୋଳନ ପାଇଁ ଧମକ ଦେଲା କୃଷକ ସାଥୀ ସଂଗଠନ 

Sunil Chandra Nayak

ଗୁଣ୍ଡୁରୀ ତେଲ ନଦୀ ପଥର ଚଟାଣରେ ଜଣେ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!